କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ନେପୋଟିଜମକୁ ନେଇ ଆଲୋଚନା ଜାରି ରହିଛି। ଏମିତିକି ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡ୍‌ର କେତେଜଣ ଫିଲ୍ମ ନିର୍ମାତା, କଳାକାର ମଧ୍ୟ ସମାଲୋଚନାର ଶିକାର ହେଉଛନ୍ତି। ଯୁଜର୍ସ ନିର୍ଦ୍ଦେଶକ କରଣ ଜୋହର, ଏକତା କପୁର, ସଲମାନ ଖଁା, ଭୁଷଣ କୁମାର ଆଦିଙ୍କୁ ଲଗାତାର ଟ୍ରୋଲ କରୁଥିବା ଦେଖାଯାଇଛି। ଇତିମଧ୍ୟରେ ନାୟକ ଅକ୍ଷୟ କୁମାରଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କ୍ୟାରିୟର ଆରମ୍ଭରୁ ନେପୋଟିଜମର ଶିକାର ହୋଇଥିବା ଦେଖାଯାଇଛି। ଉକ୍ତ ଭିଡିଓରେ କେମିତି ଆଉ ଜଣେ ଅଭିନେତାଙ୍କ ପାଇଁ ରାତାରାତି ତାଙ୍କ ହାତରୁ ଗୋଟିଏ ପ୍ରୋଜେକ୍ଟ ଚାଲି ଯାଇଥିଲା ସେ କଥା ସେ କହିଛନ୍ତି। ଫିଲ୍ମ ‘ଫୁଲ ଔର କାଣ୍ଟେ’ରେ ପ୍ରଥମେ ଅକ୍ଷୟ ଅଭିନୟ କରିବାର ଥିଲା। ଫିଲ୍ମର ଯେତେ ଗୀତ ସବୁର ମେକିଂ ସମୟରେ ସେ ଉପସ୍ଥିତ ରହୁଥିଲେ। କିଛି ଫଟୋ ଶୁଟ୍‌ ସମୟରେ ମଧ୍ୟ ସେ ଥିଲେ। ରାତିରେ ସବୁ ପ୍ରସ୍ତୁତି ସରିଥିଲା ସକାଳେ ଶୁଟିଂ ପାଇଁ ଯାଇଥାଆନ୍ତେ ଅକ୍ଷୟ। ହେଲେ ଫୋନରେ ତାଙ୍କୁ ଆସିବାକୁ ମନା କରି ଦିଆଯାଇଥିଲା। ସୂଚନାଯୋଗ୍ୟ, ‘ଫୁଲ ଔର କାଣ୍ଟେ’ରେ ଅକ୍ଷୟଙ୍କ ସ୍ଥାନରେ ଅଭିନୟ କରିଥିଲେ ଅଜୟ ଦେବଗନ। ଏହା ସୁପରହିଟ୍‌ ହୋଇଥିଲା ମଧ୍ୟ। ଅଜୟ ଥିଲେ ବଲିଉଡ୍‌ର ବେଶ୍‌ ପରିଚିତ ଷ୍ଟଣ୍ଟମ୍ୟାନ ଭିରୁ ଦେବଗନଙ୍କ ପୁଅ। ଯାହା ହେଉ ଏହାପରେ ୧୯୯୧ରେ ଫିଲ୍ମ ‘ସୌଗନ୍ଧ’ରେ ଡେବ୍ୟୁ କଲେ ଅକ୍ଷୟ ଏହାପରେ ୧୯୯୨ରେ ‘ଖିଲାଡି’। ଆଉ ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ। ଏବେ ସେ ବଲିଉଡ୍‌ର ଜଣେ ଆଗଧାଡିର ନାୟକ ତାଲିକାରେ ନିଜକୁ ସାମିଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri