ଘରୋଇକରଣ ନତୁବା ବନ୍ଦ ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୧୬।୯ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଲାଗି ସରକାରଙ୍କ ସାମ୍ନାରେ ୨ଟି ବିକଳ୍ପ ରହିଛି। ଏହି ବିମାନ କମ୍ପାନୀକୁ ସରକାର ଘରୋଇକରଣ କରିବେ ନ ହେଲେ ସମ୍ପୂର୍ଣ୍ଣ ବନ୍ଦ କରିଦେବେ। କମ୍ପାନୀ ଉପରେ ବର୍ତ୍ତମାନ ବୃହତ୍‌ ପରିମାଣର ଋଣ ଭାର ରହିଛି। ଏହାକୁ ଧ୍ୟାନରେ ରଖି ସରକାର ୨ଟି ବିକଳ୍ପ ମଧ୍ୟରୁ କୌଣସି ଗୋଟିଏକୁ ଗ୍ରହଣ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ରାଜ୍ୟ ସଭାରେ ଏୟାରକ୍ରାଫ୍ଟ ସଂଶୋଧନ ବିଲ୍‌ ପାସ୍‌ ହେବା ଆଗରୁ ପୁରୀ କମ୍ପାନୀର ଘରୋଇକରଣକୁ ନେଇ କହିଛନ୍ତି ଯେ, ସରକାର ଯଦି ସହାୟତା ଦେବେ ଏୟାର ଇଣ୍ଡିଆ ଚାଲିପାରିବ। ମାତ୍ର ବିମାନ କମ୍ପାନୀ ବର୍ତ୍ତମାନ ୬୦ ହଜାର କୋଟି ଋଣ ଭାର ସହ ଚାଲୁଛି, ଯାହକୁ ବହନ କରିବା କଷ୍ଟକର ବ୍ୟାପାର। ଏଣୁ ଏହାର ଘରୋଇକରଣ ଏବଂ ବନ୍ଦ ଭଳି ୨ଟି ବିକଳ୍ପ ସରକାରଙ୍କ ସାମ୍ନାରେ ରହିଛି। ଏୟାର ଇଣ୍ଡିଆକୁ ନୂଆ ପରିଚାଳନା ସଂସ୍ଥା ମିଳିବା ସହ ଘରୋଇକରଣ ନେଇ ଆଶାବାଦୀ ରହିଥିବା ପୁରୀ ମତ ରଖିଛନ୍ତି।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଘରୋଇକରଣ ଲାଗି ସରକାରୀ ପ୍ରକ୍ରିୟା ଜାରି ରହିଛି। ବିମାନ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ ନ କରି ଏହାକୁ ଘରୋଇକରଣ କରାଯିବା ଉପରେ ସରକାର ଫୋକସ କରିଛନ୍ତି। ଏ ନେଇ ପ୍ରକ୍ରିୟା ଜାରି ରହିଛି। ଏକ ଯୋଗ୍ୟ ବିଡର ସନ୍ଧାନରେ ସରକାର ରହିଥିବା ଜଣାପଡିଛି। ଅପରପକ୍ଷରେ ରାଜ୍ୟ ସଭା ଏୟାରକ୍ରାଫ୍ଟ ସଂଶୋଧନ ବିଲ୍‌ ୨୦୨୦କୁ ପାସ୍‌ ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ଲୋକସଭା ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା। ଏହାଦ୍ୱାରା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ), ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ(ବିସିଏଏସ୍‌), ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ(ଏଏଆଇବି) ଭଳି ଏଜେନ୍ସିଗୁଡିକ ବୈଧାନିକ ସଂସ୍ଥା ଭାବେ ରୂପାନ୍ତରିତ କରାଯିବାର ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଫିକା ପଡିବ ନୂଆବର୍ଷ ସେଲିବ୍ରେଶନ: Swiggy-Zomato ଭଳି ଅନେକ ଆପ୍‌ରେ ହେବନି ଡେଲିଭରି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୯।୧୨: ଯେଉଁମାନେ ବନ୍ଧୁ ଏବଂ ପରିବାର ସହିତ ଘରେ ନୂଆବର୍ଷ ପାଳନ କରିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଯଦି ଆପଣ...

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri