Odisha Elections 2024
Posted inଖେଳ

ଆଲ୍‌କାରାଜ, ସ୍ବିଟେକ ଟପ୍‌ସିଡ୍‌

ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍‌ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ର ମାନ୍ୟତା ପାଇଛନ୍ତି। ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ କାଜାଖସ୍ତାନର ଏଲିନା ରିବାକିନା ଡିଫେଣ୍ଡିଂ ଚାମ୍ପିୟନ ଭାବେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଅଭିଯାନ ଆରମ୍ଭ କରିବେ ।

ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଗ୍ରାଣ୍ଡସ୍ଲାମ ମଧ୍ୟରେ ସର୍ବପୁରାତନ ଏହି ଗ୍ରାସ୍‌କୋର୍ଟ ପ୍ରତିଯୋଗିତା ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ ଆଣ୍ଡ କ୍ରୋକ୍ୱେଟ କ୍ଲବରେ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍‌ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ର ମାନ୍ୟତା ପାଇଛନ୍ତି। ପ୍ରତିଯୋଗିତାର ଗତ ସଂସ୍କରଣରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ପୁରୁଷ ଓ କାଜାଖସ୍ତାନର ଏଲିନା ରିବାକିନା ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଥିଲେ। ସେହିପରି ପୁରୁଷ ଡବଲ୍ସରେ ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଡେନ-ମ୍ୟାକ୍ସ ପୁରସେଲ, ମହିଳା ଡବଲ୍ସରେ ଚେକ୍‌ ରିପବ୍ଲିକର ବାର୍ବରା କ୍ରେଜିକୋଭା-କାଟରିନା ସିନିକୋଭା ଏବଂ ମିକ୍ସଡ ଡବଲ୍ସରେ ବ୍ରିଟେନର ନିଲ୍‌ ସ୍କୁପ୍‌ସ୍କି ଓ ଆମେରିକାର ଡେସିରେ କ୍ରାକ୍‌ଜିକ ଯୋଡ଼ି ଟାଇଟଲ ହାସଲ କରିଥିଲେ।
ୟୁକ୍ରେନ ଉପରେ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ କାରଣରୁ ଗତ ସଂସ୍କରଣରେ ରୁଷିଆ ଓ ବେଲାରୁଷ ଖେଳାଳିଙ୍କୁ ବାସନ୍ଦ କରାଯାଇଥିଲା। ମାତ୍ର ଏଥର ଏହି ଦେଶର ଖେଳାଳିଙ୍କୁ ଏଣ୍ଟ୍ରି ମିଳିଛି। ତେଣୁ ଡାନିଲ ମେଡେଭେଡେଭ, ଆରିନା ସାବାଲେଙ୍କା ଓ ଭିକ୍ଟୋରିଆ ଆଜାରେଙ୍କାଙ୍କ ପରି ଶୀର୍ଷ ସ୍ଥାନୀୟ ଖେଳାଳିଙ୍କୁ ଏଥର ଆକ୍ସନରେ ଦେଖିବାକୁ ମିଳିବ।

କ୍ରମାଗତ ୫ମ ଟାଇଟଲ ପାଇଁ ଲଢ଼ିବେ ଜୋକୋଭିଚ୍‌

ପ୍ରତିଯୋଗିତାର ଡ୍ର ଉଠାଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ ଥର ଚାମ୍ପିୟନ ଭେନସ ଓ୍ବିଲିୟମ୍ସ ନିଜର ପ୍ରଥମ ମ୍ୟାଚରେ ୨୦୧୯ ସେମିଫାଇନାଲିଷ୍ଟ ଏଲିନା ସ୍ବିତୋଲିନାଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଏହାହେବ ଭେନସଙ୍କର ୨୪ତମ ଓ୍ବିମ୍ବେଲଡନ ପଦାର୍ପଣ। ସେହିପରି ୨ ଥର ଟାଇଟଲ ବିଜେତା ଆଣ୍ଡିମୁରେ ପ୍ରଥମ ରାଉଣ୍ଡରେ ଓ୍ବାଇଲ୍ଡକାର୍ଡଧାରୀ ର଼୍ୟାନ ପେନିଷ୍ଟନଙ୍କୁ ଭେଟିବେ। ଏହା ଏକ ଅଲ୍‌ ବ୍ରିଟିଶ୍‌ ମୁକାବିଲା ହେବ। ୪୩ ବର୍ଷରେ ପଦାର୍ପଣ କରିଥିବା ଭେନସ ଚଳିତ ସିଜନରେ ମାତ୍ର ୫ଟି ମ୍ୟାଚ ଖେଳିଛନ୍ତି। ଅନ୍ୟପକ୍ଷରେ ସନ୍ତାନର ମା’ ହେବା ପରେ ଗତ ଏପ୍ରିଲରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସ୍ବିତୋଲିନା। ଏ ଦୁଇ ଖେଳାଳିଙ୍କୁ ଅଲ୍‌ ଇଂଲଣ୍ଡ କ୍ଲବ ପକ୍ଷରୁ ଓ୍ବାଲ୍ଡ କାର୍ଡ ପ୍ରଦାନ କରାଯାଇଛି। ଭେନସ-ସ୍ବିତୋଲିନାଙ୍କ ମଧ୍ୟରୁ ଯିଏ ବିଜୟୀ ହେବେ ଦ୍ୱିତୀୟ ରାଉଣ୍ଡରେ ୨୮ତମ ସିଡ୍‌ ଏଲିସେ ମେର୍ଟେନ୍ସଙ୍କୁ ଭେଟିବା ସମ୍ଭାବନା ରହିଛି। ଓ୍ବିଲିୟମ୍ସ ୨୦୦୦, ୨୦୦୧, ୨୦୦୫, ୨୦୦୭ ଓ ୨୦୦୮ରେ ଓ୍ବିମ୍ବେଲଡନ ଚାମ୍ପିୟନ ହୋଇଥିଲେ। ଏହା ବ୍ୟତୀତ ସେ ୨ ଥର ଲେଖାଏ ୟୁଏସ୍‌ ଓପନ ଓ ଅଷ୍ଟ୍ରେଲିଆନ ଓପନ ଏବଂ ଥରେ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଛନ୍ତି।
ଚଳିତ ବର୍ଷ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ କ୍ରମାଗତ ୫ମ ଏବଂ ଓଭରଅଲ୍‌ ୮ମଥର ଓ୍ବିମ୍ବେଲଡନ ଟାଇଟଲ ପାଇଁ ଲଢ଼ିବେ। ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ପେଦ୍ରୋ କାଚିନ। ୬୭ ର଼୍ୟାଙ୍କ୍‌ପ୍ରାପ୍ତ ଏହି ଆର୍ଜେଣ୍ଟିନା ଖେଳାଳି ଏଥର ଓ୍ବିମ୍ବେଲଡନ ଡେବ୍ୟୁ କରିବେ। ଡ୍ର ଅନୁସାରେ ଏଥର ପୁରୁଷ ସିଙ୍ଗଲ୍ସରେ ନମ୍ବର ଓ୍ବାନ କାର୍ଲୋସ ଆଲ୍‌କାରେଜ ବନାମ ୬ଷ୍ଠ ସିଡ୍‌ ହୋଲଗେର ରୁନେ, ନଂ-୩ ଡାନିଲ ମେଡଭେଡେଭ ବନାମ ସିତ୍‌ସିପାସ, ଜୋକୋଭିଚ୍‌ ବନାମ ଆନ୍ଦ୍ରେ ରୁବଲେଭ ଏବଂ କସ୍ପେର ରୁଡ୍‌ ବନାମ ଜାନିକ ସିନରଙ୍କ ମଧ୍ୟରେ ସମ୍ଭାବ୍ୟ କ୍ୱାର୍ଟର ଫାଇନାଲ ହେବା ଆଶା ରହିଛି। ସେହିପରି ମହିଳା ବିଭାଗରେ ନଂ-୧ ଇଗା ସ୍ବିଟେକ ବନାମ କୋକୋ ଗଫ୍‌, ନଂ-୪ ଜେସିକା ପେଗୁଲା ବନାମ ନଂ ୫ କାରୋଲିନ ଗାର୍ସିଆ, ନଂ-୩ ଏଲିନା ରିବାକିନା ବନାମ ନଂ-୬ ଓନ୍ସ ଜାବେଉର ଏବଂ ନଂ-୨ ଆରିନା ସାବାଲେଙ୍କା ବନାମ ନଂ-୮ ମାରିଆ ସାକାରିଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ହେବା ସମ୍ଭାବନା ରହିଛି। ଗତବର୍ଷ ଫାଇନାଲରେ ରିବାକିନା ଓ ଜାବେଉର ପରସ୍ପରକୁ ଭେଟିଥିଲେ। ଏଥିରେ ରିବାକିନା ବିଜୟୀ ହୋଇଥିଲେ।

ଓ୍ବିମ୍ବେଲଡନ ଇତିହାସ

ଓ୍ବିମ୍ବେଲଡନ ବିଶ୍ୱର ସବୁଠାରୁ ପୁରୁଣା ଟେନିସ ଟୁର୍ନାମେଣ୍ଟର ମର୍ଯ୍ୟାଦା ଲାଭ କରିଛି। ୧୮୭୭ ମସିହାରୁ ଏହା ଲଣ୍ଡନର ଓ୍ବିମ୍ବେଲଡନସ୍ଥିତ ଅଲ୍‌ ଇଂଲଣ୍ଡ କ୍ଲବରେ ଖେଳାଯାଇ ଆସୁଛି। ଏହା ଏକ ଆଉଟଡୋର ଗ୍ରାସ୍‌କୋର୍ଟ ଟୁର୍ନାମେଣ୍ଟ। ବର୍ଷରେ ଖେଳାଯାଉଥିବା ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ଓ୍ବିମ୍ବେଲଡନ ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତାର ମାନ୍ୟତା ପାଇଥାଏ। ଅନ୍ୟ ୩ଟି ଗ୍ରାଣ୍ଡସ୍ଲାମ ହେଲା ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍‌ ଓପନ ଏବଂ ୟୁଏସ୍‌ ଓପନ। ଓ୍ବିମ୍ବେଲଡନ ଏକମାତ୍ର ବଡ଼ ଟୁର୍ନାମେଣ୍ଟ, ଯାହାକି ପାରମ୍ପରିକ ଟେନିସ ସର୍ଫେସ ଗ୍ରାସ୍‌ରେ ଖେଳାଯାଇ ଆସୁଛି। ଏହା ଜୁନ୍‌ର ଶେଷଭାଗ କିମ୍ବା ଜୁଲାଇ ପ୍ରଥମଭାଗରେ ସୋମବାରରୁ ଆରମ୍ଭ ହୋଇଥାଏ। ଏହାର ମହିଳା ସିଙ୍ଗଲ୍ସ ଫାଇନାଲ ଶନିବାର ଏବଂ ପୁରୁଷ ଫାଇନାଲ ରବିବାର ଅନୁଷ୍ଠିତ ହୋଇଥାଏ। କୋଭିଡ୍‌-୧୯ ପାଇଁ ୨୦୨୦ରେ ପ୍ରତିଯୋଗିତା ବାତିଲ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ବର୍ଷ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟ ବନ୍ଦ ହେବା ଏହାଥିଲା ପ୍ରଥମ। ୨୦୨୨ ସେପ୍ଟେମ୍ବର ୮ରେ ପୂର୍ବତନ ପୃଷ୍ଠପୋଷକ ରାଣୀ ଏଲିଜାବେଥ୍‌-୨ଙ୍କ ପରଲୋକ ଘଟିଥିବାରୁ ରାଜା ଚାଲର୍‌ସ-୩ଙ୍କ ସମୟରେ ଏହାହେବ ପ୍ରଥମ ଇଭେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri