ରିମାଣ୍ଡରେ ଅକ୍ଷୟ, ର଼୍ୟାକେଟରେ ପୋଲିସ

ଭୁବନେଶ୍ୱର,୨୨।୧୨(ସୂର୍ଯ୍ୟକାନ୍ତ ବେହେରା): ଅଧା ଦାମରେ କାର ଓ ବାଇକ ଦେବାର ପ୍ରଲୋଭନ ଦେଖାଇ ଶତାଧିକ ଲୋକଙ୍କଠାରୁ ଗଞ୍ଜାମ ଦମ୍ପତି ଅକ୍ଷୟ ଗୌଡ ଓ ତାଙ୍କ ସ୍ତ୍ରୀ ଉଷାରାଣୀ ବାରିକ ବହୁ କୋଟି ଟଙ୍କା ଠକିବା ମାମଲାରେ ନୟାପଲ୍ଲୀ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ବିଶେଷକରି ସେମାନଙ୍କ ଆକାଉଣ୍ଟରେ କାରବାର ହୋଇଥିବା ୫୦କୋଟି ଟଙ୍କା ସହ ଠୁଳ କରିଥିବା ସମ୍ପତ୍ତି ଓ ଠକେଇ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ପାଇବାକୁ ପୋଲିସ ଅକ୍ଷୟଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଛି। ତେବେ ଦମ୍ପତିଙ୍କ ଏହି ଠକେଇ ର଼୍ୟାକେଟରେ ଏକାଧିକ ପୋଲିସ୍‌ଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି। ଠକ ଦମ୍ପତି ପୋଲିସକୁ ଢାଲ କରି ଠକେଇ କରୁଥିବା ଅଭିଯୋଗ ଆସିବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି। ହେଲେ ସମ୍ପୃକ୍ତ ପୋଲିସକୁ ଦୋଷୀ ବୋଲି ପ୍ରମାଣିତ କରିବେ ନା ଖାକି କଳକଙ୍କୁ ନଜରକୁ ହଟାଇବା ପାଇଁ
ଖସାଇବାକୁ ଯୋଜନା ହେବ, ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଠକାମିରେ ପଡିଛନ୍ତି ପୋଲିସ ବାବୁ ନା ଠକେଇ ଅଭିଯୁକ୍ତଙ୍କ ଢାଲ ସାଜିଛନ୍ତି, ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri