Posted inଖେଳ

ଆଲ୍‌କାରାଜ, ସ୍ବିଟେକ ଟପ୍‌ସିଡ୍‌

ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍‌ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ର ମାନ୍ୟତା ପାଇଛନ୍ତି। ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ କାଜାଖସ୍ତାନର ଏଲିନା ରିବାକିନା ଡିଫେଣ୍ଡିଂ ଚାମ୍ପିୟନ ଭାବେ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଅଭିଯାନ ଆରମ୍ଭ କରିବେ ।

ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଗ୍ରାଣ୍ଡସ୍ଲାମ ମଧ୍ୟରେ ସର୍ବପୁରାତନ ଏହି ଗ୍ରାସ୍‌କୋର୍ଟ ପ୍ରତିଯୋଗିତା ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ ଆଣ୍ଡ କ୍ରୋକ୍ୱେଟ କ୍ଲବରେ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍‌ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ର ମାନ୍ୟତା ପାଇଛନ୍ତି। ପ୍ରତିଯୋଗିତାର ଗତ ସଂସ୍କରଣରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ପୁରୁଷ ଓ କାଜାଖସ୍ତାନର ଏଲିନା ରିବାକିନା ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଥିଲେ। ସେହିପରି ପୁରୁଷ ଡବଲ୍ସରେ ଅଷ୍ଟ୍ରେଲିଆର ମାଥ୍ୟୁ ଏବ୍‌ଡେନ-ମ୍ୟାକ୍ସ ପୁରସେଲ, ମହିଳା ଡବଲ୍ସରେ ଚେକ୍‌ ରିପବ୍ଲିକର ବାର୍ବରା କ୍ରେଜିକୋଭା-କାଟରିନା ସିନିକୋଭା ଏବଂ ମିକ୍ସଡ ଡବଲ୍ସରେ ବ୍ରିଟେନର ନିଲ୍‌ ସ୍କୁପ୍‌ସ୍କି ଓ ଆମେରିକାର ଡେସିରେ କ୍ରାକ୍‌ଜିକ ଯୋଡ଼ି ଟାଇଟଲ ହାସଲ କରିଥିଲେ।
ୟୁକ୍ରେନ ଉପରେ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ କାରଣରୁ ଗତ ସଂସ୍କରଣରେ ରୁଷିଆ ଓ ବେଲାରୁଷ ଖେଳାଳିଙ୍କୁ ବାସନ୍ଦ କରାଯାଇଥିଲା। ମାତ୍ର ଏଥର ଏହି ଦେଶର ଖେଳାଳିଙ୍କୁ ଏଣ୍ଟ୍ରି ମିଳିଛି। ତେଣୁ ଡାନିଲ ମେଡେଭେଡେଭ, ଆରିନା ସାବାଲେଙ୍କା ଓ ଭିକ୍ଟୋରିଆ ଆଜାରେଙ୍କାଙ୍କ ପରି ଶୀର୍ଷ ସ୍ଥାନୀୟ ଖେଳାଳିଙ୍କୁ ଏଥର ଆକ୍ସନରେ ଦେଖିବାକୁ ମିଳିବ।

କ୍ରମାଗତ ୫ମ ଟାଇଟଲ ପାଇଁ ଲଢ଼ିବେ ଜୋକୋଭିଚ୍‌

ପ୍ରତିଯୋଗିତାର ଡ୍ର ଉଠାଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ ଥର ଚାମ୍ପିୟନ ଭେନସ ଓ୍ବିଲିୟମ୍ସ ନିଜର ପ୍ରଥମ ମ୍ୟାଚରେ ୨୦୧୯ ସେମିଫାଇନାଲିଷ୍ଟ ଏଲିନା ସ୍ବିତୋଲିନାଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଏହାହେବ ଭେନସଙ୍କର ୨୪ତମ ଓ୍ବିମ୍ବେଲଡନ ପଦାର୍ପଣ। ସେହିପରି ୨ ଥର ଟାଇଟଲ ବିଜେତା ଆଣ୍ଡିମୁରେ ପ୍ରଥମ ରାଉଣ୍ଡରେ ଓ୍ବାଇଲ୍ଡକାର୍ଡଧାରୀ ର଼୍ୟାନ ପେନିଷ୍ଟନଙ୍କୁ ଭେଟିବେ। ଏହା ଏକ ଅଲ୍‌ ବ୍ରିଟିଶ୍‌ ମୁକାବିଲା ହେବ। ୪୩ ବର୍ଷରେ ପଦାର୍ପଣ କରିଥିବା ଭେନସ ଚଳିତ ସିଜନରେ ମାତ୍ର ୫ଟି ମ୍ୟାଚ ଖେଳିଛନ୍ତି। ଅନ୍ୟପକ୍ଷରେ ସନ୍ତାନର ମା’ ହେବା ପରେ ଗତ ଏପ୍ରିଲରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସ୍ବିତୋଲିନା। ଏ ଦୁଇ ଖେଳାଳିଙ୍କୁ ଅଲ୍‌ ଇଂଲଣ୍ଡ କ୍ଲବ ପକ୍ଷରୁ ଓ୍ବାଲ୍ଡ କାର୍ଡ ପ୍ରଦାନ କରାଯାଇଛି। ଭେନସ-ସ୍ବିତୋଲିନାଙ୍କ ମଧ୍ୟରୁ ଯିଏ ବିଜୟୀ ହେବେ ଦ୍ୱିତୀୟ ରାଉଣ୍ଡରେ ୨୮ତମ ସିଡ୍‌ ଏଲିସେ ମେର୍ଟେନ୍ସଙ୍କୁ ଭେଟିବା ସମ୍ଭାବନା ରହିଛି। ଓ୍ବିଲିୟମ୍ସ ୨୦୦୦, ୨୦୦୧, ୨୦୦୫, ୨୦୦୭ ଓ ୨୦୦୮ରେ ଓ୍ବିମ୍ବେଲଡନ ଚାମ୍ପିୟନ ହୋଇଥିଲେ। ଏହା ବ୍ୟତୀତ ସେ ୨ ଥର ଲେଖାଏ ୟୁଏସ୍‌ ଓପନ ଓ ଅଷ୍ଟ୍ରେଲିଆନ ଓପନ ଏବଂ ଥରେ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଛନ୍ତି।
ଚଳିତ ବର୍ଷ ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ କ୍ରମାଗତ ୫ମ ଏବଂ ଓଭରଅଲ୍‌ ୮ମଥର ଓ୍ବିମ୍ବେଲଡନ ଟାଇଟଲ ପାଇଁ ଲଢ଼ିବେ। ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ପେଦ୍ରୋ କାଚିନ। ୬୭ ର଼୍ୟାଙ୍କ୍‌ପ୍ରାପ୍ତ ଏହି ଆର୍ଜେଣ୍ଟିନା ଖେଳାଳି ଏଥର ଓ୍ବିମ୍ବେଲଡନ ଡେବ୍ୟୁ କରିବେ। ଡ୍ର ଅନୁସାରେ ଏଥର ପୁରୁଷ ସିଙ୍ଗଲ୍ସରେ ନମ୍ବର ଓ୍ବାନ କାର୍ଲୋସ ଆଲ୍‌କାରେଜ ବନାମ ୬ଷ୍ଠ ସିଡ୍‌ ହୋଲଗେର ରୁନେ, ନଂ-୩ ଡାନିଲ ମେଡଭେଡେଭ ବନାମ ସିତ୍‌ସିପାସ, ଜୋକୋଭିଚ୍‌ ବନାମ ଆନ୍ଦ୍ରେ ରୁବଲେଭ ଏବଂ କସ୍ପେର ରୁଡ୍‌ ବନାମ ଜାନିକ ସିନରଙ୍କ ମଧ୍ୟରେ ସମ୍ଭାବ୍ୟ କ୍ୱାର୍ଟର ଫାଇନାଲ ହେବା ଆଶା ରହିଛି। ସେହିପରି ମହିଳା ବିଭାଗରେ ନଂ-୧ ଇଗା ସ୍ବିଟେକ ବନାମ କୋକୋ ଗଫ୍‌, ନଂ-୪ ଜେସିକା ପେଗୁଲା ବନାମ ନଂ ୫ କାରୋଲିନ ଗାର୍ସିଆ, ନଂ-୩ ଏଲିନା ରିବାକିନା ବନାମ ନଂ-୬ ଓନ୍ସ ଜାବେଉର ଏବଂ ନଂ-୨ ଆରିନା ସାବାଲେଙ୍କା ବନାମ ନଂ-୮ ମାରିଆ ସାକାରିଙ୍କ ମଧ୍ୟରେ କ୍ୱାର୍ଟର ଫାଇନାଲ ହେବା ସମ୍ଭାବନା ରହିଛି। ଗତବର୍ଷ ଫାଇନାଲରେ ରିବାକିନା ଓ ଜାବେଉର ପରସ୍ପରକୁ ଭେଟିଥିଲେ। ଏଥିରେ ରିବାକିନା ବିଜୟୀ ହୋଇଥିଲେ।

ଓ୍ବିମ୍ବେଲଡନ ଇତିହାସ

ଓ୍ବିମ୍ବେଲଡନ ବିଶ୍ୱର ସବୁଠାରୁ ପୁରୁଣା ଟେନିସ ଟୁର୍ନାମେଣ୍ଟର ମର୍ଯ୍ୟାଦା ଲାଭ କରିଛି। ୧୮୭୭ ମସିହାରୁ ଏହା ଲଣ୍ଡନର ଓ୍ବିମ୍ବେଲଡନସ୍ଥିତ ଅଲ୍‌ ଇଂଲଣ୍ଡ କ୍ଲବରେ ଖେଳାଯାଇ ଆସୁଛି। ଏହା ଏକ ଆଉଟଡୋର ଗ୍ରାସ୍‌କୋର୍ଟ ଟୁର୍ନାମେଣ୍ଟ। ବର୍ଷରେ ଖେଳାଯାଉଥିବା ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ଓ୍ବିମ୍ବେଲଡନ ସବୁଠାରୁ ସମ୍ମାନଜନକ ପ୍ରତିଯୋଗିତାର ମାନ୍ୟତା ପାଇଥାଏ। ଅନ୍ୟ ୩ଟି ଗ୍ରାଣ୍ଡସ୍ଲାମ ହେଲା ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍‌ ଓପନ ଏବଂ ୟୁଏସ୍‌ ଓପନ। ଓ୍ବିମ୍ବେଲଡନ ଏକମାତ୍ର ବଡ଼ ଟୁର୍ନାମେଣ୍ଟ, ଯାହାକି ପାରମ୍ପରିକ ଟେନିସ ସର୍ଫେସ ଗ୍ରାସ୍‌ରେ ଖେଳାଯାଇ ଆସୁଛି। ଏହା ଜୁନ୍‌ର ଶେଷଭାଗ କିମ୍ବା ଜୁଲାଇ ପ୍ରଥମଭାଗରେ ସୋମବାରରୁ ଆରମ୍ଭ ହୋଇଥାଏ। ଏହାର ମହିଳା ସିଙ୍ଗଲ୍ସ ଫାଇନାଲ ଶନିବାର ଏବଂ ପୁରୁଷ ଫାଇନାଲ ରବିବାର ଅନୁଷ୍ଠିତ ହୋଇଥାଏ। କୋଭିଡ୍‌-୧୯ ପାଇଁ ୨୦୨୦ରେ ପ୍ରତିଯୋଗିତା ବାତିଲ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ବର୍ଷ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟ ବନ୍ଦ ହେବା ଏହାଥିଲା ପ୍ରଥମ। ୨୦୨୨ ସେପ୍ଟେମ୍ବର ୮ରେ ପୂର୍ବତନ ପୃଷ୍ଠପୋଷକ ରାଣୀ ଏଲିଜାବେଥ୍‌-୨ଙ୍କ ପରଲୋକ ଘଟିଥିବାରୁ ରାଜା ଚାଲର୍‌ସ-୩ଙ୍କ ସମୟରେ ଏହାହେବ ପ୍ରଥମ ଇଭେଣ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?