Posted inଫୁରସତ

ସେବାରେ ମନ

କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା ଅଶୁଣା ଏପରିକି ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅସହାୟ ଲୋକଙ୍କ ସେବା କରିବାରେ ନିଆରା ଭାବ ସୃଷ୍ଟି ହୋଇଥାଏ। ତେବେ ସେବା ଶବ୍ଦର ଏମିତି ମହତ୍ତ୍ୱକୁ ବୁଝିପାରି ଜନସେବାରେ ନିଜକୁ ସାମିଲ କରିଛନ୍ତି ଜଣେ ଆଲ୍‌ବମ ଅଭିନେତ୍ରୀ। ସମୟକ୍ରମେ ସେ ଏକାଧିକ ଆଲ୍‌ବମରେ ଅଭିନୟ କରିବା ସହିତ କେତୋଟି ସିନେମାରେ ବି ଅଭିନୟ କରି କିଛି ଅନୁଭୂତି ସାଉଁଟିଛନ୍ତି। ପୁଣି ନିଜ ଗଁାରେ ପିଲାଙ୍କୁ ନୃତ୍ୟଶିକ୍ଷା ଦେବାକୁ ମନବଳାଇ ଏକ ଅନୁଷ୍ଠାନ ଗଢ଼ିଲେ। ଏବେ କିନ୍ତୁ ସେ କେତେଜଣ ଅସହାୟ ଗରିବ ଓ ରୋଗୀଙ୍କୁ ସାହାଯ୍ୟ ଏବଂ ସେବା କରୁଥିବା ଦେଖିବାକୁ ମିଳୁଛି। ସେ ହେଲେ ପାୟଲ ପ୍ରିୟଦର୍ଶିନୀ ନାୟକ। ଘର ଖୋର୍ଦ୍ଧା ଜିଲା ଅଧୀନ ବାଣପୁର ଅଞ୍ଚଳର ବାଲିପଦର ଗଁାରେ। ସେ କୁହନ୍ତି, ଆମ ଘରେ ମା’ବାପାଙ୍କର ମୁଁ ଏକମାତ୍ର ଝିଅ ଓ ମୋର ୩ ଭାଇ। ମୋ ପରିବାର ଏକ କଳାକାର ପରିବାର। ମାଟ୍ରିକ୍‌ ପାସ୍‌ ପରେ ବାଣପୁରରେ ନୂଆ କରି କଲେଜ ଯାଉଥାଏ। ୨୦୦୮ ମସିହା କଥା। ଥରେ ଏକ ଅଜଣା ଫୋନ୍‌ରୁ କଲ୍‌ଟିଏ ପାଇ ସିନେମାରେ ଅଭିନୟ ପ୍ରତି ମନ ବଳାଇଥିଲି। ସେଥିପାଇଁ ରଙ୍ଗ୍‌ ନମ୍ବର ଯୋଗୁ ଘରୁ ଚାଲି ଆସିଥିଲି କଟକ ା ଅବଶ୍ୟ ସେବେଠାରୁ ଆଉ ପଛକୁ ଫେରିନି। ଆଲ୍‌ବମ ହେଉ କି ସିନେମା, ଯେତେବେଳେ ଯାହାକିଛି ଅଭିନୟ କରିବାର ସୁଯୋଗ ମିଳିଛି ସେଥିରେ ଭାଗ ନେଇଛି। ଏମିତିରେ ଗଞ୍ଜା ଲଢ଼େଇ, ହରିଓଁହରି, ସାତ ଜନମର ସାଥୀ ଆଦି ପ୍ରାୟ ୬ଟି ସିନେମାରେ ଓ ବହୁ ଆଲ୍‌ବମରେ ଅଭିନୟ କରିସାରିଛି। ଏପରିକି କେତୋଟି ଗୀତକୁ ନିଜେ ଲେଖି ତାର ଭିଡିଓ ଅଡିଓ ପାଇଁ ନିଜେ ପ୍ରଯୋଜନା କରିଛି। ଅନ୍ୟପକ୍ଷେ ଆଜକୁ ପ୍ରାୟ ଏକଦଶନ୍ଧି ଧରି କଞ୍ଚା ପନିପରିବା ଖାଇବାରେ ରୁଚି ରଖିଛି। ଏଥିପାଇଁ ଭିନ୍ନ ପରିଚୟ ମିଳିପାରିଛି। ଏବେ କଟକର ସିଡିଏ ଅଞ୍ଚଳରେ ରହୁଥିବାରୁ ଗଣେଶ ପ୍ୟାଲେସ୍‌ ନିକଟରେ ଏକ ମିଠା ଦୋକାନ ଦେଇଛି, ଯେଉଁଠାରେ ବାଣପୁର ଅଞ୍ଚଳର ମାଠପୁଳି ଓ କାକରା ବେଶି ବିକ୍ରି କରାଯାଇଥାଏ। ପୁଣି ଅନ୍ୟ ଏକ ସ୍ଥାନରେ ୨ଜଣ ବ୍ୟବସାୟୀଙ୍କ ଜରିଆରେ ଚିଲିକା ଚିଙ୍ଗୁଡ଼ି, କଙ୍କଡ଼ା ବ୍ୟବସାୟ କରିଥାଏ। ବିଭିନ୍ନ ସମୟରେ ଆଶ୍ରମକୁ ବୁଲିବାକୁ ଯାଇ ସେଠାର ଅନ୍ତେବାସୀଙ୍କୁ ମୋ ସାମର୍ଥ୍ୟ ଅନୁଯାୟୀ କିଛି ସାହାଯ୍ୟ ସହାୟତା ବି କରିଥାଏ। କରୋନା-ଲକ୍‌ଡାଉନ ସମୟରେ ମା’ ଶାରଳା ହେଲ୍‌ପ ଫାଉଣ୍ଡେଶନ ଜରିଆରେ ସେବା କରି ଖୁସି ହୋଇଥିଲି। ୫, ଫେବୃୟାରୀ ୨୦୨୧ରୁ ମା’ ଭଗବତୀ ହେଲ୍ପ ଫାଉଣ୍ଡେଶନ ଗଢ଼ି ଗରିବ ଅସହାୟ ଲୋକଙ୍କ ସେବା କରୁଛି। ଏବେ ପ୍ରାୟ ଦେଢ଼ମାସ ମଧ୍ୟରେ ୨୭ ଜଣ ଗରିବ ରୋଗୀଙ୍କୁ ସେବା ଓ ସାହାଯ୍ୟ କରିବାର ସୁଯୋଗ ମିଳିଛି। ନରସେବା ନାରାୟଣ ସେବା ମନେକରି ନିଜର କିଛି ସମୟକୁ ଏମିତି ପୁଣ୍ୟ କାର୍ଯ୍ୟରେ ବିତେଇଥାଏ। ଏଥିଯୋଗୁ ଆତ୍ମତୃପ୍ତି ମିଳୁଛି। ଡାକ୍ତର ବାବୁଙ୍କ ସହିତ ମୋର ପରିଚୟ ହେବାରୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅସହାୟ ଲୋକଙ୍କ ସେବା କରିବାରେ ସୁବିଧା ହୋଇ ପାରିଥାଏ। ଏଥିପାଇଁ କାହାରି ଈର୍ଷା ମୋତେ ନିରୁତ୍ସାହିତ କରୁନି, ବରଂ ଅନ୍ୟମାନଙ୍କ ଆଶୀର୍ବାଦ ମୋତେ ଅଧିକ ଲୋକଙ୍କ ସେବା କରିବାରେ ସହାୟକ ହେଉଛି। ମା’ ଭଗବତୀ ହେଲ୍ପ ଫାଉଣ୍ଡେଶନ ନଁାରେ ସେବାକୁ ଆପଣେଇ ଚାଲିଛି। ଅନ୍ୟପକ୍ଷେ ଆଇନଜୀବୀ ସୁରେନ୍ଦ୍ର ବେହେରା କୁହନ୍ତି, ପାୟଲ ପ୍ରିୟଦର୍ଶିନୀ ଯଦି କେହି ଅସହାୟ ଲୋକଙ୍କୁ ଦେଖେ, ସେ ଯଥାସମ୍ଭବ ତାକୁ ଅନ୍ନ ବସ୍ତ୍ର ଦେଇଥାଏ। ଏକ ଦୁର୍ଘଟଣାରେ ଗୋଡ଼ ହାଡ଼ ଭାଙ୍ଗି ଯାଇଥିବା ଘନଶ୍ୟାମ ବାଗ କୁହନ୍ତି, କଳାହାଣ୍ଡି ଜିଲାରୁ ଚିକିତ୍ସା ପାଇଁ ଆସି କଟକ ବଡ଼ମେଡିକାଲରେ ପହଞ୍ଚତ୍ଥିଲି। ଏଠାରେ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ପାୟଲ ପ୍ରିୟଦର୍ଶିନୀଙ୍କ ସହିତ ଦେଖାହୁଏ। ସେ ବି ମୋ ଦୁଃଖକଥା ଜାଣି ମୋତେ ସାହାଯ୍ୟର ହାତ ବଢ଼େଇଛନ୍ତି। ସେହିପରି ପ୍ରତିଭା ରାଉତ ନାମ୍ନୀ ଜଣେ କଳାକାର କ୍ୟାନ୍‌ସରରୁ ମୁକ୍ତି ପାଇଁ କଟକ ଆସିଥିଲେ। ସେ କୁହନ୍ତି, ଶୁଣିଲି ପାୟଲ ଅସହାୟ ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି। ସେଥିପାଇଁ ତାଙ୍କୁ ସାହାଯ୍ୟ ପାଇଁ କହିଲି। ସେ ଏବେ ସେବାରେ ସାହାଯ୍ୟ କରି ଚାଲିଛନ୍ତି। ଭଦ୍ରକର ତିହିଡ଼ିରୁ ଆସିଥିବା ବିଷ୍ଣୁ ଜେନା କୁହନ୍ତି, ମୁହଁ ଅପରେଶନ ପାଇଁ କଟକ ଆସିଥିଲି। ପାୟଲ ବିଷୟରେ ଜାଣିଲି। ସେ ବି ମତେ ସାହାଯ୍ୟ କରିଛନ୍ତି। ତେବେ ଏମିତି ଲକ୍‌ଡାଉନ ସମୟରେ ବି ଅସହାୟ ଲୋକଙ୍କ ସେବାକରି ସେ ଆନନ୍ଦ ପାଇଥା’ନ୍ତି। କାହାରିକୁ ମାଗଣା ରକ୍ତଦାନର ବ୍ୟବସ୍ଥା ତ ପୁଣି କାହାରିକୁ ସେବାରେ ସାହାଯ୍ୟ କରିବାରେ ରହିଛି ତାଙ୍କର ଭିନ୍ନ ରୁଚି। ଏଥିପାଇଁ ତାଙ୍କର ସୃଷ୍ଟି ହେଉଛି ନିଆରା ପରିଚୟ।
– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦...

୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…

ବର୍ଲିନ୍‌, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ।...

ନିର୍ବାଚନରେ ପରାଜିତ ହେବା ପରେ ଭୋଟରଙ୍କୁ ଉପହାର ଫେରାଇବାକୁ କହିଲେ ପ୍ରାର୍ଥୀ

ରାୟପୁର, ୩୦।୧: ଭୋଟରଙ୍କୁ ହାତେଇବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବା ପ୍ରାର୍ଥୀମାନେ ବେଳେବେଳେ କେତେକ ଉପହାର ଦେଇଥାନ୍ତି। କିନ୍ତୁ ନିର୍ବାଚନରେ ପରାଜିତ ହେବାପରେ ଏହାକୁ...

ଅଜବ ଶିଶୁଙ୍କ ଗଜବ କଥା

ଏମାନେ ସମସ୍ତେ ଛୋଟ ପିଲା। ସବୁ ପିଲାଙ୍କ ପରି ଏମାନଙ୍କର ବି କୁନି କୁନି ସ୍ବପ୍ନ। କିନ୍ତୁ ଅସାଧାରଣ ସେମାନଙ୍କ ଚେହେରା, ଯାହା ଅନ୍ୟମାନଙ୍କଠାରୁ ସେମାନଙ୍କୁ...

ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ର ମୃତ୍ୟୁ

ଥିରୁଭାନନ୍ତପୁରମ,୧୦।୧୦: କେରଳର ଶ୍ରୀ ଅନନ୍ତପଦ୍ମନାବା ସ୍ବାମୀ ମନ୍ଦିରରେ ରହୁଥିବା ‘ଶାକାହାରୀ କୁମ୍ଭୀର’ ଦେହାନ୍ତ ହୋଇଛି। ‘ବାବିଆ’ ଭାବରେ ଜଣାଶୁଣା ଏହି କୁମ୍ଭୀରଟି ଗତ ୭୦ ବର୍ଷ...

ମାରି ଖାଇବାକୁ ଛକିଥିଲା; ସାପ-କୁକୁଡା ମଧ୍ୟରେ ହେଲା ଜୋରଦାର ଲଢ଼େଇ; ଶେଷରେ…

ମନୁଷ୍ୟମାନଙ୍କ ମଧ୍ୟରେ ଅନେକ ଲୋକକଥା ପ୍ରଚଳିତ ରହିଛି। ସେଥିରୁ କିଛି ପଶୁମାନଙ୍କ ଉପରେ ରହିଛି। ମୁଷା-ବିରାଡି ଖେଳ, ସାପ-ନେଉଳ ମଧ୍ୟରେ ଲଢ଼େଇ ବିଷୟରେ ଶୁଣିବାକୁ ମିଳିଥାଏ।...

ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି

ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...

ପାଠ ପଢ଼େଇବାର ଅଭିନବ ତରିକା

ଭେରୋନିକା ଡକ୍‌! ସେ ବିଜ୍ଞାନ, ଇଂଲିଶ ଏବଂ ସ୍ପାନିଶ ଭାଷାର ଶିକ୍ଷୟିତ୍ରୀ। ତେବେ ସେ ଏମିତି ଜଣେ ମହିଳା ଯିଏ ଚାହାନ୍ତି ତାଙ୍କର ଛାତ୍ରୀଛାତ୍ରମାନେ ଭଲଭାବରେ...

Advertisement
Archives

Model This Week