ଭାରତ ଠାରୁ ଦୂରେଇ ପାକିସ୍ତାନର ନିକଟତର ହେଉଛି ରୁଷିଆ…

ମସ୍କୋ, ୧୯।୯ : ରୁଷିଆ ସର୍ବଦା ଭାରତର ଏକ ପୁରୁଣା ଏବଂ ବିଶ୍ୱସ୍ତ ବନ୍ଧୁ ହୋଇ ରହି ଆସିଛି । କିନ୍ତୁ ସମ୍ପ୍ରତି ରୁଷିଆର ମନୋଭାବରେ କିଛିଟା ବଦଳିଥିବା ଜଣାପଡିଛି। ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ଏହା ଦେଖିବାକୁ ମିଳିଛି। ବାସ୍ତବରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଏହି ସମୟରେ ପୁଟିନ କହିଛନ୍ତି ଯେ ରୁଷିଆ ପାକିସ୍ତାନକୁ ଗହମ ଏବଂ ଗ୍ୟାସ ଯୋଗାଇ ପାରିବ। କାରଣ ପାକିସ୍ତାନର ଅବସ୍ଥା ପୂର୍ବରୁ ଖରାପ ଏବଂ ବର୍ତ୍ତମାନ ବନ୍ୟା ପରିସ୍ଥିତି ସେଠାରେ ଅବସ୍ଥାକୁ ଆହୁରି ଖରାପ କରିଦେଇଛି।

ଏଭଳି ପରିସ୍ଥିତିରେ ପାକିସ୍ତାନର ମାନବିକତା ଆଧାରରେ ଗହମ ଯୋଗାଇବାରେ କୌଣସି କ୍ଷତି ନାହିଁ, କିନ୍ତୁ ଗ୍ୟାସ ଯୋଗାଣ ପ୍ରସଙ୍ଗ ନିଶ୍ଚିତ ଭାବରେ ଭାରତର ଚିନ୍ତାକୁ ବଢ଼ାଇ ଦେଇଛି। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ପୁଟିନ ପାକିସ୍ତାନକୁ ଗ୍ୟାସ ଯୋଗାଣ ପାଇଁ ଏକ ନୂତନ ଭିତ୍ତିଭୂମି ବିକାଶ ବିଷୟରେ କହିଛନ୍ତି ତେଣୁ ଭାରତ ଲାଗି ଏହା ଚିନ୍ତା ଜନକ ହୋଇଛି।

ରୁଷିଆ ବୈଠକରେ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ-ଭାରତ (ଟିଏପିଆଇ) ପାଇପଲାଇନ ବିଷୟରେ ଉଲ୍ଲେଖ କରିନାହିଁ, କିନ୍ତୁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ଦେଇ ପାକିସ୍ତାନ ପାଇଁ ଏକ ପୃଥକ ପାଇପଲାଇନ ହେବ ବୋଲି କହିଛି। ପୁଟିନ କହିଛନ୍ତି ଯେ ପୂର୍ବରୁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ପାଇଁ ଏକ ଗ୍ୟାସ ଲାଇନ ଅଛି। ବହିର୍ବ୍ୟାପାର ଅନୁଯାୟୀ ରୁଷିଆ ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।
ବିଶେଷଜ୍ଞଙ୍କ ଅନୁଯାୟୀ, ଏସସିଓ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କୁ ୟୁକ୍ରେନ ଯୁଦ୍ଧରୁ ବାହାରକୁ ଆସିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଏହି ଯୁଗ ଯୁଦ୍ଧର ନୁହେଁ। ଏହାପରେ ପୁଟିନ ଏଭଳି କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ବାଗ୍‌ଦାଦରେ ଆମେରିକାର ଦ୍ୱିତୀୟ ବିମାନ ଆକ୍ରମଣ: ୬ ମୃତ

ବାଗଦାଦ,୪।୧: ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ବାଗଦାଦ ଉପରେ ବିମାନ ଆକ୍ରମଣ କରିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା...

୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ...

‘ଭାରତ ଆମର ବଡ ଭାଇ ପରି’

କଲମ୍ବୋ,୭।୪: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ମହାନ ଖେଳାଳି ସନଥ ଜୟସୁରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ...

ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ...

ଏମିତି ଜଣେ ମହିଳା, ଯିଏ ଅନ୍ତର୍ଜାତୀୟ ଭ୍ରମଣରେ ଆବଶ୍ୟକ କରନ୍ତି ନାହିଁ ପାସପୋର୍ଟ

ନିଜ ଦେଶରୁ ଅନ୍ୟ କୌଣସି ଦେଶକୁ ଯିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେଉଛି ପାସପୋର୍ଟ। ଏହା ଅନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରୁଥିବା ବ୍ୟକ୍ତିଙ୍କ ପରିଚୟ।...

ଇଜିପ୍ଟରେ ଦୁର୍ଘଟଣା: ୩ ଭାରତୀୟ ମୃତ

କାଇରୋ,୩୦।୧୨(ପି.ଟି.): ଇଜିପ୍ଟର ସୁଏଜ୍‌ ଗଭର୍ନୋରେଟ୍‌ରେ ଦୁଇଟି ପର୍ଯ୍ୟଟକ ବସ୍‌ ଓ ଗୋଟିଏ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୩ ଭାରତୀୟଙ୍କ ମୃତ୍ୟୁ ହେବା ସହ...

ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ, ୨୭।୪ : ମ୍ୟାନ୍‌ମାରର ଜୁଣ୍ଟା କୋର୍ଟ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛି। ତାଙ୍କ ବିରୋଧରେ ୬୦୦,୦୦୦...

ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ...

Advertisement
Archives

Model This Week