Posted inଜାତୀୟ

ଭାରତରେ ‘ଅକିରା’ ଆତଙ୍କ

ନୂଆଦିଲ୍ଲୀ,୨୪ା୭: ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଡେଟା ଚୋରି ପରେ ଲୋକଙ୍କଠାରୁ ଅର୍ଥ ଅସୁଲ ପାଇଁ ବ୍ୟବହୃତ ଇଣ୍ଟରନେଟ୍‌ ରାନ୍‌ସମଓ୍ବେର ଭାଇରସ୍‌ ‘ଅକିରା’କୁ ନେଇ ଦେଶବିଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରାଦୁର୍ଭାବ ବଢ଼ୁଥିବାରୁ ଦେଶର ସଂଘୀୟ ସାଇବର ସିକ୍ୟୁରିଟି ଏଜେନ୍ସି ସିଇଆର୍‌ଟି-ଇନ୍‌ ପକ୍ଷରୁ ରବିବାର ସତର୍କ କରାଯାଇଛି।

ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଅକିରା ଭାଇରସ୍‌ ଏକ ବିପଜ୍ଜନକ ମାଲ୍‌ଓ୍ବେର, ଯାହାକି ଓ୍ବିଣ୍ଡୋଜ୍‌ ଏବଂ ଲାଇନକ୍ସଭିତ୍ତିକ କମ୍ପ୍ୟୁଟର ସିଷ୍ଟମ୍‌ଗୁଡ଼ିକୁ ଟାର୍ଗେଟ କରିଥାଏ। ସାଇବର ସ୍ପେସ୍‌ରେ ଏହି ମାଲ୍‌ଓ୍ବେର ଦ୍ରୁତଗତିରେ ମାଡ଼ିଚାଲିଛି। ଏକ ହ୍ୟାକର୍‌ ଗୋଷ୍ଠୀ ଏହାକୁ ବ୍ୟବହାର କରି ପ୍ରଥମେ ଲୋକଙ୍କ କମ୍ପ୍ୟୁଟରରୁ ସେମାନଙ୍କ ତଥ୍ୟ ଚୋରି କରୁଛନ୍ତି। ପରେ ତାକୁ ସିଷ୍ଟମ୍‌ରେ ଡେଟା ଏନ୍‌କ୍ରିପ୍ଟ କରି ଏଭଳି ଦାବି କରୁଛନ୍ତି ଯେ, ସେଥିରେ ଲୋକେ ଭୟଭୀତ ହୋଇ ଅର୍ଥ ଦେବାକୁ ବାଧ୍ୟ ହେଉଛନ୍ତି। ଏହାର ଶିକାର ହୋଇଥିବା ବ୍ୟକ୍ତି ଦାବି ମୁତାବକ ଟଙ୍କା ନ ଦେଲେ ହ୍ୟାକରମାନେ ତାଙ୍କ ଡେଟାକୁ ଡାର୍କ ଓ୍ବେବ୍‌ ବ୍ଲଗ୍‌ରେ ଛାଡ଼ିଦେଉଛନ୍ତି ବୋଲି ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି-ଇନ୍‌) ପକ୍ଷରୁ ଇଣ୍ଟରନେଟ୍‌ ୟୁଜର୍ସଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦିଆଯାଇଛି। ସାଇବର ଆକ୍ରମଣର ମୁକାବିଲା ଏବଂ ଫିଶିଙ୍ଗ୍‌ ତଥା ହ୍ୟାକିଂ ଆସଲ୍ଟ ନିରୋଧୀ କେନ୍ଦ୍ରୀୟ କାରିଗରି ସଂସ୍ଥା ଆହୁରି କହିଛି ଯେ, ରାନ୍‌ସମଓ୍ବେର ଗ୍ରୁପ୍‌ ଭର୍ଚୁଆଲ ପ୍ରାଇଭେଟ୍‌ ନେଟ୍‌ଓ୍ବର୍କ (ଭିପିଏନ୍‌) ସର୍ଭିସ୍‌ ଜରିଆରେ ଟାର୍ଗେଟ ବ୍ୟକ୍ତିଙ୍କ ପରିବେଶକୁ ଆୟତ୍ତ କରିବାରେ ସକ୍ଷମ। ବିଶେଷକରି ମଲ୍ଟି-ଫ୍ୟାକ୍ଟର ଅଥେଣ୍ଟିକେଶନ୍‌କୁ ଏନେବଲ୍‌ କରି ନ ଥିବା ୟୁଜର୍ସ ଏହାର ଶିକାର ହେଉଛନ୍ତି।

ରାନ୍‌ସମଓ୍ବେର ହେଉଛି ଏକ କମ୍ପ୍ୟୁଟର ମାଲ୍‌ଓ୍ବେର, ଯାହାକି ୟୁଜର୍ସଙ୍କୁ ନିଜ ଡେଟା ବ୍ୟବହାର କରିବାକୁ ଦେଇ ନ ଥାଏ। ଏନିଡେସ୍କ, ଓ୍ବିନ୍‌-ରାର୍‌ ଏବଂ ପିସିହଣ୍ଟର ଭଳି ଟୁଲ୍ସ ଜରିଆରେ ଡେଟାକୁ ସଂକ୍ରମିତ କରି ଏହାର ବ୍ୟବହାରକୁ ବ୍ଲକ୍‌ କରିଦେବା ଫଳରେ ସିଷ୍ଟମ୍‌ ଅଚଳ ହୋଇଯାଇଥାଏ। କିନ୍ତୁ କମ୍ପ୍ୟୁଟର ଅଚଳ ହେବା ପୂର୍ବରୁ ଅକିରା ସମ୍ପୃକ୍ତ ସିଷ୍ଟମ୍‌ରେ ଚଳାଉଥିବା ପ୍ରାଦୁର୍ଭାବକୁ ୟୁଜର୍ସ ଜାଣିପାରି ନ ଥାନ୍ତି।
ହେଉଛି ରାନ୍‌ସମଓ୍ବେର ଫାମିଲିର ନୂଆ ସଦସ୍ୟ। ୨୦୧୭ର ଅକିରା ସାମ୍ନାକୁ ଆସିଥିବାବେଳେ ୨୦୨୩ ମାର୍ଚ୍ଚରେ ୧୬ କମ୍ପାନୀ ଉପରେ ସାଇବର ଆକ୍ରମଣ ପାଇଁ ଏହାକୁ ପ୍ରଥମ ଥର ବ୍ୟବହାର କରାଯାଇଥିଲା।
ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି ପରେ ୟୁଜର୍ସଙ୍କୁ ଅନେକ ନିୟୁତ ଡଲାର ଦାବି କରାଯାଇଥାଏ। ଅର୍ଥ ନ ଦେଲେ ତଥ୍ୟ ଲିକ୍‌ କରିଥାନ୍ତି ହ୍ୟାକର୍ସ।
କର୍ପୋରେଟ୍‌ ନେଟ୍‌ଓ୍ବର୍କରେ ଏହାକୁ ପ୍ରବେଶ କରାଇ ସେମାନେ ଶିକ୍ଷା, ଫାଇନାନ୍ସ, ରିଅଲ ଇଷ୍ଟେଟ୍‌, ମାନୁଫାକ୍ଚରିଂ ଏବଂ କନ୍‌ସଲ୍ଟିଂ କମ୍ପାନୀଗୁଡ଼ିକରୁ ବହୁ ଅର୍ଥ ଆଦାୟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?