ଅହଂକାର ଅନୁଚିନ୍ତା

ବୁଝିଲ ବନ୍ଧୁ, ଆମ ଅହଂକାର ଯୋଗୁ ଆମେ ନିଜେ ବହୁ ଅଶାନ୍ତି ଭୋଗିବା ସହ ଅନ୍ୟମାନଙ୍କ ଭିତରେ ମଧ୍ୟ ଅପ୍ରୀତିକର ବାତାବରଣ ସୃଷ୍ଟିକରି ଜୀବନଟାକୁ କଳୁଷିତ କରିଦେଉଛେ। ଆମେ ସମସ୍ତେ ସବୁ କାମର ଶ୍ରେୟ ନେବା ପାଇଁ ବ୍ୟାକୁଳ, ଏବଂ ‘ମୋ ଯୋଗୁ ହିଁ ଏଇଟା ହେଲା’, ‘ମୁଁ ହିଁ ଏଇଟା କରେଇଛି’ ବୋଲି ପ୍ରଚାର କରିବା ପାଇଁ ଯେମିତି ଗୋଟେ ପ୍ରତିଯୋଗିତାରେ ମାତିଛେ। ଆଉ ଏ ମାନସିକତା ବେଳେବେଳେ ଏତେ ତୀବ୍ର ଯେ ଆମେ ଆଦୌ କରି ନ ଥିବା ଅନେକ କାମ ପାଇଁ ବାହାବା ନେବାକୁ ତତ୍ପର। କିନ୍ତୁ ଏହାଦ୍ବାରା ଅନେକ ସମୟରେ ଅନ୍ୟମାନଙ୍କ ଭୂମିକା ଓ ଅବଦାନକୁ ଏମିତି ଭାବରେ ଚାପିଦେଉ ବା ଗୁରୁତ୍ୱହୀନ କରିଦେଉ ଯେ ଫଳସ୍ବରୂପ ଆମେ ଯେ କେବଳ ଘୃଣା, ଅସନ୍ତୋଷ ଓ ରୋଷର ଶିକାର ହେଉ ତା’ ନୁହେଁ, ଅନ୍ୟମାନେ ମଧ୍ୟ ଆମ ସହ ସମ୍ପର୍କ ରଖିବାରେ ଛଳନା ଓ କୃତ୍ରିମତା ପ୍ରକାଶ କରନ୍ତି। ଏମିତି ଅନେକ ଅହଂକାରୀ ଲୋକଙ୍କ ଗହଣରେ ରହିରହି ଭାରି ବିରକ୍ତ ଲାଗିଲାଣି।”
ବନ୍ଧୁଙ୍କ ବିଭକ୍ତିର ଔଚିତ୍ୟକୁ ଅନୁଭବକରି ମୁଁ କଥା ଯୋଡ଼ି କହିଲି,”ତମ କଥା ଅବଶ୍ୟ ଠିକ୍‌, କିନ୍ତୁ ଆମେ ପ୍ରାୟ ସମସ୍ତେ କୌଣସି ନା କୌଣସି ପ୍ରକାର ଅହଂକାର ଦ୍ବାରା କବଳିତ। କିନ୍ତୁ ବିଡ଼ମ୍ବନା ଏଇୟା ଯେ ଯୁଗ ଯୁଗ ଧରି ଈଶ୍ବର ସମସ୍ତଙ୍କ ଅହଙ୍କାର ନାଶ କରିଥିବା କାହାଣୀ ଆମେ ଶୁଣିଥିଲେ ବି ନିଜ ଚରିତ୍ର ସଂଶୋଧନକରି ଅହଂକାର ଛାଡ଼ିବାକୁ ପ୍ରସ୍ତୁତ ନୋହୁଁ। ମହାଭାରତ ଯୁଦ୍ଧରେ ଭୀମ, ଅର୍ଜୁନ ଆଦି ବୀରମାନେ ନିଜ ଶୌର୍ଯ୍ୟ ବଳରେ ଶତ୍ରୁ ସଂହାର କରିଛନ୍ତି ବୋଲି ଅହଙ୍କାରରେ ମତ୍ତ ଥିଲାବେଳେ ଏକା ସୁଦର୍ଶନ ଚକ୍ର ହିଁ ଯୁଦ୍ଧ ଲଢୁଥିଲା ବୋଲି ଶୁଣିଲା ପରେ ସେମାନଙ୍କର ଦର୍ପ ନାଶ ହୋଇଥିଲା। ନିଜକୁ ଜଣେ ମହାଶକ୍ତିଶାଳୀ ଯୋଦ୍ଧା ବୋଲି ଜାଣିଲା ପରେ ସୁଦର୍ଶନଙ୍କ ମନରେ ଗର୍ବ ଆସିଥିଲା ଯେ ତାଙ୍କଠାରୁ ଶକ୍ତିଶାଳୀ ଆଉ କେହି ନ ଥାଇପାରେ। କିନ୍ତୁ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଦ୍ବାରରେ ସେ ସୁରକ୍ଷା ପ୍ରଦାନ କରୁଥିବା ବେଳେ ଯେତେବେଳେ ତାଙ୍କୁ ନିଜ ପାଟି ଭିତରେ ଲୁଚାଇ ଦେଇ ହନୁମାନ ସବୁ ସୁରକ୍ଷା ବଳୟ ଭେଦିଯାଇ ପ୍ରଭୁଙ୍କ ପାଖରେ ପହଞ୍ଚି ସେଠି ନିଜ ପାଟି ଭିତରୁ ତାଙ୍କୁ ବାହାରକଲେ, ସେତେବେଳେ ଲଜ୍ଜା ଓ ଅପମାନରେ ଜର୍ଜରିତ ହୋଇ ସୁଦର୍ଶନଙ୍କର ଗର୍ବ ଚୂନା ହୋଇଯାଇଥିଲା। ଠିକ୍‌ ସେମିତି, ଅଳଙ୍କାର ବିଭୂଷିତା ହୋଇ ଶ୍ରୀକୃଷ୍ଣଙ୍କ ପାଖରେ ବସିଥିବା ତଥା ନିଜକୁ ସର୍ବଶ୍ରେଷ୍ଠ ସୁନ୍ଦରୀ ବୋଲି ଗର୍ବ କରୁଥିବା ସତ୍ୟଭାମାଙ୍କୁ ଦେଖି ହନୁମାନ ଯେତେବେଳେ ସନ୍ଦେହ ପ୍ରକଟ କଲେ ଯେ ସଂସାରର ସର୍ବଶ୍ରେଷ୍ଠ ସୁନ୍ଦରୀ ତଥା ସ୍ବୟଂ ଲକ୍ଷ୍ମୀ, ମାତା ସୀତାଙ୍କ ସ୍ଥାନରେ ପ୍ରଭୁଙ୍କ ପାଖରେ ଏ ଦାସୀ କିଏ ବସିଛି – ସେତେବେଳେ ସତ୍ୟଭାମାଙ୍କର ଗର୍ବ ନାଶ ହୋଇଥିଲା। ଭୀମ ଅର୍ଜୁନ ଆଦି ଯୋଦ୍ଧା, ବୀର ସୁଦର୍ଶନ, ଏମିତିକି କୌରବ ପକ୍ଷର ଅନେକ ବୀରଙ୍କର ଅହଂକାର ନାଶର କାହାଣୀ ଅନ୍ତତଃ ଏତିକି ସୂଚନା ଦିଏ ଯେ ମୁଁ କରୁଛି ବୋଲି ମଣିଷ ଯେଉଁ ଗର୍ବକରେ, ପ୍ରକୃତରେ ଅଦୃଶ୍ୟ ଭାବରେ ଈଶ୍ୱର ହିଁ ତା’ର କର୍ତ୍ତା। ସେଥିପାଇଁ ଗୀତାରେ କୁହାଯାଇଛି,”ଅହଂକାର ବିମୂଢ଼ାତ୍ମା କର୍ତ୍ତାହମିତି ମପ୍ୟତେ।“
ସେମାନଙ୍କ ପାଇଁ ଭଗବାନ୍‌ ଶ୍ରୀକୃଷ୍ଣ ଥିଲେ ବୋଲି ସେମାନେ ସଜାଡ଼ି ହୋଇଗଲେ। କିନ୍ତୁ ଏମାନଙ୍କ ଦର୍ପଗଞ୍ଜନ ପାଇଁ ତମ ଆମ ଭଳିଆ ସାଧାରଣ ଲୋକଙ୍କର କ’ଣ ସାମର୍ଥ୍ୟ ଅଛି? ଜଣେ ଯଦି ନିଜକୁ ସୁଧାରିବାକୁ ରାଜି ନ ହୁଏ, ତେବେ ତାକୁ ସ୍ବୟଂ ଭଗବାନ୍‌ ସୁଧାରିପାରିବେନାହିଁ। ତମେ ଯେଉଁମାନଙ୍କ କଥା ଓ ଚରିତ୍ର ବିଷୟରେ ଇଙ୍ଗିତ କରୁଛ ସେମାନଙ୍କର ଦୋଷ କ’ଣ ଜାଣିଛ? ସେମାନେ ନିଜକୁ ସବୁବେଳେ ଏକଦମ ପର୍‌ଫେକ୍ଟ ବୋଲି ମନେକରନ୍ତି। ସାମାନ୍ୟତମ କଥାରେ ଅନ୍ୟମାନଙ୍କର ତ୍ରୁଟି ଖୋଜୁଥାଆନ୍ତି। ନିଜେ କେବେ ବି ଭୁଲ୍‌ କରନ୍ତିନି ବୋଲି ଯେହେତୁ ଭ୍ରମରେ ଥାଆନ୍ତି, କେହି ତାଙ୍କ ଭୁଲ୍‌ ଦେଖାଇଲେ ସେମାନେ ସ୍ବୀକାର କରିବାକୁ ରାଜି ହୁଅନ୍ତି ନାହିଁ। ବରଂ ଅନ୍ୟମାନଙ୍କ ଅଲଗା ଭୁଲ୍‌ ଦେଖାଇ ନିଜ ଭୁଲ୍‌କୁ ଠିକ୍‌ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟାକରନ୍ତି। ଏମାନେ ଯୋଗ୍ୟ ଥାଆନ୍ତୁ କି ନ ଥାଆନ୍ତୁ ପଛେ ସବୁବେଳେ ସମ୍ମାନ ଖୋଜନ୍ତି। ଆଉ ଯଦି ସାମାନ୍ୟ ଧନ, କ୍ଷମତା କି ଅଧିକାର ମିଳିଗଲା, ତେବେ ଏମାନଙ୍କ ସ୍ଥିତି ଦେଖେ କିଏ? ସମ୍ପତ୍ତି, କର୍ତ୍ତୃତ୍ୱର ଅହଂକାରଜନିତ ନିଶା ଏମିତି ଚଢ଼ିଯାଏ ଯେ ପିମ୍ପୁଡ଼ି ରୁଖା ଚଢ଼ିବା ପରି ଅବସ୍ଥା ଆସିଯାଏ। ସମୟ ଓ ପରିସ୍ଥିତି ଯେତେ ଧକ୍କା ଓ ଧୋକା ଦେଲେ ବି ଅହଂକାର ଯୋଗୁ ଏମାନେ ସତ୍ୟକୁ ଗ୍ରହଣ କରିପାରନ୍ତିନାହିଁ। ଏମାନେ ତୁମ ପାଇଁ ବହୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି। ତେଣୁ ତାଙ୍କ ସହ ଭାବବିହ୍ବଳ ହେଇ ଜଡ଼େଇ ନ ହୋଇ ବାସ୍ତବଧର୍ମୀ ହୁଅ। ସେମାନଙ୍କ ଗର୍ବ ନାଶ ପାଇଁ ସବୁକିଛି ସମୟ ଓ ଭଗବାନଙ୍କ ଉପରେ ଛାଡ଼ିଦିଅ।
ହଠାତ୍‌ ସବୁ ବୁଝିଯାଇଥିବା ପରି ବନ୍ଧୁ କହିଲେ, ” ଠିକ୍‌ କଥା। ଏମିତି ଲୋକଙ୍କ ସହ ଭାବଗତ ଦୂରତା ରଖି , ସେମାନଙ୍କ ବ୍ୟକ୍ତିତ୍ୱ କିମ୍ବା ବ୍ୟବହାରରେ ବିଚଳିତ ନ ହୋଇ, ତାଙ୍କୁ ନିଜର ଅହଂକାର ସହ ବଞ୍ଚିବାକୁ ଛାଡ଼ିଦେବା ଉଚିତ ହେବ।“
ଠିକ୍‌ ଏତିକିବେଳେ ବନ୍ଧୁଙ୍କ ଶାଳକ ମହୋଦୟ ତାଙ୍କ ଘରପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ ଜଣାଇବାକୁ ଆସି କହିଲେ,ଅଳ୍ପ କିଛି ଟଙ୍କା ଖଟାଇ ଛୋଟ କୁଡ଼ିଆଟେ କରିଛି। ଆପଣଙ୍କ ପାଦ ପଡ଼ିଲେ, ତା’ର ସୌନ୍ଦର୍ଯ୍ୟ ବଢ଼ିଯିବ। ଉତ୍କଣ୍ଠାର ସହ ପଚାରିଲି, କେତେ ଟଙ୍କା ଖର୍ଚ୍ଚ ହେଲା? ଉତ୍ତର ମିଳିଲା, ମୋର ତ ଛୋଟିଆ ଚାକିରିଟେ। ବେଶି ପଇସା କୁଆଡୁ ଆଣିବି? ମୁଁ ପୁଣି ଦୋହରାଇଲି,ତଥାପି, କେତେ ଖର୍ଚ୍ଚ ହେଲା? ଏଥର ସରଳ ଉତ୍ତର, ଏଇ ପ୍ରାୟ ଅଢ଼େଇ କୋଟି। ପିଲାମାନଙ୍କ ବରାଦ ମୁତାବକ କୋଉ କରିହେଲା କି? ସେଥିପାଇଁ ଆଉ କୋଟିଏ ଲାଗିଥାନ୍ତା। ତଥାପି ମୋର ଜଣେ ସାଙ୍ଗ କହୁଥିଲା, ଘରଟା କାଳେ ଦେଖିଲା ଭଳିଆ ହେଇଛି। ଅନୁରୋଧ ଆପଣ ପ୍ରତିଷ୍ଠାଦିନ ନିଶ୍ଚୟ ଆସିବେ। ମୁରୁକି ହସି କହିଲି, ତମ ଭଳି ଜଣେ ସାଦାସିଧା, ନିରହଂକାରୀ ଲୋକର କୁଡ଼ିଆ ଦର୍ଶନ ପାଇଁ ନିଶ୍ଚୟ ଯିବି।
ମହୋଦୟ ଜଣକ ଫେରିଯିବା ପରେ ମୁଁ ବନ୍ଧୁଙ୍କୁ ଚାହେଁ ତ ସେ ଲଜ୍ଜାରେ ଲାଲ୍‌ ପଡ଼ିଯାଇଥିଲେ। କଥା ବାଆଁରେଇ କହିଲି, ସେଦିନ ମନେକରି ତମ ଶାଳକଙ୍କ ଘରର କିଛି ଫଟୋ ଉଠାଇଆଣିବ। କେହି କାହାକୁ କିଛି ନ କହି ଚୁପ୍‌ଚାପ୍‌ ବାଟ ଭାଙ୍ଗିଲୁ।
ଅଧ୍ୟାପକ, ଇଂରାଜୀ ବିଭାଗ, ନିଆଳି କଲେଜ
କଟକ, ମୋ: ୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri