Posted inଖେଳ

ଦିନିକିଆରେ କାହିଁକି ଫ୍ଲପ ହେଉଛନ୍ତି ଟି୨୦ ସୁପରଷ୍ଟାର ସୂର୍ଯ୍ୟକୁମାର? ଅଗରକର କହିଲେ…

ବିଶାଖାପାଟଣା,୧୯।୩: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଶ୍ରେୟସ ଆୟର ଆହତ ହେବା ଯୋଗୁ ଟି୨୦ ଫର୍ମାଟ ସୁପରଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଥିଲା। ହେଲେ ଉଭୟ ମୁମ୍ବାଇ ଏବଂ ବିଶାଖାପାଟଣାରେ ମିଳିଥିବା ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଛନ୍ତି ସେ। ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ପ୍ୟାଭିଲିୟନକୁ ପଠାଇଥିଲେ। ଫଳରେ ଯାଦବ ଖାତା ନ ଖୋଲି ଫେରିବାକୁ ବାଧ୍ୟ ହୋଇଥିଲେ। ତେବେ ସେ ଅଜିତ ଅଗରକରଙ୍କ ପରେ ଲଗାତାର ଦୁଇଟି ଦିନିକିଆରେ ଗୋଲ୍ଡେନ୍‌ ଡକ୍‌ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି।

ଏଭଳି ସ୍ଥିତିରେ ବିଶାଖାପାଟଣା ଦିନିକିଆ ପୂର୍ବରୁ ଅଗରକର ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବଙ୍କ ବିଫଳତା ପଛର କାରଣ ପ୍ରକାଶ କରିଥିଲେ। ତାଙ୍କ ମାନସିକତା ହେତୁ ଏଭଳି ଘଟୁଛି। ସେ କିଭଳି ଦିନିକିଆରେ ବ୍ୟାଟିଂ କରିବେ ତାହା ସ୍ଥିର କରିବାରେ ଅସମଥର୍ର୍। ଏହି କାରଣରୁ ସେ ଦିନିକିଆରେ ଏଯାବତ ନିଜର ଛାପ ଛାଡ଼ିବାରେ ବିଫଳ ହେଉଛନ୍ତି ବୋଲି ଅଗରକର କହିଛନ୍ତି।

ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ସୂର୍ଯ୍ୟକୁମାର ନିଜର ଦିନିକିଆ ଡେବ୍ୟୁ କରିଥିଲେ। ଏଯାବତ ସେ ୨୨ ଦିନିକିଆର ୨୦ ଇନିଂସରେ ୪୩୩ ରନ୍‌ କରିଛନ୍ତି। ସେଥିରେ ୨ ଅର୍ଦ୍ଧଶତକ ରହିଛି। ଅହମ୍ମଦାବାଦରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅର୍ଦ୍ଧଶତକ କରିବା ପରେ ସୂର୍ଯ୍ୟକୁମାର ୧୬ ଦିନିକିଆ ଖେଳିଛନ୍ତି। ଗତ ୧୦ ଦିନିକିଆ ଦେଖିଲେ ସେ ମାତ୍ର ୧୧୦ ରନ୍‌ ସ୍କୋର କରିବାରେ ସଫଳ ହୋଇଛନ୍ତି। ଏଥିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୩୪* ରହିଛି। ଏମିତିରେ ତାଙ୍କର ଦିନିକିଆରେ ଖେଳିବା ଅସ୍ପଷ୍ଟ ହୋଇଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri