ବଲିଉଡ୍‌ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ ବଲିଉଡ୍‌ରେ ତିଆରି କରିଛନ୍ତି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ତାଙ୍କ ୩୦ କଷ୍ଟକର ବ୍ୟାପାର ହେଲେ ଏଠାରେ ତିଷ୍ଠି ରହିବା ଯେତିକି କଷ୍ଟକର ତା’ଠାରୁ ସହଜ ହେଉଛି ବଲିଉଡ୍‌ରେ ଏଣ୍ଟ୍ରି କରିବା । ସେ ଆହୁରି ମଧ୍ୟ କହିଛନ୍ତି ଏଠାରେ ଥରେ ପ୍ରବେଶ କରିବା ଓ ସୁଯୋଗ ମିଳିବା ପରେ ଏହା ଲାଗି ରହିବା ବି କଷ୍ଟକର ବ୍ୟାପାର । କାରଣ ଏଠାରେ ୩୦ ବର୍ଷ ପୂରଣ ହୋଇଥିଲେ ବି ଆଜି ମୋତେ ନୂଆ ନୂଆ ଲାଗେ ବୋଲି କହନ୍ତି ଅକ୍ଷୟ । ସେ କୁହନ୍ତି ଆଜିବି ମୋ ପିତାଙ୍କ କଥା ମୋର ମନେପଡେ । ଯେତେବେଳେ ମୁଁ ପ୍ରଥମେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ପିତା କହିଥିଲେ. ‘କଠିନ ପରିଶ୍ରମ କର, କାଲି କଥା ଚିନ୍ତା କରନି, ଅରାପଣାଛାଏଁ ସବୁକିଛି ଠିକ୍ ହୋଇଯିବ ।’ ପିତାଙ୍କର ସେହି କଥା ପଦକ ଆଜିବି ମୁଁ ମନେ ପକାଏ । ସୂଚନାଯୋଗ୍ୟ, ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର କ୍ୟାରିୟର ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ଫିଲ୍ମରେ ଅଭିନୟ କରି ସାରିଲେଣି । ଆକ୍ସନ, ରୋମାଣ୍ଟିକ, କମେଡିଠାରୁ ଆରମ୍ଭ କରି ଦେଶଭକ୍ତି ପର୍ଯ୍ୟନ୍ତ । ଆଉ ତାଙ୍କ ଅଭିନୀତ ପ୍ରାୟ ଅଧିକାଂଶ ଫିଲ୍ମ ବଲିଉଡ୍‌ରେ ହିଟ୍ ମଧ୍ୟ ହୋଇଛି । ସେହି ସଫଳତାକୁ ବଜାୟ ରଖିଛି କେବଳ ତାଙ୍କର କଠିନ ପରିଶ୍ରମ ବୋଲି କୁହନ୍ତି ଅକ୍ଷୟ ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri