କେନ୍ଦ୍ରକୁ ଆକଟ

Dillip Cherian

ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସରକାରଙ୍କ ଧ୍ୟାନ ରହିଥିତ୍ଲେ ମଧ୍ୟ ପଶ୍ଚିମବଙ୍ଗ ଉପରୁ ଏହାର ନଜର ହଟିନାହିଁ। ରାଜନୈତିକ ଶତ୍ରୁତା ବ୍ୟତୀତ ଏନ୍‌ଡିଏ ସରକାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁକାବିଲା କରିବାକୁ ଚାହଁୁଛି। ବନ୍ଦୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କାରଣ ବି ରହିଛି। ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ଲାଗି ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ନ ଥିଲେ। ପରେ ଉକ୍ତ ଘଟଣାକୁ ନେଇ କେନ୍ଦ୍ର କ୍ଷୁବ୍ଧ ହେବା ସହ ଦିଲ୍ଲୀକୁ ଡେପୁଟେଶନରେ ଯିବା ଲାଗି ବନ୍ଦୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଇଥିଲା। ବନ୍ଦୋପାଧ୍ୟାୟ ଦିଲ୍ଲୀ ଯିବା ପରିବର୍ତ୍ତେ ଅବସର ନେଇଯାଇଥିଲେ। ହେଲେ ଏହାର ଠିକ୍‌ ପରେ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିଲା ଓ ଏହି ବିବାଦ ଧୀରେ ଧୀରେ କୋର୍ଟରେ ପହଞ୍ଚିଥିଲା। ପ୍ରଥମେ କୋଲକାତା ହାଇକୋର୍ଟରେ ଓ ପରେ ସୁପ୍ରିମକୋର୍ଟରେ ଏହା ପହଞ୍ଚିଛି। ତେବେ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ହଠାତ୍‌ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ବାବୁଙ୍କ ଦିଲ୍ଲୀ ବଦଳି ଉପରେ କୋଲକତା ହାଇକୋର୍ଟଙ୍କ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିତ୍ବା ଆବେଦନର ବିଚାର ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି। ବନ୍ଦୋପାଧ୍ୟାୟଙ୍କ ପାଇଁ ଏବେ କିଛି ଆଶ୍ୱସ୍ତି ମିଳିଛି, ହେଲେ ଏହି ସମସ୍ୟା ଶୀଘ୍ର ସମାଧାନ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ।
ପାଣ୍ଡେ ଫେରିଲେ
ଦେଶରେ ଇକୋନୋମିକାଲିି ଓ୍ବିକର ସେକ୍ସନ ବା ଆର୍ଥିକ ଦୁର୍ବଳ ଶ୍ରେଣୀଗୁଡ଼ିକର (ଇଡବ୍ଲ୍ୟୁଏସ୍‌) ଚିହ୍ନଟ ଲାଗି ନୂଆ ମାନକ ସ୍ଥିର କରିବାକୁ ଏକ ତିନିଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଏହାର ମୁଖ୍ୟ ଭାବେ ପୂର୍ବତନ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୨୧ ପ୍ରାରମ୍ଭରୁ ସେ ଅବସର ନେଇଥିଲେ ଓ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନ ଥିଲା। ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏବେ ତାଙ୍କ ନିଯୁକ୍ତି ପରେ ଏହି ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସାଧାରଣତଃ ବଜେଟର ଠିକ୍‌ ପୂର୍ବରୁ ଯଦି ଜଣେ ଅର୍ଥ ସଚିବ ଅବସର ନେବାର ଥାଏ ତେବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥାଏ। କିନ୍ତୁ ପାଣ୍ଡେଙ୍କ କାର୍ଯ୍ୟକାଳ ନ ବଢ଼ାଇ ତାଙ୍କୁ ୨୦୨୧ ଫେବୃୟାରୀରେ ଅବସର ନେବା ଲାଗି ଅନୁମତି ଦିଆଯାଇ ତରୁନ ବଜାଜଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିତ୍ଲା। ଆରମ୍ଭ କରାଯାଇଥିବା ନୂଆ ଆଇଟି ପୋର୍ଟାଲର ତ୍ରୁଟି ପାଇଁ ପାଣ୍ଡେ ଦାୟୀ ବୋଲି ବିଶ୍ୱାସ କରାଯାଇ ତାଙ୍କ କାର୍ଯ୍ୟକାଳ ଶେଷ କରିଦିଆଯାଇଥିବା ବୁଝାପଡ଼ୁଥିଲା। ହେଲେ ତାଙ୍କ ଅବସର ପରେ ମଧ୍ୟ ଏହି ପୋର୍ଟାଲ ମାସ ମାସ ଧରି କାର୍ଯ୍ୟକାରୀ ହୋଇପାରି ନ ଥିତ୍ଲା। ସରକାର ଏଥିତ୍ରୁ ବୁଝିପାରିଲେ ଯେ, ପୋର୍ଟାଲରେ ହଠାତ୍‌ ଦେଖାଦେଇଥିବା ତ୍ରୁଟିରେ ପାଣ୍ଡେଙ୍କର କିଛି କରିବାର ନ ଥିଲା। ପରେ ସରକାର ପାଣ୍ଡେଙ୍କ ଉପରେ ତାଙ୍କ ରୁକ୍ଷ ମନୋଭାବକୁ କୋହଳ କରିଥିଲେ। ଏହାଦ୍ୱାରା କମିଟିର ମୁଖ୍ୟ ଭାବେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଲା। ସରକାର ସବୁ କିଛି ଭୁଲି ଯାଇଛନ୍ତି ବୋଲି ପାଣ୍ଡେଙ୍କ ନିଯୁକ୍ତିରୁ ସୂଚନା ମିଳୁଛି। ଏହା ମଧ୍ୟ ସ୍ପଷ୍ଟ ଯେ, ଏଯାବତ୍‌ ପାଣ୍ଡେଙ୍କ ଉପରେ ସରକାରଙ୍କ ବିଶ୍ୱାସ ରହିଛି।
ଅସନ୍ତୁଷ୍ଟ ବାବୁ
ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ବେନିଚେନ୍‌ ଥୋମାସ୍‌ଙ୍କୁ କେରଳ ସରକାର ବଦଳି କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ନାରାଜ ହୋଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟରେ କେରଳ ପ୍ରଶାସନିକ ସେବା (କେଏଏସ୍‌) ଅଧିକାରୀମାନଙ୍କ ମୂଳ ବେତନ ବୃଦ୍ଧି କରିବା ପାଇଁ ନିଆଯାଇଥିତ୍ବା ନିଷ୍ପତ୍ତି ଉପରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ପିନାରାୟୀ ବିଜୟନ ସରକାର କେଏଏସ୍‌ଙ୍କ ପାଇଁ ଯେଉଁ ସାଲାରି ସ୍କେଲ୍‌ ବା ସ୍ତର ସ୍ଥିର କରିଛନ୍ତି,ସର୍ବଭାରତୀୟ ସେବା ଅଧିକାରୀମାନେ ଅତିକମ୍‌ରେ ୯ ବର୍ଷ ଚାକିରି କରି ଯାହା ପାଇଥାଆନ୍ତେ ତାହା ସହ ଏହା ସମାନ। ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ଥିରୀକୃତ ନୂଆ ସ୍କେଲ୍‌ ଅନୁଯାୟୀ, ଆରମ୍ଭରୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ମୂଳ ବେତନ ୫୬,୧୦୦ ଟଙ୍କା ହେବ। ଅନ୍ୟପଟେ ଜଣେ କେଏଏସ୍‌ ଅଧିକାରୀ ନିଯୁକ୍ତି ସମୟରେ ମୂଳ ଦରମା ୮୧,୮୦୦ଟଙ୍କା ସହ ୧୦% ଗ୍ରେଡ୍‌ ପେ ଓ ଅନ୍ୟ ଭତ୍ତା ପାଇବେ। ସୂତ୍ରରୁ ପ୍ରକାଶ ଯେ, ଆଇପିଏସ୍‌ ଅଧିକାରୀ ସଂଘ ଏବଂ ରାଜ୍ୟରେ ଥିବା ଆଇଏଏସ୍‌ ଓ ଆଇଏଫଏସ୍‌ ଅଧିତ୍କାରୀ ସଂଘ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେରଳ ସରକାରଙ୍କ ନିିକଟରେ ଦାବି କରିଛନ୍ତି। ରାଜ୍ୟ ଆଇଏଏସ୍‌ ସଂଘର ସଭାପତି ଡ. ବି. ଅଶୋକ ଏବଂ ସମ୍ପାଦକ ଏମ.ଜି. ରାମନିକମ୍‌ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଦରମା ଢାଞ୍ଚାରେ ଏଭଳି ଅସମାନତା ପ୍ରଶାସନିକ ସମୀକରଣକୁ ଓଲଟପାଲଟ କରିଦେବ ବୋଲି ସେମାନେ କହିଛନ୍ତି। ରାଜ୍ୟ ଅର୍ଥ ବିଭାଗର ସ୍ବୀକୃତିକୁ ଅଣଦେଖା କରି ଏଭଳି ନିଷ୍ପତ୍ତି ନିଆଯାଇଥିତ୍ବା କୁହାଯାଉଥିଲେ ମଧ୍ୟ ସରକାର ଏହା ପ୍ରତି ଗୁରୁତ୍ୱ ନ ଦେଇ ତାଙ୍କ କାର୍ଯ୍ୟରେ ଆଗକୁ ବଢୁଛନ୍ତି। ତେବେ ଦାବି ପୂରଣ ଲାଗି ଆଇଏଏସ୍‌ ଓ ଆଇପିଏସ୍‌ ଅଧକାରୀମାନେ ସେମାନଙ୍କ ସ୍ବର ତୀବ୍ର କରିବେ ବୋଲି ଅନୁମାନ କରାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri