ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର, ୧୧।୧୧ (ବୀରେନ୍ଦ୍ର କୁମାର ଝାଙ୍କର)-ବଲାଙ୍ଗୀର ଜିଲାର ପୁଣି ଜଣେ ନକଲି ଶିକ୍ଷକ ପୋଲିସ ହାବୁଡରେ ପଡିଛନ୍ତି। ଆଗଲପୁର ବ୍ଲକ ଡୁଡୁକା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲ ଶିକ୍ଷକ ଭକ୍ତ କୁମାର ସେଠ୍‌ଙ୍କୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଜାଲ ବିଇଡି ସାର୍ଟିଫିକେଟ ଦାଖଲ କରି ସେ ଶିକ୍ଷକ ଚାକିରୀ କରୁଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ଶିକ୍ଷକ ଭକ୍ତ କୁମାର ସେଠଙ୍କ ଘର ଲୋଇସିଂହା ବୋଲି ଜଣାପଡିଛି। ବଲାଙ୍ଗୀର ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଗୁରୁବାର ଅଭିଯୁକ୍ତ ଶିକ୍ଷକ ସେଠ୍‌ଙ୍କ ବିରୋଧରେ ବଲାଙ୍ଗୀର ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ସେ ଦାଖଲ କରିଥିବା ବିଇଡି ସାର୍ଟିଫିକେଟ ସମ୍ପୂର୍ଣ୍ଣ ଜାଲ ବୋଲି ଜଣାପଡିଥିବା ଜଣାଇଥିଲେ। ଉତ୍ତରପ୍ରଦେଶର ଏକ ବିଶ୍ୱବିଦ୍ୟାଳୟରୁ ଏହି ବିଇଡି ସାର୍ଟିଫିକେଟ ଅଣାଯାଇଥିବା ନେଇ ସ୍ପଷ୍ଟ ହେବା ପରେ ତାଙ୍କ ବିରୋଧରେ ଥାନରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନାରେ ଏକ ମାମଲା (ନଂ. ୬୩୦/୨୩) ରୁଜୁ କରି ଅଭିଯୁକ୍ତ ଶିକ୍ଷକ ସେଠଙ୍କୁ ଗିରଫ କରିଥିଲା। ବୁଧବାର ନକଲି ବିଇଡି ସାର୍ଟିଫିକେଟ ମାମଲାରେ ଗୁଡଭେଲା ବ୍ଲକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟର ବହିଷ୍କୃତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଧାନଙ୍କୁ ଟାଉନ୍‌ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ପୂର୍ବରୁ ରଣ୍ଡା ହାଇସ୍କୁଲ ହିନ୍ଦୀ ଶିକ୍ଷୟିତ୍ରୀ ମିନ୍‌ମୟୀ ପଣ୍ଡା ମଧ୍ୟ ଜାଲ ସାର୍ଟିଫିକେଟ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଜିଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ଆଉ କେତେଜଣ ଶିକ୍ଷକ ଏବଂ ବଲାଙ୍ଗୀର ଏବିଇଓ ଶ୍ୟାମବନ୍ଧୁ ମେଣ୍ଡୁଳିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସେମାନେ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

‘ଅଧିକ ଚିନ୍ତା କର ନାହିଁ’, କିଏ ଆଉ କାହିଁକି ଏମିତି କହିଲେ ବୈଭବ ସୂର୍ଯ୍ୟବଂଶୀଙ୍କୁ? ତା’ପରେ ଆସିଲା ଝଡ଼…

ନୂଆଦିଲ୍ଲୀ,୨୨।୬: ବୈଭବ ସୂର୍ଯ୍ୟବଂଶୀ ଜାଣିଥିଲେ ଯେ ଶ୍ରୀଲଙ୍କାରେ ତ୍ରି-ସିରିଜରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିବ। ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଭାରତ ଏ ପାଇଁ ଜଣେ ପ୍ରମୁଖ…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ସରକାରଙ୍କ ବଡ଼ ଉପହାର, ୨୦ ପ୍ରତିଶତ ବଢିଲା DA, ଆଶା କର୍ମୀଙ୍କୁ ମିଳିବ ୨ହଜାର, ମହିଳାଙ୍କ ପାଇଁ ମାଗଣା ବସ ସେବା

କୋଲକାତା,୨୨।୬: ସୋମବାର, ପଶ୍ଚିମବଙ୍ଗ ସରକାର ଅନେକ ସୁବିଧା ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ ରାଜ୍ୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) 20 ପ୍ରତିଶତ ବୃଦ୍ଧି କରିବାକୁ…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଗତ କିଛି ବର୍ଷ ଧରି ପୃଥିବୀର ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ ଦେଖାଯାଉଛି। ଏହାର ପ୍ରଭାବ ଭାରତ ଏବଂ ଓଡ଼ିଶାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri