ସମର୍‌ ଡ୍ରିଙ୍କ୍ସ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା ପାଇବା ପାଇଁ ଅନେକେ ହାଲ୍‌କା ପୋଷାକ ପରିଧାନ କରିବା ସହ ଛାଇରେ ରହିବାକୁ ବେଶି ପସନ୍ଦ କରିଥାନ୍ତି। ଏହାଦ୍ୱାରା ଶରୀରର ବାହ୍ୟ ଅଂଶକୁ ସିନା ଥଣ୍ଡା ମିଳିଯାଏ, ହେଲେ ଅନ୍ତଃଭାଗକୁ ଶୀତଳତା ପ୍ରଦାନ ପାଇଁ କିଛି ଥଣ୍ଡା ପାନୀୟ ବା ଜୁସ୍‌ର ଆବଶ୍ୟକତା ପଡ଼ିଥାଏ, ଯାହା ସମର୍‌ରେ ବି ଶରୀରକୁ କୁଲ୍‌ ଫିଲିଙ୍ଗ୍ସ ଦେଇଥାଏ…

କଞ୍ଚା ଆମ୍ବ ଜୁସ୍‌: କଞ୍ଚା ଆମ୍ବ ଜୁସ୍‌ ପିଇଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ ଖରାଦିନିଆ ଚର୍ମରୋଗରୁ ବି ମୁକ୍ତି ମିଳିଥାଏ। କଞ୍ଚା ଆମ୍ବର ଚୋପା ଓ ଟାକୁଆକୁ କାଢିଦେବା ପରେ ଖାଲି ଆମ୍ବକୁ ସାମାନ୍ୟ ସିଝାଇ ସେଥିରେ ସ୍ବାଦାନୁଯାୟୀ ଲୁଣ, ଚିନି, କିଛି ପୁଦିନା ପତ୍ର ଏବଂ ଟିକେ ଜିରାଗୁଣ୍ଡ ପକାଇ ଏହି ଜୁସ୍‌ ତିଆରି କରି ପିଇଲେ ମନ ଓ ମିଜାସ୍‌ ନିମିଷକେ ତାଜା ହୋଇଗଲା ଭଳି ଅନୁଭବ ହୋଇଥାଏ।

ତରଭୁଜ ଜୁସ୍‌: ତରଭୁଜରେ ଭିଟାମିନ୍ସ, ମିନେରାଲ୍ସ, ପ୍ରୋଟିନ୍‌, ଫାଇବର୍‌, ପୋଟାସିୟମ୍‌ ତଥା ମାଗନେସିୟମ୍‌ର ମାତ୍ରା ରହିଥିବାରୁ ଏହାର ସେବନ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ। ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ହଜମ କ୍ରିୟାକୁ ସକ୍ରିୟ କରିବା, ହୃଦ୍‌ରୋଗ, ଡାଇବେଟିସ୍‌ ତଥା କ୍ୟାନ୍‌ସର୍‌ ସମସ୍ୟାରୁ ମୁକ୍ତି ଦେବା ସହ ଏହା ଆଖି ପାଇଁ ବି ଉପକାରୀ ହୋଇଥାଏ। ଖରାଦିନେ ତରଭୁଜ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ପେଟ ପୂରିଯିବା ସହ ଶରୀରକୁ ଶୀତଳତା ମିଳିଥାଏ।

କମଳା ଜୁସ୍‌: ଭିଟାମିନ୍‌ ସି ଓ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟ୍ସରେ ଭରା କମଳା ବା କମଳା ଜୁସ୍‌ରେ ପୋଟାସିୟମ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ସର ମାତ୍ରା ବି ଦେଖିବାକୁ ମିଳିଥାଏ। ଏହାକୁ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ କିଡ୍‌ନୀ ଷ୍ଟୋନ ସମସ୍ୟାରୁ ବି ମୁକ୍ତି ମିଳିଥାଏ। ରକ୍ତଚାପ, ବ୍ଲଡ ସୁଗାର ତଥା କୋଲେଷ୍ଟେରଲ୍‌କୁ ନିୟନ୍ତ୍ରଣରେ ରଖିବା ସଙ୍ଗେ ସଙ୍ଗେ ଏହା ବିଭିନ୍ନ ପ୍ରକାର ଚର୍ମ ରୋଗରୁ ମଧ୍ୟ ରକ୍ଷା ଦେଇଥାଏ। ଖରାଦିନେ ଏହାର ଜୁସ୍‌ ପିଇବା ଉତ୍ତମ ହୋଇଥାଏ।

ବେଲ ପଣା: ଖରାଦିନେ ସନ୍‌ଷ୍ଟ୍ରୋକ୍‌ରୁ ମୁକ୍ତି ଦେବାରେ ବେଲ ପଣାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହାକୁ ପିଇଲେ ପେଟ ଥଣ୍ଡା ରହିବା ସହ ହଜମ କ୍ରିୟା ମଧ୍ୟ ଠିକ୍‌ରେ ହୋଇଥାଏ। କୋଷ୍ଠକାଠିନ୍ୟ ସମସ୍ୟାରେ ଏହି ପଣାକୁ କିଛିଦିନ ନିୟମିତ ପିଇଲେ ଶୀଘ୍ର ଉପଶମ ମିଳିଥାଏ। ତେବେ ଏହି ପଣାରେ କିଛି ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ଶରୀର ପାଇଁ ବହୁତ ଲାଭ ହୋଇଥାଏ।

ସପୁରି ଜୁସ୍‌: ଏଥିରେ ଭରି ରହିଥିବା ଭିଟାମିନ୍ସ ଓ ମିନେରାଲ୍ସ ଯୋଗୁ ଖରାଦିନେ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ସି’ର ମାତ୍ରା ବି ରହୁଥିବାରୁ ଏହା ତ୍ୱଚାକୁ ସଫା ରଖିବା ସହ ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ନିୟମିତ ସପୁରି ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ତ୍ୱଚା କୋମଳ ହେବା ସଙ୍ଗେ ସଙ୍ଗେ ହେଲ୍‌ଦି ରହିଥାଏ। ସେହିପରି ଏହା ଓଠକୁ ହାଇଡ୍ରେଟ୍‌ ରଖିବା ସହ ଶରୀରରୁ ମୃତ କୋଷିକାକୁ ସଫା କରିବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ।

ଆଖୁ ରସ: ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌ ଭରି ରହିଥାଏ; ଯାହା ପାଚନ କ୍ରିୟାକୁ ସକ୍ରିୟ କରିବା ସଙ୍ଗେ ସଙ୍ଗେ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତା’ଛଡ଼ା ପେଟରେ ହେଉଥିବା ବିଭିନ୍ନ ପ୍ରକାର ସଂକ୍ରମଣରୁ ବି ଏହା ରକ୍ଷା କରିଥାଏ। ଖାସ୍‌କରି ଖରାଦିନେ ଗୋଟେ ଗ୍ଲାସ୍‌ ଆଖୁ ରସ ପିଇଦେଲେ ପେଟ ଥଣ୍ଡା ରହିବା ସହ ଶରୀରକୁ ଫୂର୍ତ୍ତି ଅନୁଭବ ହୋଇଥାଏ। ତ୍ୱଚାରେ ଚମକ ଆଣିବା ସହ ହୃଦ୍‌ ସମସ୍ୟାରୁ ମୁକ୍ତି ଦେବାରେ ବି ଏହା ବେଶ୍‌ ଉପକାରୀ।

ଅଙ୍ଗୁର ଜୁସ୍‌: ଏହି ଜୁସ୍‌ ଖୁବ୍‌ ପୁଷ୍ଟିକର ହେବା ସଙ୍ଗେ ସଙ୍ଗେ ଖରାଦିନେ ଅନ୍ତଃଭାଗରୁ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ। ଖରାରେ ତଣ୍ଟି ଶୁଖି ଯାଉଥିଲେ, କିଛି ଅଙ୍ଗୁରକୁ ଭଲଭାବେ ଗ୍ରାଇଣ୍ଡିଂ କରି ସେଥିରେ ଟିକେ ଚିନି ଓ ସ୍ବାଦାନୁଯାୟୀ ଲୁଣ ମିଶାଇ ପିଇଲେ ବେଶ୍‌ ଆରାମ ଲାଗିଥାଏ।

ଲିଚି ଜୁସ୍‌: ଭିଟାମିନ୍ସ, ମିନେରାଲ୍ସ ତଥା ଡାଇଜେଷ୍ଟିଭ୍‌ ଫାଇବର୍ସର ଷ୍ଟୋର୍‌ ହାଉସ୍‌ ଭାବେ ଜଣାଶୁଣା ଲିଚି ଶରୀର ପାଇଁ ଖୁବ୍‌ ହିତକର। ଖରାଦିନେ ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଗରମ ଦାଉରୁ ଆରାମ ମିଳିଥାଏ। ଚର୍ମରୋଗରୁ ମୁକ୍ତି ପାଇଁ ମଧ୍ୟ ଏହି ଜୁସ୍‌ ବେଶ୍‌ ଉପକାରୀ।

ଡାଳିମ୍ବ ଜୁସ୍‌: ଡାଳିମ୍ବରେ ଆଇରନ୍‌ର ମାତ୍ରା ରହୁଥିବାରୁ ଏହା ଶରୀର ପାଇଁ ନାଚୁରାଲ୍‌ ଏନର୍ଜି ଟନିକ୍‌ ଭାବେ କାମ କରିଥାଏ। ତା’ଛଡ଼ା ଏହାକୁ ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଖରାଦିନେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।

ପଇଡ଼ ପାଣି : ଭିଟାମିନ୍ସ, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟ୍ସ ତତ୍ତ୍ୱରେ ଭରା ପଇଡ଼ ପାଣି ଖରାଦିନେ ଶରୀରକୁ ହାଇଡ୍ରେଟ୍‌ ରଖିବା ସହ ଫୂର୍ତ୍ତି ପ୍ରଦାନ କରିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

୧୨ ଅକ୍ଟୋବରରୁ ୩ ରାଶି ମାଲାମାଲ! ବିଶାଖା ନକ୍ଷତ୍ରରେ ବୁଧଙ୍କ ଚଳନ, ଚମକିବ ଆପଣଙ୍କ ଭାଗ୍ୟ?

ବୈଦିକ ଜ୍ୟୋତିଷରେ ବୁଧଙ୍କୁ “ଗ୍ରହମାନଙ୍କ ରାଜକୁମାର” ବୋଲି କୁହାଯାଏ। ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ତର୍କ ଏବଂ ବ୍ୟବସାୟର କାରକ ଗ୍ରହ। ବର୍ତ୍ତମାନ ବୁଧ ତାଙ୍କ ମିତ୍ର…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

୬ରୁ ହବିଷିଆଳି ବ୍ରତ ପାଇଁ ଅନ୍‌ଲାଇନ ପଞ୍ଜୀକରଣ

ପୁରୀ,୩ା୧୦(ଅଜିତ୍‌ କୁମାର ମହାନ୍ତି) ଚଳିତ ବର୍ଷ ହବିଷିଆଳି ବ୍ରତ ବା ରାଈଦାମୋଦର ବ୍ରତ ଅକ୍ଟୋବର ୨୬ରୁ ଆରମ୍ଭ ହୋଇ ନଭେମ୍ବର ୨୪ରେ ଶେଷହେବ। କେବଳ ଅନ୍‌ଲାଇନ ମାଧ୍ୟମରେ…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?