Posted inଖେଳ

ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ବିଷୟରେ ମୁହଁ ଖୋଲିଲେ ରାହାନେ

ଭାରତୀୟ କ୍ରିକେଟ୍‌ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍‌ ବିଜୟ ହାସଲ କରିଥିଲା। ଏହାପରେ ରାହାନେଙ୍କ ନେତୃତ୍ୱକୁ ନେଇ ଚାଲିଆଡେ ପ୍ରଶଂସା କରାଯାଉଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ସ୍ବଦେଶ ଫେରିଥିଲେ। ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ଘଟିତତ୍ଲା। ଏଭଳି ପରିସ୍ଥିତିରେ ଦଳର ନେତୃତ୍ୱ ନେଇଥିଲେ ଅଜିଙ୍କେ ରାହାନେ ତାଙ୍କ ନେତୃତ୍ୱରେ ଦଳ ଦ୍ୱିତୀୟ ଟେଷ୍ଟ ଜିତିଥିଲା। ପରେ ତୃତୀୟ ଟେଷ୍ଟରେ ଡ୍ର ଏବଂ ଶେଷ ଟେଷ୍ଟ ଜିତି ସିରିଜ୍‌ ୨-୧ରେ ଜିତିଥିଲା ଭାରତୀୟ ଦଳ। ଏହାପରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱକୁ ସମସ୍ତେ ପସନ୍ଦ କରିବା ସହ ବିରାଟ କୋହଲିଙ୍କ ସ୍ଥାନରେ ତାଙ୍କୁ ଭାରତୀୟ ଦଳର ସ୍ଥାନୀୟ ଅଧିନାୟକ କରିବାକୁ ପୂର୍ବତନ କ୍ରିକେଟର୍‌ ଏବଂ ପ୍ରଶଂସକ ଦାବି କରିଥିଲେ। ଏନେଇ ରାହାନେ ମୁହଁ ଖୋଲିଛନ୍ତି, ସେ କହିଛନ୍ତି ଟେଷ୍ଟ ଅଧିନାୟକତ୍ୱକୁ ନେଇ କୋହଲି ଏବଂ ମୋ ଭିତରେ କୌଣସି ମନୋମାଳିନ୍ୟ କିମ୍ବା ମୁକାବିଲା ନାହିଁ। କୋହଲି ଅଧିନାୟକ ଥିଲେ ମଧ୍ୟ ସେ ଚାହିଁଥାନ୍ତେ ଭାରତ ସିରିଜ୍‌ ଜିତୁ। ମୁଁ ଅଦବନାୟକ ହେବାପରେ ମଧ୍ୟ ସମାନ ଚିନ୍ତାଧାରାରେ ଖେଳିଥିଲି। ଅଧିନାୟକ ଯିଏ ଥାନ୍ତୁ ନା କାହିଁକି, ସମସ୍ତେ ଚାହାନ୍ତି ନିଜ ଦଳ ଜିତୁ। ତେଣୁ ବିରାଟ କୋହଲି ଏବଂ ମୋ ଭିତରେ କୌଣସି ଟକ୍କର ନାହିଁ ବୋଲି ରାହାନେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ, ଧାଓ୍ବନଙ୍କୁ ଚକିତ କଲେ ୧୯ ବର୍ଷୀୟ ଲୋକାଲ ପେସର

ନୂଆଦିଲ୍ଲୀ,୩।୧୧- ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ୧୯ ବର୍ଷୀୟ ଲୋକାଲ ପେସର କେଶବ ଦବସ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କୁ...

ଜୟପୁର ଆକାଶ ମେଘୁଆ: ମ୍ୟାଚ ବାତିଲ ହେଲେ ପଏଣ୍ଟ ଭାଗ କରିବେ ଆରଆର-ଆରସିବି…

ଜୟପୁର,୧୪।୫ : ଆଇପିଏଲ ୨୦୨୩ ର ୬୦ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ...

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ...

ଦେଶର ଶ୍ରେଷ୍ଠ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ କିଟ୍‌

ଭୁବନେଶ୍ୱର, ୧୦।୬- ଭାରତର ଶ୍ରେଷ୍ଠ ୧୦ ଆଥଲେଟିକ୍‌ ଏକାଡେମୀ ମଧ୍ୟରେ ଓଡ଼ିଶାର କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଦି ବ୍ରିଜ୍‌ ମିଡିଆ ପକ୍ଷରୁ ନିକଟରେ ପ୍ରସ୍ତୁତ...

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷିତଧାଓ୍ବନ, ଶାହଙ୍କ ପ୍ରତ୍ୟାବର୍ତ୍ତନ : ଚହର ନୂଆ ମୁହଁ, ୩ ଫର୍ମାଟରେ ନେତୃତ୍ୱ ବଜାୟ ରଖିଲେ କୋହଲି

ମୁମ୍ବାଇ,୨୧।୭(ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ୩ଟି ଯାକ ଫର୍ମାଟ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କ ଅଧ୍ୟକ୍ଷତାରେ ରବିବାର...

ସୁପର ଓଭର୍‌ ପୂର୍ବରୁ ରାଗି ଯାଇଥିଲେ କ୍ରିସ୍‌ ଗେଲ୍‌

ଦୁବାଇ,୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ଦୁଇଟି ସୁପର ଓଭରରେ ଜିତିବା ପରେ କିଙ୍ଗସ ଏକାଦଶ ପଞ୍ଜାବ ଦଳର ମନୋବଳ ଦୃଢ ହୋଇଛି। ସୁପର ଓଭର...

ଦୁଇ ବର୍ଷ ଧରି ଖେଳି ନାହାନ୍ତି, ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି କ୍ରିକେଟରଙ୍କୁ ଖେଳାଇବାକୁ ଦାବି କରୁଛନ୍ତି…

ନୂଆଦିଲ୍ଲୀ,୪।୨: ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା। ନିକଟରେ ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାଜିତ କରି ଫେରିଥିବା ଭାରତୀୟ ଦଳ ଏହି ସିରିଜ...

ସ୍ପେନ୍‌ ମାଟିରେ ମେସି ଦେଖାଇଲେ ଚମକ

ମାଡ୍ରିଡ୍‌, ୭।୬: ସ୍ପେନ୍‌ ମାଟିରେ ପୁଣି ଥରେ ଦେଖିବାକୁ ମିଳିଛି ଲିଓନେଲ ମେସିଙ୍କ ଚମକ। ଆର୍ଜେଣ୍ଟିନା ଷ୍ଟ୍ରାଇକର ରବିବାର ଇଷ୍ଟୋନିଆ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ...

Advertisement
Archives

Model This Week