ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଷ୍ଣୁ ମଞ୍ଚୁଙ୍କ ନିର୍ମିତ ‘କନ୍ନପ୍ପା’ ଫିଲ୍ମରେ ଅକ୍ଷୟ ନଜର ଆସିବେ ବୋଲି ମଙ୍ଗଳବାର ଜଣାପଡ଼ିଛି। ଏହା ଏକ ପୌରାଣିକ ଆଧାରିତ ଫିଲ୍ମ ହୋଇଥିବାବେଳେ ଏଥିରେ ଅକ୍ଷୟଙ୍କ ସହ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ସୁପରଷ୍ଟାର ପ୍ରଭାସ, ମୋହନଲାଲ ଓ ନୟନତାରା ନଜର ଆସିବେ। ଅକ୍ଷୟ ‘କନ୍ନପ୍ପା’ର ଏକ ଅଂଶ ହେବା ସହ ସାଉଥ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ବୋଲି ପିଲ୍ମ ନିର୍ମାତା ବିଷ୍ଣୁ ମଞ୍ଚୁ ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ ଏକ ଭିଡିଓ ମଧ୍ୟ ଶେୟାର କରିଥିଲେ। ଏଥିରେ ବିଷ୍ଣୁ ଅକ୍ଷୟଙ୍କୁ ଫୁଲମାଳ ଦେଇ ସ୍ବାଗତ କରିଥିବା ଦେଖିବାକୁ ମିଳିଛି। ଏହା ପରେ ଉଭୟ ଅକ୍ଷୟ ଓ ବିଷ୍ଣୁ ମଞ୍ଚୁ ‘କନ୍ନପ୍ପା’ ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିଥିଲେ। ଅକ୍ଷୟଙ୍କ ଯୋଗଦାନରେ ‘କନ୍ନପ୍ପା’ ଆହୁରି ଅଧିକ ରୋମାଞ୍ଚକର ହୋଇଥିବା ଏହି ଅବସରରେ ବିଷ୍ଣୁ କହିଛନ୍ତି। ଅକ୍ଷୟଙ୍କ ଭଳି ଷ୍ଟାରଙ୍କୁ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ସ୍ବାଗତ କରି ସେ ଖୁସିବ୍ୟକ୍ତ କରିଛନ୍ତି। ‘କନ୍ନପ୍ପା’ ଚଳଚ୍ଚିତ୍ର ସହ ତେଲୁଗୁ ସିନେମାରେ ଅକ୍ଷୟଙ୍କ ଡେବ୍ୟୁ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭଗବାନ ଶିବଙ୍କର ଏକ ଭକ୍ତ କନ୍ନପ୍ପାଙ୍କୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା…

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଭାଜପାର ଖଣ୍ଡନ: ଭାବମୂର୍ତ୍ତିକୁ ମଳିନ କରିବାକୁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ…

ପୁରୁଷୋତ୍ତମପୁର,୨୬ା୬ (ସବିତା ମିଶ୍ର):କବିସର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ବିକାଶମୂଳକ ଓ ଜନହିତକର କାର୍ଯ୍ୟକୁ ସହି ନ ପାରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି…

ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରୱାନା: ଏବେ ହେଲେ…

ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri