ପ୍ରଥମ ଥର: ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ ଐଶ୍ୱର୍ଯ୍ୟା

ଗୁରୁ, ବମ୍ବେ, ରୋଜା, ଥାଲାପତି ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିସାରିଥିବା ନିର୍ଦ୍ଦେଶକ ମଣି ରତ୍ନମ ଏବେ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ‘ପୋନ୍ନିୟିନ ସେଲଭନ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟିମ୍‌ ୫୦ ଦିନର ମାରାଥନ୍‌ ସିଡ୍ୟୁଲ ଶୁଟିଂ ଶେଷ କରିଛନ୍ତି। ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଏହି ସିଡ୍ୟୁଲର ଶୁଟିଂ ଶେଷ ହେବା ପରେ ମଣି କହିଛନ୍ତି, ସେ ତାଙ୍କର ଏହି ଫିଲ୍ମକୁ ୨ଟି ଭାଗରେ ରିଲିଜ୍‌ କରିବେ। ଫିଲ୍ମର କାହାଣୀ ଦେଶର ମହାନ ଲେଖକ ତଥା କବି ଆର୍‌ କୃଷ୍ଣମୂର୍ତ୍ତି କଲ୍‌କିଙ୍କ ଐତିହାସିକ ଉପନ୍ୟାସ ଉପରେ ଆଧାରିତ। ତେବେ ଖୁବ୍‌ କମ୍‌ ଲୋକେ ଜାଣିଥିଲେ ଯେ, ଐଶ୍ୱର୍ଯ୍ୟା ରାୟ ଏହି ଫିଲ୍ମରେ ପ୍ରମୁଖ ଚରିତ୍ରରେ ଅଭିନୟ କରୁଛନ୍ତି। ଖାଲି ସେତିକି ନୁହେଁ ଏଥିରେ ତାଙ୍କର ଡବଲ ରୋଲ୍‌ ରହିଛି। ତେବେ ବଚ୍ଚନ ପରିବାରର ବୋହୂ କୌଣସି ଫିଲ୍ମରେ ଡବଲ ଚରିତ୍ରରେ ଅଭିନୟ କରିବା ଏହା ହେଉଛି ପ୍ରଥମ ।
୫ଶହ କୋଟି ବଜେଟରେ ନିର୍ମାଣାଧୀନ ଏହି ଫିଲ୍ମରେ ସାଉଥ୍‌ ଇଣ୍ଡଷ୍ଟ୍ରିର କେତେକ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ। ମଲ୍ଟି ଷ୍ଟାରର ଏହି ଫିଲ୍ମରେ ବିକ୍ରମ, କିର୍ତ୍ତୀ, ଜୟମ ରବି, ଜୟରାମ, ତ୍ରିଶା ପ୍ରମୁଖଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଡ୍ରଗ୍ସ କବଳରେ ସିଦ୍ଧାର୍ଥ; ଖରାପ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ବମ୍ବେ: ପୁଣି ଡ୍ରଗ୍ସ କବଳରେ କମେଡିଆନ ସିଦ୍ଧାର୍ଥ ସାଗର। ତାଙ୍କୁ ଏବେ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ସିଦ୍ଧାର୍ଥ ନିଶା ସେବନ କରୁଥିଲେ।...

ନିର୍ମାଣ ହେବ ପାରିକରଙ୍କ ବାୟୋପିକ୍‌

ମୁମ୍ବାଇ,୧୪।୧୨: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଥିବା ସ୍ବର୍ଗତଃ ମନୋହର ପାରିକରଙ୍କ ଜୀବନିକୁ ନେଇ ଖୁବ୍‌ଶୀଘ୍ର ଏକ ଫିଲ୍ମ ନିର୍ମାଣ କରାଯିବ। ଏଥିପାଇଁ...

ଫେରୁଛନ୍ତି କରିନା

ମୁମ୍ବାଇ: ବଲିଉଡ କୁଇନ୍ କରିନା କପୁର ଖାଁ ପୁଣିଥରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦ୍ୱିତୀୟ ସନ୍ତାନର ଜନନୀ ହେବା...

କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ...

ଚଳିତ ସପ୍ତାହରେ ରିଲିଜ ହେବ ୨୩ ଫିଲ୍ମ…

ମୁମ୍ବାଇ : ଅକ୍ଟୋବରର ଶେଷ ସପ୍ତାହରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ହିଟ୍‌ କରିବାକୁ ସକ୍ଷମ ହୋଇ ନାହିଁ। ଦର୍ଶକମାନେ ଫିଲ୍ମର କାହାଣୀ ଏବଂ...

ଦୁର୍ଗାପୂଜା ପେଣ୍ଡାଲରେ ନିଜ ମୂର୍ତ୍ତି ଦେଖି ଏମତି କହିଲେ ସୋନୁ ସୁଦ୍‌

କରୋନା ମହାମାରୀ ସମୟରେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶ୍ରମିକ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇଥିଲେ। ସେ...

ମୁହଁ ଲୁଚାଇଲେ ଶିଳ୍ପାଙ୍କ ସ୍ବାମୀ, ଲୋକେ କହିଲେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ଅଭିଯୋଗରେ ଧରାପଡ଼ିବା ପରେ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ନିକଟରେ ଶିଳ୍ପା ଏବଂ...

ଜାଣନ୍ତୁ ପିତାଙ୍କଠାରୁ ଏହି କଥା ଶିଖିଥିଲେ ସୁଶାନ୍ତ, ଯାହା ଶୁଣି ତାଳି ମାରିଥିଲେ ପ୍ରଶଂସକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍‌ ଜୁନ୍‌ ୧୪ରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ୧୩ ଦିନ ବିତିଗଲାଣି ତଥାପି ପ୍ରଶଂସକମାନେ ଏହି ଖବରକୁ ସହଜରେ ଗ୍ରହଣ...

Advertisement
Archives

Model This Week