ଯୁବକ ପାଇଲେ ନୂଆ ପରିଚୟ: ଅଜୟରୁ ଏବେ ରିଙ୍କି

ଜଳେଶ୍ୱର,୩୦ା୮(ନବୀନ ସାହୁ): ଥିଲେ ପୁଅ, ହେଲେ ଝିଅ। ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ବିରଳ ଅସ୍ତ୍ରୋପଚାର ପରେ ଜଣେ ଯୁବକ ପାଇଛନ୍ତି ନୂଆ ପରିଚୟ। ସମାଜରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କନ୍ୟା ଭ୍ରୂଣ ହତ୍ୟାକୁ ରୋକିବା ସହ ଅବହେଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ନମକାନା ଗ୍ରାମର ଅଜୟ ବାରିକ(୩୮)। ପାଠପଢା ଶେଷ ହେବା ପରେ କୋଲକାତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ବି ନାରୀ ଅସୁରକ୍ଷିତ। ତେଣୁ ଆଜିର ସମାଜରେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଲୋକଙ୍କ ମନରେ ଘୃଣା ଭାବ ଜାଗ୍ରତ ହେଉଛି। ମହିଳାମାନଙ୍କ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣାକୁ ଜଣେ ମହିଳା ହିଁ ବୁଝିପାରିବ। ତେଣୁ ପୁଅରୁ ଝିଅ ହୋଇ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି। ନିଜ ପରିବାର ଲୋକଙ୍କ ସହମତି କ୍ରମେ ୨୦୨୨ ଡିସେମ୍ବରରେ ଦିଲ୍ଲୀସ୍ଥିତ ଓଲମେକ ହସପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର କରାଇଥିଲେ ଅଜୟ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମ୍‌ଙ୍କ ଦ୍ବାରା ଅନେକ ପ୍ରକାର ସର୍ଜରୀ କରାଯିବା ସହ ପ୍ରାୟ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇଥିଲେ। ସେବେଠାରୁ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ହୋଇ ନାରୀ ସଶକ୍ତୀକରଣ ଏବଂ ସମାଜରେ ଅବହେଳିତ, ନିଷ୍ପେସିତ ନାରୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କାର୍ଯ୍ୟ କରୁଛନ୍ତି। ନିକଟରେ ଗଁାକୁ ଆସିବା ପରେ ଅଜୟ ଲିଙ୍ଗ ପରିବର୍ତ୍ତନ କରିଥିବା ସମ୍ପର୍କରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଇଣ୍ଡିଆନ୍ସ ଛାଡି ଏହି ଦଳରେ ସାମିଲ ହେବେ ହାର୍ଦ୍ଦିକ ପାଣ୍ଡ୍ୟା! ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୬।୫: ମୁମ୍ବାଇ ଇଣ୍ଡିଆନ୍ସ IPL ୨୦୨୬ ପ୍ଲେଅଫ ଦୌଡ଼ରୁ ପ୍ରାୟ ବାହାର ହୋଇଗଲାଣି। ଯଦିଓ ବାକି ଚାରୋଟି ମ୍ୟାଚ ଜିତିଲେ ବି ସେମାନେ କେବଳ ୧୪ ପଏଣ୍ଟ…

ମମତାଙ୍କ ପରାଜୟ ନୁହେଁ ଶୁଭେନ୍ଦୁଙ୍କ ବିଜୟ ଖୁସିରେ ଗଦ୍‌ଗଦ୍‌ ବାଂଲାଦେଶ, ଖେଳିଲା ନୂଆ ଚାଲ୍‌!

କୋଲକାତା,୬।୫: ବାଂଲାଦେଶର BNP ଦଳର ନେତା ଏବଂ ସୂଚନା ସଚିବ ଅଜିଜୁଲ ବାରୀ ହେଲାଲ ବଙ୍ଗଳାର ନିର୍ୱାଚନ ଫଳାଫଳରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି,…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ବଙ୍ଗଳା ନିର୍ବାଚନର ସବୁଠାରୁ ଭାଗ୍ୟବାନ ପ୍ରାର୍ଥୀ: SIRରେ କଟିଯାଇଥିଲା ନାଁ, ଏବେ ହେଲେ ବିଧାୟକ

କୋଲକାତା,୬।୫: ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ଭାଜପା ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ମମତା…

କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ: ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

କେନ୍ଦୁଝର,୬।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ବିଜେଡି ନେତା ପ୍ରମୋଦ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ…

ଯଦି ମମତା ବାନାର୍ଜୀ ଇସ୍ତଫା ନ ଦିଅନ୍ତି, ତେବେ ପୋଲିସ ପଠାଇ… ଆଇନଗତ ରାସ୍ତା କହିଲେ ସୁପ୍ରିମକୋର୍ଟର ଓକିଲ

ନୂଆଦିଲ୍ଲୀ,୬।୫: ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି, ଯାହା ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି…

ବିରଳ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ: ସମୁଦ୍ର ମୁହାଁ ହଜାର ହଜାର ଛୁଆ କଇଁଛ

ଗଞ୍ଜାମ,୬।୫:(ବିଦ୍ୟାଧର ସାହୁ ): ସାମୁଦ୍ରିକ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣ ବେଳାଭୂମିରୁ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ବିସ୍ତୃତ ବାଲୁକା…

ମନ୍ଦିର ପାଇଁ ମଞ୍ଜୁର ଟଙ୍କାରେ ଘର ତିଆରି ଅଭିଯୋଗ: ବିଧାୟକ ପାଣ୍ଠିର ଦୁରୁପଯୋଗ 

ଗୁଣପୁର,୬।୫(ସଂକେତ ପାତ୍ର): ରାୟଗଡ଼ା  ଜିଲା ଗୁଣପୁର ବ୍ଲକ ଅଧୀନ ମେରିଙ୍ଗି ଗ୍ରାମରେ ଅବସ୍ଥିତ ମାତାରବନମ୍‌ ମନ୍ଦିର ଉନ୍ନତି ପାଇଁ ମଞ୍ଜୁରି ହୋଇଥିବା ବିଧାୟକ ପାଣ୍ଠିର ଦୁରୁପଯୋଗ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri