ଏସ୍‌ବିଆଇ ଓଟିପି ଭିତ୍ତିକ ଉଠାଣ ୨୪ ଘଣ୍ଟିଆ ହେଲା

ଭୁବନେଶ୍ୱର, ୧୬।୯ : ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ଓଟିପି ଭିତ୍ତିକ ଏଟିଏମ୍‌ ଉଠାଣ ବ୍ୟବସ୍ଥାକୁ ଚବିଶ ଘଣ୍ଟିଆ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୧୮ରୁ ଲୋକମାନେ ଏହି ସେବା ଲାଭ କରିପାରିବେ। ୨୦୨୦ ଜାନୁୟାରୀ ପହିଲାରୁ ଏଟିଏମ୍‌ରୁ ଟଙ୍କା ଉଠାଣକୁ ସୁରକ୍ଷିତ କରିବା ଲାଗି ବ୍ୟାଙ୍କ ଓଟିପି ଭିତ୍ତିକ ଉଠାଣ ସେବା ରାତି ୮ ରୁ ସକାଳ ୮ ଯାଏ କାର୍ଯ୍ୟକାରୀ କରାଇଥିଲା। ୧୦ ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟର ଟଙ୍କା ଉଠାଣ ଉପରେ ଫୋନକୁ ଏକ ଓଟିପି ଆସୁଥିଲା। ଏଟିଏମ୍‌ ଉଠାଣ ଠକେଇ ଓ ଅନ୍ୟ ସମସ୍ୟାରୁ ସୁରକ୍ଷା ପାଇଁ ବ୍ୟାଙ୍କ ଏଭଳି ଏକ ବ୍ୟବସ୍ଥାକୁ ଗ୍ରହଣ କରିଛି। ଓଟିପି ସେବା ଜରିଆରେ ଗ୍ରାହକଙ୍କୁ ସୁରକ୍ଷା ଓ ଠକେଇରୁ ମୁକ୍ତି ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୧୮ ସେପ୍ଟେମ୍ବରରୁ କଡ଼ାକଡ଼ି ଭାବରେ ବ୍ୟାଙ୍କର ଏଟିଏମ୍‌ରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଉଠାଣ ସମୟରେ ପ୍ରଥମ ଗ୍ରାହକଙ୍କ ଖାତା ଆଧାରିତ ଫୋନ ନମ୍ବରକୁ ଏକ ଓଟିପି ଆସିିବ। ଉକ୍ତ ନମ୍ବରକୁ ବ୍ୟବହାର କରାଯିବା ପରେ ଟଙ୍କା ଉଠାଣ ହୋଇପାରିବ। ଏହା ଫଳରେ ସୁରକ୍ଷିତ ବ୍ୟାଙ୍କିଙ୍ଗ୍‌ ସେବା ସହ ଠକେଇରୁ ରକ୍ଷା ପାଇହେବ। ଏ ସମ୍ପର୍କରେ ବ୍ୟାଙ୍କର ରିଟେଲ ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ର ନିର୍ଦ୍ଦେଶକ ସି.ଏସ୍‌. ସେଟ୍ଟୀ କହିଛନ୍ତି, ଗ୍ରାହକଙ୍କ ସୁରକ୍ଷାକୁ ବ୍ୟାଙ୍କ ସର୍ବଦା ଗୁରୁତ୍ୱ ଦେଇଛି। ବିଭିନ୍ନ ସମୟରେ ଏଟିଏମ୍‌ ଉଠାଣରେ ଠକେଇ ଘଟଣାକୁ ଆଖି ଆଗରେ ରଖି ଏହି ନୂତନ ସେବାର ବିକଶିତ କରାଯାଇଛି। ଭିନ୍ନ ଢଙ୍ଗରେ ଏଟିଏମ୍‌ ଉଠାଣ ଘଟଣାରୁ ଗ୍ରାହକଙ୍କୁ ସୁରକ୍ଷିତ ପ୍ରଦାନ କରାଯାଇପାରିବ। ଏହି ୨୪ ଘଣ୍ଟିଆ ସେବା ଫଳରେ ଗ୍ରାହକମାନେ ମଧ୍ୟ ଉପଯୁକ୍ତ ବ୍ୟାଙ୍କ ବ୍ୟବସ୍ଥା ସହ ସୁରକ୍ଷିତ ଟଙ୍କା ଉଠାଣର ଲାଭ ଉଠାଇପାରିବେ ବୋଲି ସେ ଆଶା କରିଛନ୍ତି। ନିରନ୍ତର ସେବା ପାଇବା ଲାଗି ଫୋନ୍‌ ନମ୍ବରକୁ ଅପ୍‌ଡେଟ କରାଇନେବା ଲାଗି ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ. ପ୍ରସନ୍ନ ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯ା୯: ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ତାମିଲନାଡୁର ନେଭେଲିସ୍ଥିତ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର କର୍ପୋରେଟ କାର୍ଯ୍ୟାଳୟ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରାୟ…

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏହି ଡକ୍ୟୁମେଣ୍ଟ ନ ଥିଲେ କଟିଯିବ…

ନୂଆଦିଲ୍‌ଲୀ,୧୮।୯: ଯଦି ଆପଣ ଏକ ନୂଆ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି କିମ୍ୱା ପୁରୁଣା କାର୍ଡରେ କୌଣସି ସଦସ୍ୟଙ୍କ ନାମ ଯୋଡ଼ିବା କିମ୍ୱା ହଟାଇବା ବିଷୟରେ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ପାର୍ବଣ ପୂର୍ବରୁ ବଡ଼ ଖବର: ଶସ୍ତା ହେବ ଖାଇବା ତେଲ! ଆମଦାନୀ ଶୁଳ୍କ କମାଇବାକୁ ସରକାରଙ୍କ…

ନୂଆଦିଲ୍ଲୀ,୧୭।୯: ଦେଶରେ ବୃଦ୍ଧି ପାଉଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଆଗାମୀ ପାର୍ବଣ ଋତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?