ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଏଜାଜ ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ସାରା ଦେଶରେ ପୁଣି ଥରେ କରୋନା କାୟା ବିସ୍ତାର କରିଚାଲିଛି। କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ଧାରଣ କରିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌ ଖୁବ୍‌ କମ୍‌ ସମୟରେ ଅଧିକ ଲୋକଙ୍କୁ ସଂକ୍ରମଣ କରିବାରେ ସକ୍ଷମ ହେଉଛି। ଏହି କ୍ରମରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତା ଏଜାଜ ଖାଁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନ୍‌ସିବି ହେପାଜତ୍‌ରେ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏଜାଜଙ୍କୁ ପଚରାଉଚରା କରୁଥିବା ଏନ୍‌ସିବି ଟିମ୍‌ର ମଧ୍ୟ କରୋନା ଯାଞ୍ଚ ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଏଜାଜଙ୍କ କରୋନା ପରୀକ୍ଷା ହୋଇଥିଲା। ତେବେ ରବିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସୂଚନା ମୁତାବକ ଗତ କିଛି ଦିନ ତଳେ ଅଭିନେତା ଏଜାଜଙ୍କୁ ଡ୍ରଗ୍ସ ମାମଲାରେ ଏନ୍‌ସିବି ଗିରଫ କରିଥିଲା। ପୂର୍ବରୁ ତାଙ୍କୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେପାଜତରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରେ ଏହାର ଅବଧିକୁ ବଢ଼ାଇ ତାଙ୍କୁ ଏପ୍ରିଲ ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆର ଦାୟିତ୍ୱ ସମ୍ଭାଳିବେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ,୧୪।୩: ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୋମବାର ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ଏହି ସୂଚନା...

ସଂକ୍ରମିତ ଶିଶୁଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବର ବେଳକୁ ତୃତୀୟ...

ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ

ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି...

ନିଦ୍ରା ହେଲା ଶେଷ ନିଦ୍ରା: ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ୪ ମୃତ…

ନୂଆଦିଲ୍ଲୀ, ୨୧।୯ :ବୁଧବାର ବିଳମ୍ବିତ ରାତି ୧ଟା ୫୧ରେ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି।...

ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କହିଲେ ଖେଳାଳିଙ୍କ ପ୍ରଦର୍ଶନ ନେଇ ଗର୍ବିତ…

ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଦଳ ଫାଇନାଲରୁ ବାହାର ହେବା ସହିତ ଗୋଲ୍ଡ ଏବଂ ସିଲିଭର୍‌...

ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି।...

ନିର୍ଭୟା ମାମଲା: ତିହାର ଜେଲରେ ୪ ଦୋଷୀଙ୍କ ଡମିକୁ ଦିଆଗଲା ଫାଶୀ

ନୂଆଦିଲ୍ଲୀ,୧୩।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।...

ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ,୧।୧୦: ଅନ୍‌ଲକ୍‌ ୫.୦ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅକ୍ଟୋବର ୧୫ରୁ ସର୍ତ୍ତମୂଳକ ଭାବେ ସିନେମା ହଲ୍‌ ଓ ଥିଏଟର...

Advertisement
Archives

Model This Week