ବ୍ୟବସାୟରେ ସଫଳତା ପାଇବାକୁ ଚାହାନ୍ତି,କରନ୍ତୁ ଏହି କାମ…

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଜଣେ ସଫଳ ବ୍ୟବସାୟୀ ସର୍ବଦା ବିପଦ ପାଇଁ ପ୍ରସ୍ତୁତଥାନ୍ତି। ଜଣେ ବେପାରୀ ଦୁନିଆର କୌଣସି ସ୍ଥାନରେ ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

समाने शोभते प्रीती राज्ञि सेवा च शोभते।

वाणिज्यं व्यवहारेषु स्त्री दिव्या शोभते गृहे॥

ଏହି ଶ୍ଳୋକର ଅର୍ଥ ବନ୍ଧୁତା ସମାନସ୍ତରର ଲୋକଙ୍କ ମଧ୍ୟରେ ହେବା ଉଚିତ। ବ୍ୟବସାୟରେ ସେହି ଲୋକ ସଫଳ ହୁଅନ୍ତି, ଯେଉଁମାନେ ଭଲ ବ୍ୟବହାର ସହ ଭଲ କଥା କହିପାରନ୍ତି। କାରଣ ବ୍ୟବହାର ଏବଂ ବାକ୍‌ଚାତୁରୀ ହିଁ ସଫଳତାର ମାଧ୍ୟମ।

କିଭଳି ସଫଳ ହେବେ ବ୍ୟବସାୟୀ:
-ଜଣେ ବ୍ୟବସାୟୀଙ୍କୁ କେବେ ହେଲେ ମନରେ ନକରାତ୍ମକ ଭାବନା ଆଣିବା ଉଚିତ ନୁହେଁ। ସକରାତ୍ମକ ଭାବନା ସହ କାମ ଆରମ୍ଭ କରନ୍ତୁ। ସଫଳତା ନିଶ୍ଚୟ ମିଳିବ।
– ଜଣେ ବ୍ୟବସାୟୀଙ୍କୁ ସର୍ବଦା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାହସ ରହିବା ଆବଶ୍ୟକ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତା ବିଷୟରେ ସବୁ ଜାଣିବା ଆବଶ୍ୟକ। ଉକ୍ତ କାମ ପାଇଁ ସଠିକ୍‌ ରଣନୀତି ପ୍ରସ୍ତୁତ କରିବା ଉଚିତ। ଏଥିସହ ବ୍ୟବସାୟୀଙ୍କୁ ସର୍ବଦା ବର୍ତ୍ତମାନର ଟ୍ରେଣ୍ଡ ଅଥବା ନୂଆ ଚଳଣୀ ବିଷୟରେ ଜାଣିବାର ଆବଶ୍ୟକତା ରହିଛି।
– କୌଣସି ବ୍ୟାପାର ଆରମ୍ଭ କରିବା ସମୟରେ ଏକୁଟିଆ ନୁହେଁ ବରଂ ସହଯୋଗୀଙ୍କୁ ସାମିଲ କରନ୍ତୁ। ଫଳରେ ଶୀଘ୍ର ସଫଳ ହୋଇପାରିବେ।
– ବ୍ୟବସାୟ କେବଳ ପରିଶ୍ରମର କାମ ନୁହେଁ। ଏଥିପାଇଁ ବ୍ୟବହାରରେ କୁଶଳ ହେବା ଉଚିତ। କାରଣ ଗୁଣ ବିନା ସଫଳ ହେବା ଅସମ୍ଭବ। ଏଣୁ କୁଶଳ ବେପାରୀ ହେବା ଲାଗି ସର୍ବଦା ନିଜର ସମ୍ବନ୍ଧଙ୍କୁ ନେଇ ସତର୍କ ରୁହନ୍ତୁ। କାରଣ ସମ୍ବନ୍ଧ ଖରାପ ହେବା ଫଳରେ ବାଧା ସୃଷ୍ଟି ହୋଇଥାଏ। ଏଣୁ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri