ହଲିଉଡ୍‌ର ଏହି ଅଭିନେତାଙ୍କ ୩ ଫିଲ୍ମ ପ୍ରତ୍ୟାଖାନ କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ହଲିଉଡ୍‌ ଆକ୍ଟର ଓ୍ବିଲ୍‌ ସ୍ମିଥ୍‌ ଏକାଠି କାମ କରିବାକୁ ଚାହଁଥିଲେ। ମାତ୍ର ଏହା କେବେ ସମ୍ଭବ ନୁହେଁ ବୋଲି ଏଶ୍ୱର୍ଯ୍ୟା ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ, ପରିବାର ସଦସ୍ୟଙ୍କ ଯୋଗୁ ସେ ଓ୍ବିଲ୍‌ଙ୍କ ତିନୋଟି ଫିଲ୍ମ ପ୍ରତ୍ୟାଖାନ କରିଦେଇଥିଲେ।


ଆପଣ ଏକଥା ଜାଣନ୍ତି କି ଏଶ୍ୱର୍ଯ୍ୟା ଏବଂ ଓ୍ବିଲ୍‌ ଦୁହେଁ ଦୁହିଁଙ୍କ ସହ ମିଶି କାମ କରିବା ପାଇଁ ସବୁବେଳେ ଚାହିଁଥାନ୍ତି। କିନ୍ତୁ ତାହା କେବେ ସମ୍ଭବ ହୋଇନାହିଁ। ଓ୍ବିଲ୍‌ ଐଶ୍ୱର୍ଯ୍ୟାଙ୍କୁ ଫିଲ୍ମ ‘ହିଚ୍‌’, ‘ସେଭେନ୍‌ ପାଉଣ୍ଡସ’ ଏବଂ ‘ଟୁ ନାଇଟ୍‌ ହି କମ୍‌ସ’ର ଅଫର ଦେଇଥିଲେ। ମାତ୍ର ଏଥିରୁ କୌଣସି ଗୋଟିଏ ହେଲେ ଫିଲ୍ମ କରିବା ପାଇଁ ଐଶ୍ୱର୍ଯ୍ୟା ରାଜି ହୋଇ ନ ଥିଲେ। କାରଣ ତାଙ୍କ ପାଖରେ ସମୟ ନ ଥିଲା।

ଐଶ୍‌ କହିଛନ୍ତି, ପ୍ରଥମେ ମୋ’ ପରିବାର, ପରେ ଆଉ କିଛି। ତେଣୁ ଓ୍ବିଲ୍‌ଙ୍କ ସହ କାମ କରିବାକୁ ଇଚ୍ଛା ଥିଲେ ମଧ୍ୟ ମଁ ତାଙ୍କ ଅଫର ଗ୍ରହଣ କରିପାରି ନ ଥିଲି। ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଓ୍ବିଲ୍‌ ତାଙ୍କୁ ‘ସେଭେନ୍‌ ପାଉଣ୍ଡ୍‌’ର ଅଫର ଦେଇଥିଲେ ସେ କାମ କରିବାକୁ ରାଜି ହୋଇଥିଲେ। ଏପରିକି ତା’ର ସ୍କ୍ରିପ୍ଟ ମଧ୍ୟ ପଢ଼ିଥିଲେ। ମାତ୍ର ତାଙ୍କ ଜେଜେ ଶାଶୁଙ୍କ ଦେହ ଅସୁସ୍ଥ ଥିବାରୁ ସେ ଏହି ଫିଲ୍ମରେ କାମ କରିବାକୁ ଶେଷରେ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର...

ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ପ୍ରଥମ ଥର ଅକ୍ଷୟଙ୍କୁ ଏକ ଭୟଙ୍କର ଭୂମିକାରେ ଦେଖିବାକୁ...

ଚଷମାପ୍ରିୟ ହ୍ରିତିକ

ହ୍ରିତିକ ରୋଶନ ଗୋଟିଏ ଜିନିଷକୁ ଭାରି ଭଲ ପାଆନ୍ତି। ଜୁଆଡେ ଗଲେ ସେ ଏକଥାକୁ କଦାପି ଭୁଲି ନ ଥାନ୍ତି। ଯେତେ ସମୟ ଲାଗୁ ପଛକେ...

ଫ୍ରମ୍‌ ମି ଟୁ ୟୁ

ଓଡ଼ିଆ ସିନେମା ‘ଫ୍ରମ୍‌ ମି ଟୁ ୟୁ’ ନଭେମ୍ବର ୧ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର କାହାଣୀରେ ଆକ୍ସନ, ଇମୋଶନ ଏବଂ ସସ୍‌ପେନ୍ସ ରହିଛି।...

ଅଭିନେତ୍ରୀଙ୍କୁ ମିଳିଲାନି ମନ୍ଦିର ପ୍ରବେଶ ଅନୁମତି

କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲାୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା...

ନିଜଠାରୁୁ ୧୪ ବର୍ଷ ସାନ ଖଳନାୟକଙ୍କୁ ଡେଟ କରୁଛନ୍ତି ମୁଗ୍ଧା

ମୁମ୍ବାଇ: ବଲିଉଡ୍‌ର କିଛି ଫିଲ୍ମରେ ନଜର ଆସିଥିବା ମୁଗ୍ଧା ଗଡସେ ବେଶ କିଛିଦିନ ହେବ ନିଜ କ୍ୟାରିୟରକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସେ ତାଙ୍କଠାରୁ...

ବାସ୍ତବ ଜୀବନରେ କୌଣସି ସୁପରହିରୋଙ୍କଠାରୁ କମ୍‌ ନୁହନ୍ତି ବଲିଉଡ୍‌ର ଏହି ‘ସିଙ୍ଗଲ ଫାଦର୍ସ’

ମୁମ୍ବାଇ: ଚଳଚ୍ଚିତ୍ରରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ହେଉ ଅଥବା ନିର୍ଦ୍ଦେଶନା, ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଥିବା ବଲିଉଡ୍‌ କଳାକାରମାନେ ବାସ୍ତବ ଜୀବନରେ କେତେ ସଫଳ ତାହା...

ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର

ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା...

Advertisement
Archives

Model This Week