ଭୁଶୁଡ଼ିଲା ଏୟାରଷ୍ଟ୍ରିପ୍‌ ପାଚେରି, ୨ ଶ୍ରମିକ ମୃତ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ଯୋଗୁ ୨୦ମିନିଟ୍‌ ଧରି ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ରାସ୍ତା ଉପରେ ବଡ଼ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡିଥିଲା ା କାଳବୈଶାଖୀ ଯୋଗୁ କଟେଲିଗୁଡା ଗ୍ରାମ ନିକଟରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍‌ ପାଚେରି ଭୁଶୁଡିବା ଫଳରେ ସେଠାରେ କାର୍ଯ୍ୟରତ ଥିବା ୬ଜଣ ଶ୍ରମିକଙ୍କ ଉପରେ ପଡିଯାଇଥିଲା। ଫଳରେ ସେମାନେ କାନ୍ଥ ତଳେ ଚାପିହୋଇ ଯାଇଥିଲେ।
ଏହା ଦେଖି ଅନ୍ୟ ଶ୍ରମିକ ଓ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିନ୍ତୁ ଆମ୍ବଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଅଟୋ ଓ ଟ୍ରାକ୍ଟର ଦ୍ୱାରା ଆହତମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଏମ୍‌ଭି- ୩ ଗ୍ରାମର ଅନିଲ ହେମ୍ରମଙ୍କ ପୁଅ ମନ ହେମ୍ରମ୍‌ ଓ ତେନ୍ତଳିଗୁଡା ଗ୍ରାମର ଅର୍ଜୁନ ପେନିଆଙ୍କ ସ୍ତ୍ରୀ ତିଳୋତ୍ତମା।
ସେହିପରି ମାଲକାନଗିରି, ବାଲିମେଳା, ମାଥିଲ ଓ ପାଣ୍ଡ୍ରିପାଣି ଆଦି ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି ା ପବନରେ ୧୦୦ରୁ ଊର୍ଦ୍ଧ୍ୱ ଘରର ଟିଣ ଉଡ଼ିଯିବା ସହ ଉଠାଦୋକାନୀମାନଙ୍କ ତମ୍ବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ପବନ ହେବା ଫଳରେ ମାଲକାନଗିରି-ଜୟପୁର, ମାଲକାନଗିରି-ବାଲିମେଳା, ଚିତ୍ରକୋଣ୍ଡା-ବାଲିମେଳା ଓ ଗୋବିନ୍ଦପାଲ୍ଲୀ ଜାତୀୟ ରାଜପଥରେ ରାସ୍ତାରେ ବଡ ବଡ ଗଛ ପଡିବାରୁ ଶହ ଶହ ଯାନବାହନ ଅଟକି ରହିଛି ା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ କୋରାପୁଟରୁ ଓଡ୍ରାଫ୍‌ ଟିମ୍‌ ଆସି ରାସ୍ତାରେ ପଡିଥିବା ଗଛ କଟା ଜାରି ରଖିଛନ୍ତି। ଜିଲା ପ୍ରଶାସନ ତରଫରୁ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ଏବଂ ତୁରନ୍ତ ରାସ୍ତା ସଫା ଏବଂ ବିଜୁଳି ସଂଯୋଗ ପାଇଁ ପଦକ୍ଷେପ ନିଆଯାଉଥିବା ଉପଜିଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ କହିଛନ୍ତି। ତେବେ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳ ବୈଶାଖୀରେ ଘଟିଥିବା କ୍ଷୟକ୍ଷତି ବିଷୟରେ ରିପୋର୍ଟ ଲେଖା ହେବା ସୁଦ୍ଧା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri