ଆକବରଙ୍କ ଘଣ୍ଟା

ଶାସନର ସଂଜ୍ଞା ଏବେ ବଦଳିଗଲାଣି। ଆଗେ ବ୍ରିଟିଶ୍‌ ଶାସନ ସମୟରେ କିମ୍ବା ଭାରତ ସ୍ବାଧୀନତା ପାଇଲା ପରେ ପରେ ସଂଜ୍ଞା ମୁଖ୍ୟତଃ ରାଜସ୍ବ ଆଦାୟ, ଆଇନଶୃଙ୍ଖଳା ରକ୍ଷାରେ ସୀମିତ ଥିଲା। ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ ହେବା ପରେ ଉନ୍ନୟନ ଓ କଲ୍ୟାଣକର ଯୋଜନାର ଭାର ପ୍ରଶାସନ ମୁଣ୍ଡକୁ ଗଲା। ସୀମିତ ଦାୟିତ୍ୱରୁ ଅସୀମିତ ଦାୟିତ୍ୱର କାର୍ଯ୍ୟଭାର ପଡ଼ିଲା ପ୍ରଶାସନ ଉପରେ। ଗ୍ରାମ୍ୟ ଉନ୍ନୟନଠାରୁ ଆରମ୍ଭ କରି ଜଳସେଚନ, ପାନୀୟଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ମତ୍ସ୍ୟ, ପଶୁପାଳନ, ବିଜ୍ଞାନ ଓ କାରିଗରି, ଦକ୍ଷତା ବିକାଶ,କୃଷି, ଉଦ୍ୟୋଗ ବିକାଶ, କ୍ରୀଡ଼ା ଓ ସଂସ୍କୃତିର ବିକାଶ, ସ୍ବାସ୍ଥ୍ୟ,ଶିକ୍ଷା, ଶ୍ରମିକ କଲ୍ୟାଣ, ଅବକାରୀ, ଆଇନଶୃଙ୍ଖଳା, ସାମାଜିକ କଲ୍ୟାଣ ଏବଂ ଏସବୁ ବାଦ୍‌ ସମୟକୁ ସମୟ ଯେତେବେଳେ ଯାହା ନୂଆ ଦାୟିତ୍ୱ ଆସିବ, ସବୁ ପ୍ରଶାସନ ଉପରେ ଲଦି ଦିଆଗଲା। ଆଜିକାଲି ଛୋଟଛୋଟ କାମ ପାଇଁ ମଧ୍ୟ ଲୋକେ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି, ଯାହା ସେମାନେ ନିଜେ ଚାହିଁଲେ ମଧ୍ୟ କରିପାରନ୍ତେ। କହିବାବାହୁଲ୍ୟ, ପ୍ରଶାସନର ଦାୟିତ୍ୱ ଆଜିକାଲି ବହୁଗୁଣିତ ହେଇଚି।
ପ୍ରଶାସନ ଦାୟିତ୍ୱରେ ଥିଲାବେଳେ ମୁଁ ଦେଖିଚି ଏମିତି ସମୟ ଆସେ ଅଫିସରମାନଙ୍କୁ ଗାଧୋଇବା , ଖାଇବା ବା ଶୋଇବା ପାଇଁ ମଧ୍ୟ ସମୟ ନିଅଣ୍ଟ ହୁଏ। ବେଳେବେଳେ ଗାଡ଼ିରେ ଗଲାବେଳେ ରାତିର ନିଦ ଭରଣା କରିବାକୁ ହୁଏ। ଟିଫିନ୍‌ କ୍ୟାରିୟରରେ ବୁହାହେଇ ଆସିଥିବା ଖାଦ୍ୟ ଗାଡ଼ିରେ ହିଁ ଖିଆହୁଏ। ଦିନ କିମ୍ବା ରାତି ହଉ ମୋବାଇଲ ଫୋନ ବନ୍ଦ କରିହୁଏନି। ସବୁବେଳେ ଲୋକଙ୍କ ଗହଳି ଲାଗିଥାଏ। ଲୋକଙ୍କ ସମସ୍ୟା ଆଜିକାଲି ନ ଶୁଣିଲେ ନହୁଏ! ଆଗେ ଲୋକଙ୍କ ପାଖରେ ପ୍ରତିବାଦ କରିବାକୁ ଏତେ ବେଶି ସୁଯୋଗ ନଥିଲା। ପ୍ରଶାସନ ତାଙ୍କ କଥା ନ ଶୁଣିଲେ ସେମାନେ ଭାଗ୍ୟକୁ ଦୋଷ ଦେଇ ମନମାରି ରହୁଥିଲେ! ଆଜିକାଲି ତ ଗଣମାଧ୍ୟମ ଏତେ ବଢ଼ିଗଲେଣି ଯେ କୋଉ କଥାଟା ଟିକିଏ ଅଣଦେଖା ହୋଇ ରହିଗଲେ ତା’ ପରଦିନ ବଡ଼ ଅକ୍ଷରରେ ଖବରକାଗଜର ଶିର ମଣ୍ଡନ କରୁଛି ବା ଟିଭି ନ୍ୟୁଜ୍‌ରେ ଗ୍ରାଉଣ୍ଡ ଜିରୋ ରିପୋର୍ଟ ହୋଇ ବାହାରୁଚି। ଏତଦ୍‌ବ୍ୟତୀତ ସୂଚନା ଅଧିକାର ଆଇନ ଓ ମାନବାଧିକାର କର୍ମୀମାନଙ୍କ ହସ୍ତକ୍ଷେପ ଯୋଗୁ ମଧ୍ୟ ପ୍ରଶାସନକୁ ତତ୍ପର ହେବାକୁ ପଡ଼ୁଛି। ଲୋକେ ନିଜେ ବି ଉଚ୍ଚରୁ ଉଚ୍ଚତର ସୋପାନକୁ ପେଟିଶନ ମାରି ଦଉଛନ୍ତି। ପ୍ରଯୁକ୍ତିବିଦ୍ୟା ଏ ଦିଗରେ ତାଙ୍କୁ ସହାୟକ ହଉଚି। ତେଣୁ ଜଣେ ପ୍ରଶାସକ ଆଜିକାଲି ନିଜ ମର୍ଜିରେ କାମକରି, ମଉଜ ମଜଲିସ୍‌ରେ ସମୟ ବିତେଇବାର ଅବସର ଆଉ ନାହିଁ। ତାକୁ ଚିରତତ୍ପର ଓ କ୍ରିୟାଶୀଳ ହେବାକୁ ପଡିବ ହିଁ ପଡ଼ିବ।
ମୋର ମନେଅଛି, ପ୍ରଶାସନରେ ଥିଲାବେଳେ ଆମେ ଏ ଦିଗ ପ୍ରତି ସଚେତନ ରହିବାକୁ ପଡ଼ୁଥିଲା। ଯେତେବେଳେ ଯୋଉ ଲୋକ ଆମ ଦ୍ୱାରସ୍ଥ ହୁଏ, ତା’ କଥା ଶୁଣିଦେଲେ ଗଲା। ଥରେ ତା’ କଥା ଶୁଣିଦେଲେ ତା’ର ଅଭିଯୋଗ ଅଧା କମିଯାଏ! ତା’ର କ୍ରୋଧ ଓ ବିଦ୍ୱେଷ ମଧ୍ୟ କମିଯାଏ। ତେଣୁ ମୁଁ ନିୟମିତ ସକାଳୁ ସା ଭିତରେ ଯିଏ ଯେତେବେଳେ ଆସେ, ଅନ୍ୟ କାମ ପଛକୁ ରଖି ତା’ କଥା ଆଗେ ଶୁଣେ। ଲୋକଙ୍କର ଥରେ ଆସ୍ଥା ଆସିଲେ, ସେମାନେ ଅନ୍ୟ କାହା ପାଖକୁ ନ ଯାଇ ସଂପୃକ୍ତ ଅଧିକାରୀଙ୍କ ପାଖକୁ ହିଁ ଆସନ୍ତି। ଆମ ସମୟର ପ୍ରଶାସନିକ ଅଧିକାରୀମାନେ ବେଳେବେଳେ କୁହନ୍ତି, ରାଜନୈତିକ ଲୋକମାନେ ସମସ୍ୟାକୁ ନେଇ ଅଯଥା ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ଆମକୁ ମନେରଖିବାକୁ ହେବ ଯେ, ଲୋକଟି ପ୍ରଶାସନଠାରୁ ଭରସା ନ ପାଇବାରୁ ରାଜନୈତିକ ଲୋକଙ୍କ ପାଖକୁ ବା ମିଡିଆ ପାଖକୁ ଗଲା! ଆମେ ଯଦି ତା’ କଥା ଶୁଣି ତା’ର ସମାଧାନ ବାଟ ବାହାର କରିଥା’ନ୍ତେ, ତାହାଲେ ହୁଏତ ଲୋକଟି ଏପଟସେପଟ ହୋଇନଥାନ୍ତା। କାହାକୁ ବା ଭଲ ଲାଗେ ବାରଦୁଆର ଶୁଣ୍ଢୀପିଣ୍ଡା ହବାକୁ? ଗୋଟିଏ ନିର୍ଦ୍ଧାରିତ ଜାଗାରେ ଯଦି ନିଶ୍ଚିତ ସେବା ମିଳିବ, ସେ କାହିଁକି ଅନ୍ୟ କୁଆଡ଼େ ଯିବ? ମାତ୍ର ଆମ ପ୍ରଶାସକମାନେ ନିଜ ଅବହେଳାଟିକୁ ଅଣଦେଖା କରନ୍ତି। ମନେଥିବ ମୋଗଲ ସମ୍ରାଟ୍‌ ଆକବର ତାଙ୍କ ପ୍ରାସାଦର ବାହାରେ ଏକ ବଡ଼ ଘଣ୍ଟିର ବ୍ୟବସ୍ଥା କରିଥିଲେ, ଯାହାର ନାମ ଥିଲା ନଗରଖାନା ଘଣ୍ଟା। ଅସୁବିଧାରେ ପଡ଼ିଥିବା ଲୋକେ ସେଇ ଘଣ୍ଟି ବଜେଇ ସମ୍ରାଟ୍‌ଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ଓ ତାଙ୍କ ସମସ୍ୟା ଜଣେଇ ତା’ର ନିରାକରଣ କରୁଥିଲେ। ସେଇଥିପାଇଁ ଆକବରଙ୍କ ଶାସନ ବ୍ୟବସ୍ଥା ଭାରତ ଇତିହାସରେ ଏକ ସୁବର୍ଣ୍ଣ ଯୁଗ ହେଇ ରହିଛି। ତା’ର ଅନୁସରଣ କରି ବ୍ରିଟିଶ୍‌ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନଙ୍କର ଆବାସିକ କାର୍ଯ୍ୟାଳୟର ବ୍ୟବସ୍ଥା ଥିଲା। ଏବେ ମଧ୍ୟ ଉପଜିଲାପାଳ ବା ଜିଲାପାଳମାନଙ୍କ ବାସଭବନରେ ଆବାସିକ କାର୍ଯ୍ୟାଳୟର ବ୍ୟବସ୍ଥା ଅଛି। ଉଦ୍ଦେଶ୍ୟ ହେଲା ଲୋକେ ଅଫିସ ସମୟ ବାଦ୍‌ ମଧ୍ୟ ଅନ୍ୟ ସମୟରେ ଜରୁରିକାଳୀନ ସେବା ପାଇଁ ତାଙ୍କୁ ଭେଟିପାରିବେ। ମାତ୍ର ଏବେ ଦେଖାଯାଉଛି, ଅନେକ ଜିଲାପାଳ ତାଙ୍କ ଆବାସିକ କାର୍ଯ୍ୟାଳୟକୁ ବନ୍ଦ କରିଦେଲେଣି। ସତେ ଯେମିତି ଏହା ଏକ ଇଚ୍ଛାଧୀନ ବିଷୟବସ୍ତୁ! ସେମାନେ ଜାଣିବା ଦରକାର ଯେ ଶାସନ ଦାୟିତ୍ୱରେ ଥିବା ଲୋକଟି ଦାୟିତ୍ୱର ଏକ ଆସନରେ ବସିଛି। ଏହା କୌଣସି ମେରି-ଗୋ-ରାଉଣ୍ଡର ଚେୟାର ନୁହେଁ। ବିଳାସବ୍ୟସନ ବା ଉପଭୋଗର ଆସନ ନୁହେଁ। ସମଗ୍ର ଜିଲାର ଲକ୍ଷଲକ୍ଷ ଲୋକଙ୍କର ଆଶା ଆକାଂକ୍ଷାର ପରିପାଳନ ଓ ପରିପୂରଣ ପାଇଁ ତାଙ୍କ ପଦବୀ ଉଦ୍ଦିଷ୍ଟ। ସେମାନେ ଯଦି ବ୍ୟକ୍ତିଗତ ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ଦ୍ୱାର ବନ୍ଦ କରିଦେବେ, ଲୋକେ କାହା ପାଖକୁ ଯିବେ? ସେମାନେ ଯଦି ଏତେ ସୁଖସ୍ବାଚ୍ଛନ୍ଦ୍ୟ ମଧ୍ୟରେ ରହିବାକୁ ପସନ୍ଦ କରୁଥିଲେ, ହୁଏତ ସେମାନେ ଏଭଳି ଏକ ମୁକାବିଲାପୂର୍ଣ୍ଣ ଚାକିରିରେ ଯୋଗ ଦେଇନଥାନ୍ତେ! କିନ୍ତୁ ଥରେ ଢିଙ୍କି ତଳେ ମୁଣ୍ଡ ରଖିଲା ପରେ ଢିଙ୍କିର ମାଡ଼କୁ ଡରିଲେ ଚଳିବ କି?
ଥରେ ଗୋଟେ ଉପକୂଳବର୍ତ୍ତୀ ଜିଲାରେ କାମ କଲାବେଳେ ଏହିଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମୋ ପାଖକୁ ଯିଏ ଯେତେବେଳେ ଆସନ୍ତି ଦଳମତ ନିର୍ବିଶେଷରେ ମୁଁ ପ୍ରାୟ ସମସ୍ତଙ୍କୁ ଭେଟେ। ସେ ଜିଲାର ଜଣେ ତୁଙ୍ଗ ନେତା ମତେ ଦିନେ ପରିହାସ ଛଳରେ କହିଲେ, ଆପଣ ଆମ ଶାସନରେ ଥାଇ ଏ ବିରୋଧୀ ଦଳିଆ ଟାଉଟରଗୁଡ଼ାଙ୍କ କଥା ସବୁବେଳେ କାହିଁକି ଶୁଣୁଛନ୍ତି? କାହିଁକି ସେଗୁଡ଼ାଙ୍କୁ ବସେଇ ଚା ପାଣିରେ ଆପ୍ୟାୟିତ କରୁଛନ୍ତି? ମୁଁ କହିଲି, ମୁଁ ତାଙ୍କ କଥା ଶୁଣୁଛି ଏଇଥିପାଇଁ ଯେ ସେମାନଙ୍କର ସରକାର ନାହିଁ। ତେଣୁ ସେମାନେ ତାଙ୍କ ସମସ୍ୟାର ସମାଧାନ ପାଇଁ କେବେହେଲେ ଆପଣଙ୍କ ପାଖକୁ ଯିବେ ନାହିଁ। ସେମାନେ ବାଧ୍ୟ ହୋଇ ମୋ ପାଖକୁ ଆସୁଛନ୍ତି। ମୁଁ ଯଦି ତାଙ୍କ କଥା ନ ଶୁଣେ, ତେବେ ସେମାନେ ବିରୋଧ କରିବେ, ବିକ୍ଷୋଭ କରିବେ, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ। ସେଥିରେ ସରକାରଙ୍କର ବା ସମାଜର ଯୋଉ ଆର୍ଥିକ ବା ଭାବମୂର୍ତ୍ତିଗତ କ୍ଷତି ହେବ, ତା’ ତୁଳନାରେ କେଇ କପ୍‌ ଚା ବା କେଇ ଗ୍ଲାସ ପାଣି କ’ଣ ବେଶି ମୂଲ୍ୟବାନ୍‌? ବିରୋଧୀ ଦଳର କର୍ମୀଙ୍କୁ ମ୍ୟାନେଜ କରିବାର ଆବଶ୍ୟକତା ବେଶି ଅଛି। ତା’ଛଡ଼ା ଯୋଉ ଲୋକମାନେ ମଝିମଝିଆ ଏ ଦଳର ନୁହନ୍ତି କି ସେ ଦଳର ନୁହନ୍ତି, ସେମାନେ ଯିବେ କୁଆଡ଼େ? ସେମାନେ ତ ପ୍ରଶାସନ ପାଖକୁ ଆସିବେ ହିଁ ଆସିବେ।
ଏଇସବୁ ଲୋକମାନେ ତାଙ୍କ କାର୍ଯ୍ୟହାସଲ ପାଇଁ ବିକଳ୍ପ ଭାବେ ଗଣମାଧ୍ୟମ ପାଖକୁ ବା ରାଜନୈତିକ ନେତାଙ୍କ ପାଖକୁ ଯିବାକୁ ଚାହାନ୍ତି ନାହିଁ। ସେମାନେ ଚାହାନ୍ତି ସିଧାସଳଖ ତହସିଲଦାର, ବିଡିଓ ବା ଜିଲାପାଳ ତାଙ୍କ ସମସ୍ୟା ବୁଝନ୍ତୁ। ଏମାନଙ୍କ କଥା ନ ଶୁଣିଲେ ସେମାନେ ଯିବେ କୁଆଡ଼େ? ସାଧାରଣ ଲୋକଙ୍କ ପାଇଁ ତ ପ୍ରଶାସନ! ଏଇମାନେ ଯଦି ଅଶ୍ରୁତ ହୋଇ ରହିଯିବେ, ତେବେ ତାଙ୍କ ଅକଥ୍ୟ ଯନ୍ତ୍ରଣା ହୁଏତ ପ୍ରଶାସନ ପାଇଁ ଏକ ଅନିର୍ବଚନୀୟ ସମସ୍ୟା ହୋଇ ଫେରିଆସିବ।
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri