ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ ବର୍ଷର ପ୍ରଥମ ଦିନକୁ ଏକ ବିଶେଷ ଢଙ୍ଗରେ ଆରମ୍ଭ କରିଛନ୍ତି। ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓରେ ସେ ନିଜ ପ୍ରଶଂସକମାନଙ୍କୁ ୨୦୨୧ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖାଇଛନ୍ତି। ଏହାସହ ସେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି। ଏହାକୁ ଶେୟାର କରି ଅକ୍ଷୟ ଲେଖିଛନ୍ତି, ଯଦି ତୁମେ ତୁମେ ମିସ୍‌ କରି ଦେଇଛ, ତେବେ ଏହା ହେଉଛି ୨୦୨୧ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ସମସ୍ତଙ୍କ ସଫଳତା ଏବଂ ସୁଖ ପାଇଁ ପ୍ରାର୍ଥନା। ସମସ୍ତଙ୍କୁ ଏକ ନୂତନ ବର୍ଷର ଶୁଭେଚ୍ଛା। ନବବର୍ଷର ଶୁଭେଚ୍ଛା। ସୂଚନାଯୋଗ୍ୟ, ୨୦୨୦ରେ ଅକ୍ଷୟ କୁମାର ବିଜ୍ଞାପନରେ ନମ୍ବର ୧ ସ୍ଥାନରେ ରହିଛନ୍ତି। ଅକ୍ଷୟ ସମସ୍ତ ଅଭିନେତା ମଧ୍ୟରେ ବିଜ୍ଞାପନର ୧୬ ପ୍ରତିଶତ କବଜା କରିଥିଲେ। ଏହି ଦୌଡ଼ରେ ଅକ୍ଷୟ ଅମିତାଭ ବଚ୍ଚନ, ରଣବୀର ସିଂ, ଶାହରୁଖ ଖାନ ଏବଂ ବରୁଣ ଧାୱନଙ୍କୁ ପଛରେ ପକାଇଛନ୍ତି।

 

View this post on Instagram

 

A post shared by Akshay Kumar (@akshaykumar)


Enter your email to get our daily news in your inbox.

All Right Reserved By Dharitri.Com

ଆଇଏମ୍‌ଡିବିର ଟପ୍‌୧୦ ଲିଷ୍ଟରେ ‘ଦମନ’

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ବି ଥମିନି। ଶୁଭମୁକ୍ତି ହେବା ପରଠୁ ଆଜିପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି। ଏବେ ‘ଦମନ’...

ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଲେ କରୀନା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବୁଧବାର ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି। କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ...

ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ଏହି ଦମ୍ପତି

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଦୁହିଁଙ୍କର ଏହି ଫିଲ୍ମଟି ସେପ୍ଟେମ୍ବର ୯ରେ...

ରଣବୀରଙ୍କ ଯୋଗୁ ମାଆ ହୋଇ ପାରିବେ ନାହିଁ ଦୀପିକା!

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଇଣ୍ଡଷ୍ଟ୍ରିର ପାୱାର କପୁଲ ବୋଲି କୁହାଯାଏ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା...

୨୦୦ କୋଟି ଠକେଇ ମାମଲାରେ ନିଜ ବୟାନ ଦାଖଲ କଲେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ନିଜର ବୟାନ ଦେଇଛନ୍ତି । ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ...

କଙ୍ଗନାଙ୍କ ଫିଲ୍ମ ଦେଖୁନାହାନ୍ତି ଦର୍ଶକ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବାତଙ୍କ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ସଂପୂର୍ଣ୍ଣ ଫ୍ଲପ ମାରିଛି। ୧୦୦ କୋଟି ବଜେଟ୍‌ରେ ନିର୍ମିତ ଫିଲ୍ମଟି ଓିକେଣ୍ଡ ବେଳକୁ ଅନେକ...

ଅମିତାଭଙ୍କ ସଫଳତା ପଛରେ ରହିଛି ଭାଇ ଅଜିତାଭଙ୍କ ବଡ଼ ଯୋଗଦାନ, ସ୍ତ୍ରୀଙ୍କ ରହିଛି ପତିଆରା; ଏପରି ତାଙ୍କ ପରିବାର

ବମ୍ବେ: ବଲିଉଡ୍‌ ମହାନାୟକ ଅମିତାଭ ସଫଳତାର ଅନ୍ୟ ନାମ। ଏବେ ବି ସେ ସିନେମାଠାରୁ ଆରମ୍ଭ କରି ବିଜ୍ଞାପନରେ ନିଜର ପତିଆରା ଜାରି ରଖିଛନ୍ତି। ହେଲେ...

ଜୁଲାଇରେ ଆରମ୍ଭହେବ ଶ୍ରଦ୍ଧାଙ୍କ ଫିଲ୍ମ ସ୍ତ୍ରୀ-୨ର ଶୁଟିଂ

ମୁମ୍ବାଇ: ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କ ମୁଭି ସ୍ତ୍ରୀ ୨୦୧୭ରେ ରିଲିଜ୍ ହୋଇଥିଲା । ସେତେବେଳେ ଏହି ମୁଭି ସମସ୍ତଙ୍କୁ ଖୁବ୍ ହସାଇଥିଲା ଓ...

Advertisement
Archives

Model This Week