ଆମେରିକା ଆଗ

ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତିଗୁଡ଼ିକ ବିବାଦୀୟ ହୋଇଚାଲିଛି। ୨୦ ଜାନୁଆରୀ ୨୦୨୫ରେ ଦାୟିତ୍ୱ ନେବାର ପ୍ରଥମ ଦିନରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ରୁ ଆମେରିକା ଓହରିଯିବା ବିଷୟ ସେ ଘୋଷଣା କରିଥିଲେ। ସ୍ମରଣ କରାଯାଇପାରେ ଯେ ଜୁଲାଇ ୨୦୨୦ରେ ଟ୍ରମ୍ପ ତାଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ ସମୟରେ କୋଭିଡ୍‌-୧୯ ପାଇଁ ଚାଇନାକୁ ଦାୟୀ କରି ବିଧିବଦ୍ଧ ଭାବେ ଡବ୍ଲ୍ୟୁଏଚ୍‌ଓରୁ ଆମେରିକା ଓହରିଯିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଜୋ ବାଇଡେନ୍‌ କ୍ଷମତାସୀନ ହେବାରୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବାତିଲ କରିଥିଲେ। ତେବେ ୨ ଫେବୃଆରୀ ୨୦୨୫ରେ ମେକ୍ସିକୋ, କାନାଡା ଓ ଚାଇନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରି ଟ୍ରମ୍ପ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କ କହିବା କଥା ହେଲା ଆମେରିକାର ବାଣିଜ୍ୟ ନିଅଣ୍ଟ ବା ଟ୍ରେଡ୍‌ ଡେଫିସିଟ୍‌ ପାଇଁ ଏହି ଦେଶଗୁଡ଼ିକ ଅଧିକ ମାତ୍ରାରେ ଦାୟୀ ରହୁଥିବାରୁ ସେଗୁଡ଼ିକ ଉପରେ ଏଭଳି ଶୁଳ୍କ ବସାଇବା ଜରୁରୀ ଥିଲା। ତେବେ ୪ ଫେବୃଆରୀରେ ହ୍ବାଇଟହାଉସ୍‌ ପକ୍ଷରୁ ଘୋଷଣା ହୋଇଛି ଯେ, ମେକ୍ସିକୋ ଓ କାନାଡା ଉପରେ ହୋଇଥିବା ଟ୍ରମ୍ପ୍‌ଙ୍କ ଟାରିଫ ବୋଝକୁ ୩୦ ଦିନ ପାଇଁ ସାମୟିକ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇ କାନାଡା ସେହି ସମାନ ୨୫ ପ୍ରତିଶତ ଟାରିଫ୍‌ ଆମେରିକା ଉପରେ ବସାଇବ ବୋଲି ଘୋଷଣା କରିଛି। ଅନୁରୂପ ଧମକ ମେକ୍ସିକୋ ଦେଇଥିବା ବେଳେ ଚାଇନା ଟ୍ରମ୍ପଙ୍କ ନିଷ୍ପତ୍ତି ବିରୋଧରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଯିବ ବୋଲି କହିବା ସହ କଡ଼ା ପଦକ୍ଷେପ ନେବ ବୋଲି ପ୍ରକାଶ କରିଛି। ଏସବୁ ଧମକକୁ ଟ୍ରମ୍ପ ଭୟ କରୁଥିବା ଭଳି ମନେ ହେଉନାହିଁ। ଏଥିସହିତ ବ୍ରିକ୍ସ ସଙ୍ଗଠନରେ ଅଧିକ ଶବ୍ଦ କରୁଥିବା ଭାରତ ସମେତ କେତୋଟି ଦେଶର ମୁଖ୍ୟମାନଙ୍କୁ ହ୍ବାଇଟ୍‌ ହାଉସ୍‌ ତରଫରୁ ଡକରା ଜାରି କରାଯାଇଛି। ଏହିସବୁ ଦେଶର ମୁଖ୍ୟମାନଙ୍କୁ ଧମକ ଦିଆଯିବା ସହିତ କୌଣସି ପ୍ରକାରର ଡଲାର ବିରୋଧୀ ମନ୍ତବ୍ୟ କିମ୍ବା କାର୍ଯ୍ୟଠାରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯିବ। ଏପରିକି ଏହି ନେତାମାନଙ୍କୁ ଭବିଷ୍ୟତରେ ବ୍ରିକ୍ସ ସଭାରେ ଯୋଗଦେବା ପାଇଁ ବାରଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଭାରତ ଆପାତତଃ ବର୍ତ୍ତିଯାଇଥିବାରୁ ସାଧାରଣରେ ଆଲୋଚନା ହୋଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସମ୍ବନ୍ଧ ଭଲ ଥିବାର ଏହା ହେଉଛି ପ୍ରତିଫଳନ। ଏପରି ଚର୍ଚ୍ଚା ହେଉଥିବା ବେଳେ ୩ ଫେବୃଆରୀରେ ଖବର ଆସିଲା ଯେ ଆସନ୍ତା ୧୩ ତାରିଖରେ ମୋଦି ଆମେରିକା ଗସ୍ତରେ ଯିବେ। ଏ କଥା ଶୁଣି କେତେକ ଭାରତୀୟ ଅଧିକ ଉତ୍ସାହିତ ହୋଇଯାଇଥିଲେ। କିନ୍ତୁ ସେହି ଉତ୍ସାହକୁ ଦିନେ ପୂରି ନ ଥିବା ବେଳେ ୪ ଫେବୃଆରୀରେ ଟ୍ରମ୍ପ ଆଉ ଏକ ଏକ୍‌ଜିକ୍ୟୁଟିଭ୍‌ ଅର୍ଡର ବାହାର କରି ୟୁଏସ୍‌ ଏଜେନ୍ସି ଫର୍‌ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ (ୟୁଏସ୍‌ଏଡ୍‌)ର କାର୍ଯ୍ୟ ସମୀକ୍ଷା କରାଯିବ କହି ପାଣ୍ଠି ଯୋଗାଣକୁ ରଦ୍ଦ କରିଦେଇଛନ୍ତି। ଅର୍ଥାତ୍‌ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଭାରତରେ ଯେଉଁ ସରକାରୀ ଓ ବେସରକାରୀ ସଙ୍ଗଠନଗୁଡ଼ିକ ୟୁଏସ୍‌ଏଡ୍‌ଠାରୁ ପାଣ୍ଠି ପାଉଥିଲେ ସେଗୁଡ଼ିକ ସଙ୍କଟ ମଧ୍ୟକୁ ଚାଲିଯାଇଛନ୍ତି। ଫଳରେ ଭାରତରେ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରକଳ୍ପଗୁଡ଼ିକ ବାଧାପ୍ରାପ୍ତ ହେବା ଥୟ ବୋଲି କୁହାଗଲାଣି। କେବଳ ସେତିକି ନୁହେଁ ସଦ୍ୟ ସୂଚନା ଅନୁଯାୟୀ ଆମେରିକା ତା’ ସେନା ବିମାନରେ ୨୦୫ ଜଣ ବେଆଇନ ପ୍ରବାସୀଙ୍କୁ ଭାରତକୁ ପଠାଇଛି। ଏହି ଦୁଇ ପଦକ୍ଷେପ ଟ୍ରମ୍ପଙ୍କ ଭାରତ ପ୍ରତି ଥିବା ଆଭିମୁଖ୍ୟକୁ ସୂଚାଉଛି।
ବିଶ୍ୱବାସୀ ଜାଣିଛନ୍ତି ଟ୍ରମ୍ପ କାହାର ନୁହନ୍ତି, କେବଳ ଆମେରିକାର। ସେ ଜଣେ ଏକଜିଦିଆ ନେତା ହୋଇଥିବା ବେଳେ ବିଶେଷକରି ବେପାର କଥାରେ ସମ୍ପୂର୍ଣ୍ଣ ଭାବେ ସ୍ବାର୍ଥାନ୍ବେସୀ। ହେଲେ ଭାରତର ନେତୃତ୍ୱ ତାଙ୍କୁ ଅସ୍ବାଭାବିକ ଗୁରୁତ୍ୱ ଦେଇ ଆସୁଥିବାରୁ ଏବେ ସେ ଯେଉଁ ଝଟକା ଦେଲେ ତାହାକୁ ଗମ୍ଭୀରତାର ସହ ବିଚାର କରାଯିବା ଦରକାର ବୋଲି କୁହାଗଲାଣି। ବିଗତ ବର୍ଷଗୁଡ଼ିକରେ ଆମେରିକାର ହ୍ୟୁଷ୍ଟନରେ ହୋଇଥିବା ‘ହାଉଡି ମୋଦି’ ହେଉ ବା ଗୁଜରାଟର ଅହମଦାବାଦରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ରହିଥିବା ବିଷୟରେ ଭାରତୀୟ ଗଣମାଧ୍ୟମରେ ବିଶେଷ ଚର୍ଚ୍ଚା ହୋଇଆସିଛି। କିନ୍ତୁ ଏବର ସ୍ଥିତି ଦେଖିଲେ ଟ୍ରମ୍ପଙ୍କ ଭାରତ ପ୍ରତି ବେଖାତିର ମନୋଭାବ ଅଛି ବୋଲି ସ୍ପଷ୍ଟ ଜଣାପଡୁଛି। କାନାଡା, ମେକ୍ସିକୋ ଓ ଚାଇନା ଭଳି ରାଷ୍ଟ୍ର ସହ ଆମେରିକାର ବାଣିଜି୍ୟକ କାରବାର ଆକାର ବୃହତ୍‌ ଥିବା ବେଳେ ଟ୍ରମ୍ପ ଯେତେବେଳେ ଟାରିଫ୍‌ ବୃଦ୍ଧି ନିଷ୍ପତ୍ତି ନେଇପାରୁଛନ୍ତି, ସେହି ତୁଳନାରେ ଭାରତ ତାଙ୍କ ପାଇଁ ବେଶି ଗୁରୁତ୍ୱ ରଖିବ ଭାବିବା ବୋକାମି। ତେଣୁ ବହିର୍ବ୍ୟାପାର ନୀତି ହେଉ ବା ବାଣିଜି୍ୟକ ଓ ରଣନୀତିକ ସ୍ତରରେ ଭାରତ ଅତି ସତର୍କତାର ସହିତ ପଦକ୍ଷେପ ନେବା ଦରକାର। ସାଧାରଣରେ କୁହାଯାଇଥାଏ, କୌଣସି ସମୟରେ ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କ ଆଗରେ ପାଇବା ଆଶାରେ ଗୋଡ଼ଭାଙ୍ଗି ଠିଆ ହୋଇଥାଆନ୍ତି, ସେତେବେଳେ ସେ ନିଜକୁ ନୂ୍ୟନ ସ୍ତରରେ ରଖିଦେଇଥାଆନ୍ତି। ସେତେବେଳେ କିଛି ମିଳେ ନାହିଁ। ଦମ୍ଭ ଧରି ପରସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବା ଦେଶ ମୁଣ୍ଡ ଉପରକୁ କରି ଚାଲିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?