ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼: ୧୮ ତାଲିବାନୀ ମୃତ

ନାନଗରହାର, ୬।୨: ଆଫଗାନିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ଏଥିରେ ୧୮ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି। ପୂର୍ବ ନାନଗରହାର ପ୍ରଦେଶର ଶେରଜାଦ୍‌ ଜିଲାର ପାହାଡ଼ିଆ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ ଆଫଗାନିସ୍ତାନର ଯୁଦ୍ଧ ବିମାନରୁ ବୋମାମାଡ଼ କରାଯାଇଥିଲା। ମୃତକଙ୍କ ମଧ୍ୟରେ ତାଲିବାନ ରେଡ୍‌-ୟୁନିଟ୍‌ର ୧୪ ଜଣ ସଦସ୍ୟ ଥିବା ପ୍ରତିରକ୍ଷା ବିଭାଗ କହିଛି। ସୂଚନାଯୋଗ୍ୟ, ଗୁରୁବାର କନ୍ଧାହାରର ଦକ୍ଷିଣ ଅଞ୍ଚଳର ଅରଘଣ୍ଡାବ ଏବଂ ଦାଣ୍ଡ ଜିଲାରେ ଥିବା ଆତଙ୍କବାଦୀ ଶିବିର ଉପରେ ବୋମା ମାଡ଼ କରାଯାଇଥିଲା। ଏଥିରେ ୧୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରେ ଆମାଜନ-ଆପଲ୍‌-ଫେସ୍‌ବୁକ୍‌-ଗୁଗଲର ବ୍ୟବସାୟ ସୁଦୃଢ଼ ହେବାର ଆଶା

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଆର୍ଥିକ ସ୍ଥିତି ଉତ୍କଟ...

‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍‌

ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍‌ ଗୃହୀତ କରିବାକୁ ଉଦ୍ୟମ...

ସମୁଦ୍ରରେ ଖସିପଡ଼ିଲା ହେଲିକପ୍ଟର

ଓ୍ବାଶିଂଟନ,୨୦।୨: ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ମିଆମି ବେଳାଭୂମି ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ହେଲିକପ୍ଟରରେ ୩ ଜଣ ଯାତ୍ରୀ ଥିଲେ। ସେହି...

କରୋନା ସଙ୍କଟ: ୮୬ ପ୍ରତିଶତ ଭାରତୀୟଙ୍କୁ ଘାରିଛି ଚାକିରି ହରାଇବା ଭୟ

ଓ୍ବାଶିଂଟନ,୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ପୃଥିବୀ ସହିତ ବହୁ ଦେଶର ଆର୍ଥିକ ମାନଦଣ୍ଡକୁ କରୋନା ଦୋହଲାଇ ଦେଇଛି।...

ବ୍ରିଟେନରେ ଲୋକଙ୍କୁ ଦିଆଯିବ ତୃତୀୟ ଡୋଜ୍‌

ଲଣ୍ଡନ,୧।୭: କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ବ୍ରିଟେନ ଜନସାଧାରଣଙ୍କୁ ତୃତୀୟ ଡୋଜ୍‌(ବୁଷ୍ଟର ଡୋଜ୍‌) ଦେବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତଦିନ ଆସିବା...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ...

ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ...

କରୋନାର ନୂଆ ରୂପ ‘ଓମିକ୍ରନ’ର ଲକ୍ଷଣ ଜାଣନ୍ତୁ

କେପଟାଉନ,୧।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଏଣ୍ଡ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ଏହି ସମୟରେ,...

Advertisement
Archives

Model This Week