ବଲିଉଡ୍‌ରେ ୩୦ ବର୍ଷ: ଏଣ୍ଟ୍ରି କରିବା ସହଜ, ତିଷ୍ଠିବା କଷ୍ଟ

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛନ୍ତି । ଆଉ ଆଜି ସେ ଜଣେ ସଫଳ ଅଭିନେତା ଭାବେ ବଲିଉଡ୍‌ରେ ତିଆରି କରିଛନ୍ତି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ତାଙ୍କ ୩୦ କଷ୍ଟକର ବ୍ୟାପାର ହେଲେ ଏଠାରେ ତିଷ୍ଠି ରହିବା ଯେତିକି କଷ୍ଟକର ତା’ଠାରୁ ସହଜ ହେଉଛି ବଲିଉଡ୍‌ରେ ଏଣ୍ଟ୍ରି କରିବା । ସେ ଆହୁରି ମଧ୍ୟ କହିଛନ୍ତି ଏଠାରେ ଥରେ ପ୍ରବେଶ କରିବା ଓ ସୁଯୋଗ ମିଳିବା ପରେ ଏହା ଲାଗି ରହିବା ବି କଷ୍ଟକର ବ୍ୟାପାର । କାରଣ ଏଠାରେ ୩୦ ବର୍ଷ ପୂରଣ ହୋଇଥିଲେ ବି ଆଜି ମୋତେ ନୂଆ ନୂଆ ଲାଗେ ବୋଲି କହନ୍ତି ଅକ୍ଷୟ । ସେ କୁହନ୍ତି ଆଜିବି ମୋ ପିତାଙ୍କ କଥା ମୋର ମନେପଡେ । ଯେତେବେଳେ ମୁଁ ପ୍ରଥମେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋ ପିତା କହିଥିଲେ. ‘କଠିନ ପରିଶ୍ରମ କର, କାଲି କଥା ଚିନ୍ତା କରନି, ଅରାପଣାଛାଏଁ ସବୁକିଛି ଠିକ୍ ହୋଇଯିବ ।’ ପିତାଙ୍କର ସେହି କଥା ପଦକ ଆଜିବି ମୁଁ ମନେ ପକାଏ । ସୂଚନାଯୋଗ୍ୟ, ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର କ୍ୟାରିୟର ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ଫିଲ୍ମରେ ଅଭିନୟ କରି ସାରିଲେଣି । ଆକ୍ସନ, ରୋମାଣ୍ଟିକ, କମେଡିଠାରୁ ଆରମ୍ଭ କରି ଦେଶଭକ୍ତି ପର୍ଯ୍ୟନ୍ତ । ଆଉ ତାଙ୍କ ଅଭିନୀତ ପ୍ରାୟ ଅଧିକାଂଶ ଫିଲ୍ମ ବଲିଉଡ୍‌ରେ ହିଟ୍ ମଧ୍ୟ ହୋଇଛି । ସେହି ସଫଳତାକୁ ବଜାୟ ରଖିଛି କେବଳ ତାଙ୍କର କଠିନ ପରିଶ୍ରମ ବୋଲି କୁହନ୍ତି ଅକ୍ଷୟ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri