Posted inଜାତୀୟ

ଫସିଗଲେ ଅଖିଳେଶ

ଲକ୍ଷ୍ନୌ,୨।୩: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଡୁଆରେ ପଡିଯାଇଛନ୍ତି। ତାଙ୍କ ରଣନୀତି ଓବିସି, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ବ୍ୟାକଫାୟାର ହୋଇଛି ଏବଂ ଉଚ୍ଚ ଜାତି ଏବଂ ପିଡିଏ ସମ୍ପ୍ରଦାୟ ତାଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି।
ସମ୍ପ୍ରତି ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟ ଦେଇଥିବା ୭ ଜଣ ଏସପି ବିଧାୟକଙ୍କ ମଧ୍ୟରୁ ୫ଜଣ ଉଚ୍ଚ ଜାତିର ଥିଲେ। ସେଥିମଧ୍ୟରୁ ୩ ଜଣ ବ୍ରାହ୍ମଣ ଏବଂ ଦୁଇଜଣ ଠାକୁର ଥିଲେ। ତାଙ୍କ ଅଭିଯୋଗ ଥିଲା ଯେ ସମାଜବାଦୀ ପାର୍ଟି ଅନ୍ତର୍ଭୂକ୍ତିର ନୀତି ପରିତ୍ୟାଗ କରିଛନ୍ତି।
ଜଣେ ବ୍ରାହ୍ମଣ ବିଧାୟକ କହିଛନ୍ତି, ପିଡିଏ ଆମ ପାଇଁ କୌଣସି ସ୍ଥାନ ଛାଡି ନାହିଁ। ସ୍ବାମୀ ପ୍ରସାଦ ମୌର୍ଯ୍ୟ ଯେପରି ସନାତନ ଧର୍ମକୁ ସମାଲୋଚନା କରିଥିଲେ ଏବଂ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ ନୀରବ ରହିଥିଲେ, ଏହା ଦର୍ଶାଏ ଯେ ସେ ମୌର୍ଯ୍ୟଙ୍କ ସମାଲୋଚନାରେ ସହମତ ହୋଇଥିଲେ।
ପାର୍ଟି ଲାଇନ ବିରୁଦ୍ଧରେ ଯାଇ ଗୁରୁବାର ଅଯୋଧ୍ୟାରେ ଥିବା ରାମ ମନ୍ଦିର ପରିଦର୍ଶନ କରିଥିବା ଅନ୍ୟତମ ବିଧାୟକ ମନୋଜ ପାଣ୍ଡେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିନିଧୀଙ୍କ ସହ ଅଧିକାଂଶ ବିଧାୟକ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି। ଆମେ ଅନୁଭବ କଲୁ ଯେ ମନ୍ଦିର ପରିଦର୍ଶନ ପାର୍ଟି ଲାଇନ ଉପରେ ରହିବା ଉଚିତ, କିନ୍ତୁ ଆମର ନେତାମାନେ ନ ଯିବାକୁ ସ୍ଥିର କଲେ ଏବଂ ଆମକୁ ଏହା ଅନୁସରଣ କରିବାକୁ ପଡିବ।
ଉଚ୍ଚ ଜାତିର ବିଧାୟକଙ୍କ ସହ ଓବିସି ନେତାମାନେ ମଧ୍ୟ ପିଡିଏ ସୂତ୍ର ଉପରେ ପ୍ରଶ୍ନ ଉଠାଉଛନ୍ତି। ପାର୍ଟି ବିଧାୟକ ପଲ୍ଲବୀ ପଟେଲ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନକୁ ସମାଲୋଚନା କରି କହିଛନ୍ତି ଯେ ଜୟା ବଚ୍ଚନ ଏବଂ ଆଲୋକ ରଞ୍ଜନଙ୍କ ଭଳି ପ୍ରାର୍ଥୀ ଚୟନରେ ପିଡିଏ କେଉଁଠାରେ ଅଛି। ପରେ ସେ ରାଜି ହୋଇଥିଲେ ମଧ୍ୟ ଦଲିତ ରାମଜୀ ଲାଲ ସୁମନଙ୍କୁ ଭୋଟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri