ଫୋକସ୍‌ରେ ବିମାନବନ୍ଦର ଏମ୍‌ବାଙ୍କମେଣ୍ଟ

ସିଓଲ,୧ା୧: ଦକ୍ଷିଣ କୋରିଆ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣାରେ ସମସ୍ତ ୧୭୫ ଯାତ୍ରୀ ଏବଂ ୪ ଜଣ କ୍ରିଉ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ଚିହ୍ନଟ କାର୍ଯ୍ୟରେ ପୋଲିସ ବ୍ୟସ୍ତ ଥିବାବେଳେ କେଉଁ କାରଣରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଲା, ତାହାର ତଦନ୍ତକୁ ମଙ୍ଗଳବାର ଜୋର୍‌ଦାର କରାଯାଇଛି। ରବିବାର ମୁଆନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ବେଲି-ଲ୍ୟାଣ୍ଡିଂ କରିବା ପରେ ରନ୍‌ଓ୍ବେରୁ ଖସିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏୟାରପୋର୍ଟର ଏମ୍ବାଙ୍କମେଣ୍ଟରେ ରଖାଯାଇଥିବା ନାଭିଗେଶନ ଉପକରଣଗୁଡ଼ିକ ସହ ବିମାନଟି ଧକ୍କା ଦେବା ଫଳରେ ଜଳିଯାଇଥିଲା। ବିମାନବନ୍ଦର ଅପରେଟିଂ ମାନୁଆଲ ଅନୁଯାୟୀ, ଏମ୍ବାଙ୍କମେଣ୍ଟ ରନ୍‌ଓ୍ବେ ଶେଷଭାଗର ଅତି ନିକଟରେ ଥିବାବେଳେ ସେଠାରେ ୨୦୨୪ ପ୍ରଥମ ଭାଗରୁ ଏହି ଉପକରଣଗୁଡ଼ିକ ରଖାଯାଇଥିଲା। ସମ୍ପ୍ରସାରଣ ଯୋଜନା ପାଇଁ ଉପକରଣକୁ ସ୍ଥାନାନ୍ତର କରାଯିବା ନିମନ୍ତେ ସୁପାରିସ କରାଯାଇଥିଲା। ପ୍ରଶ୍ନଗୁଡ଼ିକର ଜବାବ ଦେବା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଉକ୍ତ ଦସ୍ତାବିଜ୍‌ ଯାଞ୍ଚ କରିବା ଆବଶ୍ୟକ ବୋଲି ପରିବହନ ମନ୍ତ୍ରଣାଳୟ କହିଛି।
ଦୁର୍ଘଟଣାରେ ମୃତକମାନଙ୍କ ମଧ୍ୟରୁ ଏବେ ବି ୫ଟି ମୃତଦେହ ଚିହ୍ନଟ ହୋଇପାରି ନାହିଁ। ତୁରନ୍ତ ଡିଏନ୍‌ଏ ପରୀକ୍ଷା କରାଇବା ପାଇଁ ଅଧିକ କର୍ମଚାରୀ ଓ ଉପକରଣ ମଞ୍ଜୁର କରାଯାଇଛି। ଦୁର୍ଘଟଣା ସ୍ଥଳରୁ ବିମାନର ଡେଟା ରେକର୍ଡର ବ୍ଲାକ୍‌ ବକ୍ସ ମିଳିଥିବାବେଳେ ଏକ ମୁଖ୍ୟ କନେକ୍ଟର ମିଳୁ ନ ଥିବାରୁ ତଥ୍ୟ କିପରି ବାହାର କରାଯିବ, ସେ ନେଇ କର୍ତ୍ତୃପକ୍ଷ ସମୀକ୍ଷା କରୁଛନ୍ତି। ତେବେ କକ୍‌ପିଟ୍‌ ଭଏସ୍‌ ରେକର୍ଡରୁ ତଥ୍ୟ ପୁନଃ ପ୍ରାପ୍ତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଦେଶର ଏୟାରଲାଇନ୍ସଗୁଡ଼ିକ ଦ୍ୱାରା ପରିଚାଳିତ ସମସ୍ତ ବୋଇଂ ୭୩୭-୮୦୦ ବିମାନର ସୁରକ୍ଷା ଯାଞ୍ଚ କାର୍ଯ୍ୟ ଜାନୁଆରୀ ୩ ସୁଦ୍ଧା ଶେଷ କରିବାକୁ ସୋମବାର ଦେଶର ନୂଆ କାମଚଳା ରାଷ୍ଟ୍ରପତି ଚୋଇ ସାଙ୍ଗ-ମୋକ୍‌ ନିର୍ଦ୍ଦେଶ ଦେଇଥିଲେ। ମୁଆନ୍‌ ଏୟାରପୋର୍ଟକୁ ଜାନୁଆରୀ ୭ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତଦନ୍ତରେ ଆମେରିକାର ଜାତୀୟ ପରିବହନ ନିରାପତ୍ତା ବୋର୍ଡ (ଏନ୍‌ଟିଏସ୍‌ବି), ସଂଘୀୟ ବିମାନ ଚଳାଚଳ ପ୍ରଶାସନ ଏବଂ ବିମାନ ନିର୍ମାତା କମ୍ପାନୀ ବୋଇଂ ସାମିଲ ହୋଇଛି। ବିମାନରେ ପକ୍ଷୀ ମାଡ଼ ହେବା, ବିମାନର କଣ୍ଟ୍ରୋଲ ସିଷ୍ଟମ୍‌ କାମ ନ କରିବା ଆଦି ଦୁର୍ଘଟଣାର ସମ୍ଭାବ୍ୟ କାରଣ ହୋଇପାରେ ଯେଉଁଥିପାଇଁ ପାଇଲଟ୍‌ ଏମର୍ଜେନ୍ସି ଘୋଷଣା କରିବା ସହ ତରବରରେ ବିମାନ ଅବତରଣ ଉଦ୍ୟମ କରିଥିଲେ ବୋଲି ଅଗ୍ନିଶମ ଏବଂ ପରିବହନ ଅଧିକାରୀମାନେ କହିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଉକ୍ତ ସମ୍ଭାବ୍ୟ କାରଣଗୁଡ଼ିକ ଉପରେ ତଦନ୍ତ ଚଳାଇଛନ୍ତି। ଏହା ବ୍ୟତୀତ ବିମାନବନ୍ଦରର ଡିଜାଇନ୍‌ ବିଶେଷକରି ରନ୍‌ଓ୍ବେ ଶେଷଭାଗ ନିକଟରେ ବୃହତ୍‌ କଳା ରଙ୍ଗର କଂକ୍ରିଟ୍‌ ଏମ୍ବାଙ୍କମେଣ୍ଟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ନାଭିଗେଶନ ଉପକରଣ ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri