Posted inଜାତୀୟ

ଧାରଣାରେ ବସିଲେ ଅଖିଳେଶ…

ଲକ୍ଷ୍ନୌ, ୧୯।୯ : ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ ପାର୍ଟି ବିଧାୟକ ଏବଂ କର୍ମକର୍ତ୍ତାଙ୍କ ସହ ଦଳୀୟ କାର୍ଯ୍ୟାଳୟରୁ ବିଧାନ ଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ପଦଯାତ୍ରା ସମୟରେ ରୁଟ ପରିବର୍ତ୍ତନକୁ ନେଇ ଦଳୀୟକର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପୂର୍ବ ନିର୍ଦ୍ଧାରିତ ମାର୍ଗରେ ଯିବାକୁ ଅଡ଼ି ବସିଥିଲେ।

ଅଖିଳେଶ ଯାଦବ କହିଛନ୍ତି ଯଦି ଏହାକୁ ବନ୍ଦ କରିବାକୁ ଥିଲା ତେବେ ଗତକାଲି କାହିଁକି ଅନୁମତି ଦିଆଗଲା? ପ୍ରଶାସନ କହିଛି ଯେ ଜିପିଓ ବଦଳରେ ଭିଭିଆଇପି ଗେଷ୍ଟ ହାଉସ ଏବଂ ଆନେକ୍ସ ଦେଇ ବିଧାନସଭାକୁ ଯିବା ଉଚିତ। ଏହା ଉପରେ ଅଖିଳେଶ ଯାଦବ ଏବଂ ଏସପି ବିଧାୟକ ଧାରଣାରେ ବସିଥିଲେ। ବିଧାୟକ ଓ କର୍ମୀମାନେ ସ୍ଲୋଗାନ ଦେବା ସହିତ ହାତରେ ପ୍ଲାକାର୍ଡ ଧରିଛନ୍ତି।

ମୁଦ୍ରାସ୍ଫୀତି ବୃଦ୍ଧି, କୃଷକଙ୍କ ସମସ୍ୟା ତଥା ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିରୋଧରେ ଏସପି ଏହି ପଦଯାତ୍ରା ଆୟୋଜନ କରିଛି।

ପଦଯାତ୍ରାକୁ ଦୃଷ୍ଟିରେ ରଖି ବିକ୍ରମାଦିତ୍ୟ ମାର୍ଗକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି। ଭିଭିଆଇପି ଛକରୁ ଏସପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାରିକେଡ କରି ବହୁ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି। ଏହି ମାର୍ଗରେ ସାଧାରଣ ଜନତାଙ୍କ ଗତିବିଧି ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ...

ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ‘ତାଣ୍ଡବ’ର ପୂରା ଟିମ୍‌

ନୂଆଦିଲ୍ଲୀ,୧୮।୧: ଆମାଜନ ପ୍ରାଇମ ଭିଡିଓର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’ କାଷ୍ଟ ଓ କ୍ରୁ ମେମ୍ବର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଓ୍ବେବ ସିରିଜ୍‌ର...

ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା, ସିବିଆଇ ତଦନ୍ତ ଦାବି କଲା ପରିବାର

ନୂଆଦିଲ୍ଲୀ,୨୪।୮: ଅଭିନେତ୍ରୀ ତଥା ହରିୟାଣାର ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।...

କାର୍‌କେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ମୋଦି

ଅହମଦାବାଦ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗାନ୍ଧୀନଗରରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର...

ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ଏମିତି କାଣ୍ଡ ରଚିଲେ ବୟଫ୍ରେଣ୍ଡ: ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ମୈଦାନଗର୍‌ହି ଅଞ୍ଚଳରେ ଏକ ରୋଚକ ଘଟଣା ଘଟିଛି। କ୍ରାଇମବ୍ରାଞ୍ଚ ସିରିଏଲ ଦେଖିବା ପରେ ଡକାୟତି କରିଥିବା ତିନିଜଣ ଅଭିଯୁକ୍ତଙ୍କୁ ମଇଦାନଗରହୀ ପୋଲିସ ଷ୍ଟେଶନ...

‘ଆର୍ଟିକିଲ୍‌ ୧୫’: ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୭: ବଲିଉଡ୍‌ ଫିଲ୍ମ ‘ଆର୍ଟିକିଲ୍‌ ୧୫’ର ପ୍ରମାଣପତ୍ର ବାତିଲ ଲାଗି ହୋଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜଷ୍ଟିସ ଏସ୍‌.ଏ. ବୋବ୍‌ଡେ ଏବଂ ବି.ଆର....

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେନସନ୍‌ ଯୋଜନା’ରେ ସଂଶୋଧନ: ଏବେ ୨୫ ଲକ୍ଷ ହେବେ ଉପକୃତ

ନୂଆଦିଲ୍ଲୀ,୨୩।୧୨: ମୋଦୀ କ୍ୟାବିନେଟ୍‌ ଶୁକ୍ରବାର ଏକ ପ୍ରମୁଖ ନିଷ୍ପତ୍ତି ନେଇ ‘ୱାନ ର଼୍ୟାଙ୍କ ୱାନ ପେନସନ ଯୋଜନା’ରେ ସଂଶୋଧନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ...

ସିସୋଡିଆଙ୍କୁ ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମନୀଷ ସିସୋଡିଆଙ୍କୁ ରାଜା ହରିଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି। କୁହାଯାଏ ଯେ, ସତ୍ୟର ପଥ ଅନୁସରଣ କରୁଥିବା ରାଜା...

Advertisement
Archives

Model This Week