ଅଭିଷେକଙ୍କୁ ନେଇ ଏମିତି କହିଦେଲେ ଐଶ୍ୱର୍ଯ୍ୟା, କହିଲେ ମୁଁ ତାଙ୍କ ପାଇଁ…

ମୁମ୍ବାଇ:ଐଶ୍ୱର୍ଯ୍ୟା ରୟ ଅନେକ ସୁପରହିଟ ଏବଂ ବ୍ଲକ୍‌ବାଷ୍ଟର ଫିଲ୍ମ କରିଛନ୍ତି। ବଲିଉଡରେ ଏକ ସମୟରେ ତାଙ୍କର ଏପରି ଆକର୍ଷଣ ଥିଲା ଯେ ସେ ପ୍ରତ୍ୟେକ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ। ଅନେକ ସଫଳ ଚଳଚ୍ଚିତ୍ର ଅଛି ଯାହା ତାଙ୍କୁ ଦିଆଯାଉଥିଲା କିନ୍ତୁ ସେ ଏହି ଫିଲ୍ମ କରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ ଏବଂ କିଛି ଫିଲ୍ମ ଥିଲା ଯାହା ସେ କରିବାକୁ ଚାହୁଁଥିଲେ କିନ୍ତୁ କିଛି ବାଧ୍ୟବାଧକତା କାରଣରୁ ମନାକରିଦେିଥିଲେ। ତାଙ୍କୁ ୨୦୧୪ରେ ମୁକ୍ତିଲାଭ କରିଥିବା କମେଡି ଆକ୍ସନ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ଅଫର ମିଳିଥିଲା କିନ୍ତୁ ଅଭିଷେକ ବଚ୍ଚନଙ୍କ କାରଣରୁ ସେ ଫିଲ୍ମକୁ ମନା କରିଦେଇଥିଲେ। ସେହି କାରଣ କ’ଣ, ଅଭିନେତ୍ରୀ ନିଜେ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ଅଭିଷେକ ବଚ୍ଚନଙ୍କ ସହ ଅନେକ ଚଳଚ୍ଚିତ୍ର କରିଛନ୍ତି, ତେବେ ଫରାହ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହାପି ନ୍ୟୁ ଇୟର’ କରିବାକୁ ସେ କାହିଁକି ମନା କରିଦେଲେ? ଏକ ସାକ୍ଷାତକାର ସମୟରେ ଅଭିନେତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ଅଭିଷେକ ବଚ୍ଚନଙ୍କୁ ଫିଲ୍ମ ଛାଡିବାର କାରଣ କହିଛନ୍ତି। ସେ କ’ଣ କହିଥିଲେ ଆମେ ଆପଣଙ୍କୁ କହିବାକୁ ଯାଉଛୁ…

ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାରରେ ଏହି ଚଳଚ୍ଚିତ୍ରର ଅଫର ବିଷୟରେ କହିଥିଲେ। ସେ କହିଥିଲେ, ହଁ, ମୋତେ ଫିଲ୍ମ ଅଫର କରାଯାଇଥିଲା ଏବଂ ଯଦି ମୁଁ ଏଥିରେ କାମ କରିଥା’ନ୍ତି, ତେବେ ଏହା ଏକ ମଜାଦାର ଯାତ୍ରା ପରି ହୋଇଥାନ୍ତା। ଏହା ବହୁତ ମଜା ହୋଇଥାନ୍ତା, କିନ୍ତୁ ଏହା ମୋ ଏବଂ ଅଭିଷେକ ବଚ୍ଚନଙ୍କ ପାଇଁ କାମ କାମ କରିନଥିଲା। କାରଣ ଫିଲ୍ମରେ ଆମ ଯୋଡି ଏକାଠି ନଥାନ୍ତା। ଫିଲ୍ମରେ ଶାହାରୁଖଙ୍କ ବିପକ୍ଷରେ ଦୀପିକା ପାଦୁକୋନ ଥିଲେ। ଫିଲ୍ମରେ କେବଳ ଜଣେ ମହିଳା ଲିଡ ଥିଲେ ଏବଂ ଅଭିଷେକଙ୍କ ବିପକ୍ଷରେ କେହି ନାହାଁନ୍ତି। ଏହା ମୋର ଏବଂ ଅଭିଷେକଙ୍କ ପାଇଁ ଏହା ଅତ୍ୟନ୍ତ ଅଦ୍ଭୁତ ହୋଇଥାନ୍ତା କାହିଁକି ନା ମୁଁ ଏହି ଫିଲ୍ମରେ ଥା’ନ୍ତି କିନ୍ତୁ ମୋର ଯୋଡି ଅନ୍ୟ କାହା ସହିତ ଥାନ୍ତା। ତେଣୁ ଫିଲ୍ମର କାହାଣୀ ଶୁଣିବା ପରେ ମୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri