ଟେଲିଭିଜନ ଚ୍ୟାନେଲର ଅଂଶିଦାରକୁ ବିକିବେ ଅଲିବାବା

ବେଜିଂ,୨୬ ।୯: ଚାଇନା ସରକାର ଓ ଇ-କମର୍ସ କମ୍ପାନୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି । ଏହାରି ଭିତରେ ଅଲିବାବା, ଟେନସେଣ୍ଟ ଓ ବୈଦୁ ଭଳି କମ୍ପାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଶୁଣିବାକୁ ମିଳିଛି କି ଅଲିବାବା, ଚାଇନାର ସବୁଠାରୁ ବଡ ଟେଲିଭିଜନ ବ୍ରଡକାଷ୍ଟଠାରୁ ନିଜ ଶେୟାରିଂ ଡମ୍ପ କରିବାର ଯୋଜନା କରୁଛି । ଏହି ଶେୟାର ଅଲିବାବା କିଛି ମାସ ତଳେ କ୍ରୟ କରିଥିଲେ । ମିଡିଆ କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନ ଅନୁଯାୟୀ, ମ୍ୟାଙ୍ଗୋ ଏକ୍ସିଲେଣ୍ଟ ମିଡିଆରେ ୫ ପ୍ରତିଶତ ଅଂଶକୁ ଅଲିବାବା ବିକ୍ରି କରିବାକୁ ଯୋଜନା କରୁଛନ୍ତି । ସୂଚନାଯୋଗ୍ୟ, ମ୍ୟାଙ୍ଗୋ ଟିଭି ଚାଇନାରେ ନିଜର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ବେଶ୍ ଲୋକପ୍ରିୟ । ହୁଆନ ବ୍ରଡକାଷ୍ଟିଂ ସିଷ୍ଟମରେ ଏହାର ୫୬ ପ୍ରତିଶତ ଭାଗିଦାରୀ ରହିଛି । ଜାରି କରାଯାଇଥିବା ବୟାନରେ ଅଲିବାବା ଏକ ବର୍ଷ ମଧ୍ୟରେ ନିଜର ଅଂଶ ବିକ୍ରି କରିବାକୁ ନେଇ କରାଯାଇଥିବା ଚୁକ୍ତିରେ କୋହଳ ଦେବାକୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧୦ ପୂର୍ବରୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୯।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରତିଷେଧକ ଟୀକା ପ୍ରସ୍ତୁତି ହୋଇ ସାରିଛି। ମଣିଷଙ୍କଠାରେ...

କରୋନା ଭୂତାଣୁ ଦ୍ୱାରା ଚାଇନାର ତୃତୀୟ ବିଶ୍ୱଯୁଦ୍ଧ ଷଡ଼ଯନ୍ତ୍ର: ଆମେରିକାକୁ ମିଳିଲା ଗୁପ୍ତତଥ୍ୟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ଭୂତାଣୁ ଦ୍ୱାରା ଚାଇନା ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି କରିଥିବା ଆମେରିକା କହିଛି। ଜାଣିଶୁଣି ଚାଇନା ଏଭଳି ଯୋଜନା କରିଥିବା ଆମେରିକା ପକ୍ଷରୁ ଦାବି...

ମ୍ୟାଡ୍ରିଡରେ ୟୁକ୍ରେନ୍ ଦୂତାବାସ ବାହାରେ ବିସ୍ଫୋରଣ, ଜଣେ ଆହତ, ୟୁକ୍ରେନ କହିଲା ଦୂତାବାସର ସୁରକ୍ଷା ବଢାଇବେ

ମ୍ୟାଡ୍ରିଡ,୩ ।୧୨: ସ୍ପେନର ମ୍ୟାଡ୍ରିଡରେ ଥିବା ୟୁକ୍ରେନର ଦୂତାବାସ ବାହାରେ ବୁଧବାର ଏକ ବିସ୍ଫାରଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ ।...

ଥରିଲା ଜାପାନ

ଟୋକିଓ,୧୯ା୬: ଜାପାନର ଇଶିକାଓ୍ବା ପ୍ରାନ୍ତ ନୋଟୋ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହା ତୀବ୍ରତା ୫.୪ ଥିଲା। ଭୂକମ୍ପ ପ୍ରଭାବରେ ସୁନାମୀ ଆସିବାର...

ଭାଙ୍ଗିଗଲା ବିଶ୍ୱର ସବୁଠାରୁ ବଡ ଆଣ୍ଟେନା: ଏଲିଅନଙ୍କ ସମ୍ପର୍କରେ ମିଳି ପାରିବନି ସୂଚନା !

ଆରେକିବୋ,୩ ।୧୨: ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆଣ୍ଟେନା ଉପରେ ଟାୱାର ଓ କେବଲ୍...

ସାହିତ୍ୟ ଲାଗି ହତ୍ୟା ଧମକ ମିଳିଥିଲା:ଓଲ୍‌ଗା ଟୋକାରଜୁକ

ଓ୍ବାର୍ସ: ପୋଲାଣ୍ଡ ଜନ୍ମିତ ଔପନ୍ୟାସିକ ଓଲ୍‌ଗା ଟୋକାରଜୁକ(୫୭)ଙ୍କୁ ୨୦୧୮ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣେ ନିରାମଷାଶୀ ଓ ପରିବେଶବିତ୍‌...

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି...

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ୍ କହିଲା ‘ଆତଙ୍କବାଦୀ ଦେଶ’

କିଭ,୧୧ ।୧୦: ଦୀର୍ଘ ପ୍ରାୟ ୮ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ ରୁଷିଆ ଉପରେ...

Advertisement
Archives

Model This Week