Posted inଖେଳ

ଏଣିକି ଅଧିନାୟକ ନୁହେଁ ଉପ-ଅଧିନାୟକ; ବିରାଟ ଫେରିଲେ ଏଭଳି ଲାଗିବ ବୋଲି କହିଲେ ରାହାଣେ

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ଟିମ୍‌। ପ୍ରଥମ ଟେଷ୍ଟରେ ୩୬ ରନ୍‌ରେ ଅଲଆଉଟ୍‌ ହେବାର ଲଜ୍ଜାଜନକ ଘଟଣା ପରେ ଅଧିନାୟକ ବିରାଟ କୋହଲି ଛୁଟିରେ ଯାଇଥିଲେ। ଏହାପରେ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇ ଦଳକୁ ସିରିଜ ବିଜୟ ହାତେଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଏବେ ଉଭୟଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯାଉଛି। କିଛି ବିରାଟଙ୍କଠାରୁ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦକୁ ଛଡ଼ାଇ ରାହାଣେଙ୍କୁ ଦିଆଯାଉ ବୋଲି କହୁଥିବା ବେଳେ କିଛି ବିରାଟଙ୍କ ପଦ ବିପଦରେ ବୋଲି କହୁଛନ୍ତି। ତେବେ ଏନେଇ ପଚରାଯିବାରେ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରାହାଣେ।

ଯେତେବେଳେ ବିରାଟ ଫେରିବେ ଉପଅଧିନାୟକ ଭାବେ କାର୍ଯ୍ୟ କରିବା ସମୟରେ କେଉଁଭଳି ଲାଗିବ ବୋଲି ରାହାଣେଙ୍କୁ ପଚରାଯାଇଥିଲା। ଏହାର ଜବାବରେ, ମୁଁ ସେ ବିଷୟରେ ଚିନ୍ତା କରିବାକୁ ଚାହେଁନା। ବ୍ରିସ୍‌ବେନ୍‌ ବିଜୟ ସହ ସିରିଜ୍‌ ହାତେଇବାକୁ ନେଇ ମିଳିଥିବା ଖୁସିକୁ ଉପଭୋଗ କରିବାକୁ ଚାହେଁ। ଭାରତ ଫେରିବା ପରେ ଇଂଲଣ୍ଡ ବିପକ୍ଷ ସିରିଜ ବିଷୟରେ ଭାବିବା ବୋଲି ସେ କହିଛନ୍ତି।

ରାହାଣେଙ୍କ ଅଧିନାୟକତ୍ୱ ବିଷୟରେ କଥାହେଲେ ସେ ଏବେପର୍ଯ୍ୟନ୍ତ ୫ଟି ଟେଷ୍ଟ ମ୍ୟାଚ୍‌ରେ ନେତୃତ୍ୱ ନେଇଛନ୍ତି। ସେଥିରୁ ୪ଟି ମ୍ୟାଚ୍‌ରେ ଭାରତ ବିଜେତା ହୋଇଥିବା ବେଳେ ଗୋଟିଏ ଡ୍ର ରହିଛି। ସେହିଭଳି ବିରାଟ ୫୬ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିବା ବେଳେ ସେଥିରୁ ୩୩ରେ ଜିତିଛି ଭାରତ। ୧୦ ମ୍ୟାଚ୍‌ ଡ୍ର ରହିଛି। ୧୩ ମ୍ୟାଚ୍‌ରେ ଭାରତ ହାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲୀୟ ସ୍ପିନରଙ୍କ ଦ୍ୱାରା ଟିମ ଇଣ୍ଡିଆ ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ଲଞ୍ଚ୍‌ ସୁଦ୍ଧା ସ୍କୋର ୭ ଓ୍ବିକେଟରେ ୮୪…

ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ...

ଆଇସିସି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ସାଉଥାମ୍ପଟନ,୪।୬ (ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଭାରତ ବୁଧବାରଠାରୁ ଅଭିଯାନ ଆରମ୍ଭ କରିବ। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ...

ଭାରତ-ପାକିସ୍ତାନ ମ୍ୟାଚ୍‌ ଭାରତ ଆର୍ମି ପାଇଁ ସ୍ବତନ୍ତ୍ର

ମାଞ୍ଚେଷ୍ଟର,୧୫।୬: ଭାରତୀୟ କ୍ରିକେଟ ଦଳକୁ ଦେଶ ଓ ବିଦେଶରେ ସମର୍ଥନ କରୁଥିବା ପ୍ରଶଂସକଙ୍କ ଗ୍ରୁପ ଭାରତ ଆର୍ମି ଟିମ୍‌ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ...

ପାଞ୍ଚ ଷ୍ଟାଡିୟମରେ ଟେଷ୍ଟ

ଭାରତରେ ଏବେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ୫ଟି ଷ୍ଟାଡିୟମରେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚିନ୍ତାକରିବା ଆବଶ୍ୟକ ବୋଲି ଭାରତୀୟ...

କୋଭିଡ୍‌-୧୯ ଲଢେଇ: ବହୁମୂଲ୍ୟ ଦେଇ ମୁସ୍‌ଫିକରଙ୍କ ବ୍ୟାଟ୍‌ କିଣିଲେ ଆଫ୍ରିଦି

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି। ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫକର ରହିମ କୋଭିଡ-୧୯ ମହାମାରୀ...

ନରିନ୍ଦର ବାତ୍ରା ସମ୍ମାନିତ

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.)-କ୍ରୀଡ଼ା ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି। ରବିବାର ବିଶିଷ୍ଟ ବିଚାରପତି...

ଆଖି ପିଛୁଳାକେ ଏମିତି କାମ କଲେ କୋହଲି, ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ୟୁଏଇ,୩୦।୯: ଆଇପିଏଲ୍‌ ୨୦୨୧ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଆରସିବି ୭ ଉଇକେଟ୍‌ରେ...

ପ୍ରଥମ ଟି୨୦: ବର୍ଷା ଯୋଗୁ ବିନା ଫଳାଫଳରେ ମ୍ୟାଚ୍‌ ଶେଷ

ମାଞ୍ଚେଷ୍ଟର,୩୦।୮(ଏପି): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ବର୍ଷା କାରଣରୁ ପୂରା ଖେଳାଯାଇପାରି...

Advertisement
Archives

Model This Week