କେନ୍ଦ୍ରକୁ ଆକଟ

Dillip Cherian

ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସରକାରଙ୍କ ଧ୍ୟାନ ରହିଥିତ୍ଲେ ମଧ୍ୟ ପଶ୍ଚିମବଙ୍ଗ ଉପରୁ ଏହାର ନଜର ହଟିନାହିଁ। ରାଜନୈତିକ ଶତ୍ରୁତା ବ୍ୟତୀତ ଏନ୍‌ଡିଏ ସରକାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁକାବିଲା କରିବାକୁ ଚାହଁୁଛି। ବନ୍ଦୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର କାରଣ ବି ରହିଛି। ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ଲାଗି ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଉପସ୍ଥିତ ନ ଥିଲେ। ପରେ ଉକ୍ତ ଘଟଣାକୁ ନେଇ କେନ୍ଦ୍ର କ୍ଷୁବ୍ଧ ହେବା ସହ ଦିଲ୍ଲୀକୁ ଡେପୁଟେଶନରେ ଯିବା ଲାଗି ବନ୍ଦୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଇଥିଲା। ବନ୍ଦୋପାଧ୍ୟାୟ ଦିଲ୍ଲୀ ଯିବା ପରିବର୍ତ୍ତେ ଅବସର ନେଇଯାଇଥିଲେ। ହେଲେ ଏହାର ଠିକ୍‌ ପରେ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଥିଲା ଓ ଏହି ବିବାଦ ଧୀରେ ଧୀରେ କୋର୍ଟରେ ପହଞ୍ଚିଥିଲା। ପ୍ରଥମେ କୋଲକାତା ହାଇକୋର୍ଟରେ ଓ ପରେ ସୁପ୍ରିମକୋର୍ଟରେ ଏହା ପହଞ୍ଚିଛି। ତେବେ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ହଠାତ୍‌ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ବାବୁଙ୍କ ଦିଲ୍ଲୀ ବଦଳି ଉପରେ କୋଲକତା ହାଇକୋର୍ଟଙ୍କ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିତ୍ବା ଆବେଦନର ବିଚାର ସମୟରେ ଏହି ନିର୍ଦ୍ଦେଶ ଦିଆଯାଇଛି। ବନ୍ଦୋପାଧ୍ୟାୟଙ୍କ ପାଇଁ ଏବେ କିଛି ଆଶ୍ୱସ୍ତି ମିଳିଛି, ହେଲେ ଏହି ସମସ୍ୟା ଶୀଘ୍ର ସମାଧାନ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ।
ପାଣ୍ଡେ ଫେରିଲେ
ଦେଶରେ ଇକୋନୋମିକାଲିି ଓ୍ବିକର ସେକ୍ସନ ବା ଆର୍ଥିକ ଦୁର୍ବଳ ଶ୍ରେଣୀଗୁଡ଼ିକର (ଇଡବ୍ଲ୍ୟୁଏସ୍‌) ଚିହ୍ନଟ ଲାଗି ନୂଆ ମାନକ ସ୍ଥିର କରିବାକୁ ଏକ ତିନିଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଏହାର ମୁଖ୍ୟ ଭାବେ ପୂର୍ବତନ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୨୧ ପ୍ରାରମ୍ଭରୁ ସେ ଅବସର ନେଇଥିଲେ ଓ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନ ଥିଲା। ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏବେ ତାଙ୍କ ନିଯୁକ୍ତି ପରେ ଏହି ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସାଧାରଣତଃ ବଜେଟର ଠିକ୍‌ ପୂର୍ବରୁ ଯଦି ଜଣେ ଅର୍ଥ ସଚିବ ଅବସର ନେବାର ଥାଏ ତେବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥାଏ। କିନ୍ତୁ ପାଣ୍ଡେଙ୍କ କାର୍ଯ୍ୟକାଳ ନ ବଢ଼ାଇ ତାଙ୍କୁ ୨୦୨୧ ଫେବୃୟାରୀରେ ଅବସର ନେବା ଲାଗି ଅନୁମତି ଦିଆଯାଇ ତରୁନ ବଜାଜଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିତ୍ଲା। ଆରମ୍ଭ କରାଯାଇଥିବା ନୂଆ ଆଇଟି ପୋର୍ଟାଲର ତ୍ରୁଟି ପାଇଁ ପାଣ୍ଡେ ଦାୟୀ ବୋଲି ବିଶ୍ୱାସ କରାଯାଇ ତାଙ୍କ କାର୍ଯ୍ୟକାଳ ଶେଷ କରିଦିଆଯାଇଥିବା ବୁଝାପଡ଼ୁଥିଲା। ହେଲେ ତାଙ୍କ ଅବସର ପରେ ମଧ୍ୟ ଏହି ପୋର୍ଟାଲ ମାସ ମାସ ଧରି କାର୍ଯ୍ୟକାରୀ ହୋଇପାରି ନ ଥିତ୍ଲା। ସରକାର ଏଥିତ୍ରୁ ବୁଝିପାରିଲେ ଯେ, ପୋର୍ଟାଲରେ ହଠାତ୍‌ ଦେଖାଦେଇଥିବା ତ୍ରୁଟିରେ ପାଣ୍ଡେଙ୍କର କିଛି କରିବାର ନ ଥିଲା। ପରେ ସରକାର ପାଣ୍ଡେଙ୍କ ଉପରେ ତାଙ୍କ ରୁକ୍ଷ ମନୋଭାବକୁ କୋହଳ କରିଥିଲେ। ଏହାଦ୍ୱାରା କମିଟିର ମୁଖ୍ୟ ଭାବେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇପାରିଲା। ସରକାର ସବୁ କିଛି ଭୁଲି ଯାଇଛନ୍ତି ବୋଲି ପାଣ୍ଡେଙ୍କ ନିଯୁକ୍ତିରୁ ସୂଚନା ମିଳୁଛି। ଏହା ମଧ୍ୟ ସ୍ପଷ୍ଟ ଯେ, ଏଯାବତ୍‌ ପାଣ୍ଡେଙ୍କ ଉପରେ ସରକାରଙ୍କ ବିଶ୍ୱାସ ରହିଛି।
ଅସନ୍ତୁଷ୍ଟ ବାବୁ
ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ବେନିଚେନ୍‌ ଥୋମାସ୍‌ଙ୍କୁ କେରଳ ସରକାର ବଦଳି କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ନାରାଜ ହୋଇଛନ୍ତି। କେବଳ ଏତିକି ନୁହେଁ, ରାଜ୍ୟରେ କେରଳ ପ୍ରଶାସନିକ ସେବା (କେଏଏସ୍‌) ଅଧିକାରୀମାନଙ୍କ ମୂଳ ବେତନ ବୃଦ୍ଧି କରିବା ପାଇଁ ନିଆଯାଇଥିତ୍ବା ନିଷ୍ପତ୍ତି ଉପରେ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିକଟରେ ପିନାରାୟୀ ବିଜୟନ ସରକାର କେଏଏସ୍‌ଙ୍କ ପାଇଁ ଯେଉଁ ସାଲାରି ସ୍କେଲ୍‌ ବା ସ୍ତର ସ୍ଥିର କରିଛନ୍ତି,ସର୍ବଭାରତୀୟ ସେବା ଅଧିକାରୀମାନେ ଅତିକମ୍‌ରେ ୯ ବର୍ଷ ଚାକିରି କରି ଯାହା ପାଇଥାଆନ୍ତେ ତାହା ସହ ଏହା ସମାନ। ରାଜ୍ୟ କ୍ୟାବିନେଟ ଦ୍ୱାରା ସ୍ଥିରୀକୃତ ନୂଆ ସ୍କେଲ୍‌ ଅନୁଯାୟୀ, ଆରମ୍ଭରୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ମୂଳ ବେତନ ୫୬,୧୦୦ ଟଙ୍କା ହେବ। ଅନ୍ୟପଟେ ଜଣେ କେଏଏସ୍‌ ଅଧିକାରୀ ନିଯୁକ୍ତି ସମୟରେ ମୂଳ ଦରମା ୮୧,୮୦୦ଟଙ୍କା ସହ ୧୦% ଗ୍ରେଡ୍‌ ପେ ଓ ଅନ୍ୟ ଭତ୍ତା ପାଇବେ। ସୂତ୍ରରୁ ପ୍ରକାଶ ଯେ, ଆଇପିଏସ୍‌ ଅଧିକାରୀ ସଂଘ ଏବଂ ରାଜ୍ୟରେ ଥିବା ଆଇଏଏସ୍‌ ଓ ଆଇଏଫଏସ୍‌ ଅଧିତ୍କାରୀ ସଂଘ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେରଳ ସରକାରଙ୍କ ନିିକଟରେ ଦାବି କରିଛନ୍ତି। ରାଜ୍ୟ ଆଇଏଏସ୍‌ ସଂଘର ସଭାପତି ଡ. ବି. ଅଶୋକ ଏବଂ ସମ୍ପାଦକ ଏମ.ଜି. ରାମନିକମ୍‌ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଦରମା ଢାଞ୍ଚାରେ ଏଭଳି ଅସମାନତା ପ୍ରଶାସନିକ ସମୀକରଣକୁ ଓଲଟପାଲଟ କରିଦେବ ବୋଲି ସେମାନେ କହିଛନ୍ତି। ରାଜ୍ୟ ଅର୍ଥ ବିଭାଗର ସ୍ବୀକୃତିକୁ ଅଣଦେଖା କରି ଏଭଳି ନିଷ୍ପତ୍ତି ନିଆଯାଇଥିତ୍ବା କୁହାଯାଉଥିଲେ ମଧ୍ୟ ସରକାର ଏହା ପ୍ରତି ଗୁରୁତ୍ୱ ନ ଦେଇ ତାଙ୍କ କାର୍ଯ୍ୟରେ ଆଗକୁ ବଢୁଛନ୍ତି। ତେବେ ଦାବି ପୂରଣ ଲାଗି ଆଇଏଏସ୍‌ ଓ ଆଇପିଏସ୍‌ ଅଧକାରୀମାନେ ସେମାନଙ୍କ ସ୍ବର ତୀବ୍ର କରିବେ ବୋଲି ଅନୁମାନ କରାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri