ଘରୋଇକରଣ ନତୁବା ବନ୍ଦ ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ, ୧୬।୯ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଲାଗି ସରକାରଙ୍କ ସାମ୍ନାରେ ୨ଟି ବିକଳ୍ପ ରହିଛି। ଏହି ବିମାନ କମ୍ପାନୀକୁ ସରକାର ଘରୋଇକରଣ କରିବେ ନ ହେଲେ ସମ୍ପୂର୍ଣ୍ଣ ବନ୍ଦ କରିଦେବେ। କମ୍ପାନୀ ଉପରେ ବର୍ତ୍ତମାନ ବୃହତ୍‌ ପରିମାଣର ଋଣ ଭାର ରହିଛି। ଏହାକୁ ଧ୍ୟାନରେ ରଖି ସରକାର ୨ଟି ବିକଳ୍ପ ମଧ୍ୟରୁ କୌଣସି ଗୋଟିଏକୁ ଗ୍ରହଣ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର ସୂଚନା ଦେଇଛନ୍ତି।
ରାଜ୍ୟ ସଭାରେ ଏୟାରକ୍ରାଫ୍ଟ ସଂଶୋଧନ ବିଲ୍‌ ପାସ୍‌ ହେବା ଆଗରୁ ପୁରୀ କମ୍ପାନୀର ଘରୋଇକରଣକୁ ନେଇ କହିଛନ୍ତି ଯେ, ସରକାର ଯଦି ସହାୟତା ଦେବେ ଏୟାର ଇଣ୍ଡିଆ ଚାଲିପାରିବ। ମାତ୍ର ବିମାନ କମ୍ପାନୀ ବର୍ତ୍ତମାନ ୬୦ ହଜାର କୋଟି ଋଣ ଭାର ସହ ଚାଲୁଛି, ଯାହକୁ ବହନ କରିବା କଷ୍ଟକର ବ୍ୟାପାର। ଏଣୁ ଏହାର ଘରୋଇକରଣ ଏବଂ ବନ୍ଦ ଭଳି ୨ଟି ବିକଳ୍ପ ସରକାରଙ୍କ ସାମ୍ନାରେ ରହିଛି। ଏୟାର ଇଣ୍ଡିଆକୁ ନୂଆ ପରିଚାଳନା ସଂସ୍ଥା ମିଳିବା ସହ ଘରୋଇକରଣ ନେଇ ଆଶାବାଦୀ ରହିଥିବା ପୁରୀ ମତ ରଖିଛନ୍ତି।
ସୂଚନାଯୋଗ୍ୟ, ଏୟାର ଇଣ୍ଡିଆର ଘରୋଇକରଣ ଲାଗି ସରକାରୀ ପ୍ରକ୍ରିୟା ଜାରି ରହିଛି। ବିମାନ କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ ନ କରି ଏହାକୁ ଘରୋଇକରଣ କରାଯିବା ଉପରେ ସରକାର ଫୋକସ କରିଛନ୍ତି। ଏ ନେଇ ପ୍ରକ୍ରିୟା ଜାରି ରହିଛି। ଏକ ଯୋଗ୍ୟ ବିଡର ସନ୍ଧାନରେ ସରକାର ରହିଥିବା ଜଣାପଡିଛି। ଅପରପକ୍ଷରେ ରାଜ୍ୟ ସଭା ଏୟାରକ୍ରାଫ୍ଟ ସଂଶୋଧନ ବିଲ୍‌ ୨୦୨୦କୁ ପାସ୍‌ ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ଲୋକସଭା ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା। ଏହାଦ୍ୱାରା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ), ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ(ବିସିଏଏସ୍‌), ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ(ଏଏଆଇବି) ଭଳି ଏଜେନ୍ସିଗୁଡିକ ବୈଧାନିକ ସଂସ୍ଥା ଭାବେ ରୂପାନ୍ତରିତ କରାଯିବାର ଯୋଜନା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲାଗୁ ହେଉ ସମ୍ପତ୍ତି ଟିକସ: ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ, ୨୯- ୧ : ବର୍ତ୍ତମାନ ଲୋକଙ୍କ ମଧ୍ୟରେ ରହିଥିବା ଅସମାନତାକୁ ବିଚାର କରି ଭାରତ ଆଗାମୀ ସାଧାରଣ ବଜେଟରେ ସମ୍ପତ୍ତି ଟିକସ ଲାଗୁ କରିବାର...

ଭାରତୀୟ କମ୍ପାନୀରେ ଅଂଶଧନ କିଣୁଛି ଚାଇନା ବ୍ୟାଙ୍କ

ମୁମ୍ବାଇ,୮।୭ : ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଭାରତରେ ଚାଇନା...

୩୧ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୨୦-୧: ୟୁନାଇଟେଡ୍‌ ଫୋରମ ଫର ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଆସନ୍ତା ମାସ ୩୧ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁଏଫ୍‌ବିୟୁ ମଧ୍ୟରେ ୯ ଶ୍ରମିକ...

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସାରା ବିଶ୍ୱର ବାଣିଜ୍ୟ କାରବାରକୁ ବହୁ ହାରରେ କ୍ଷତି ପହଞ୍ଚାଇଛି। ଏଥିଯୋଗୁ କମ୍ପାନୀଗୁଡିକ ଦେବାଳିଆ ହେବା ସହ ବୃହତ୍‌ ହାରରେ ଅନାଦାୟ...

ନିରନ୍ତର ଇନ୍ଧନ ଯୋଗାଣ ଜାରି ରଖିଛି ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ,୩୦। ୩ : ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଇନ୍ଧନ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ଉପୁଯେ ସେ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୫-୬: ବୁଧବାର ଇଦଉଲଫିତର ପଡୁ ଥିବାରୁ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦଶ, ଚଣ୍ଡୀଗଡ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା,ଉତ୍ତରପ୍ରଦେଶ ଏବଂ...

ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ହଟିଲା

ନୂଆଦିଲ୍ଲୀ,୧୪-୯: ଭାରତୀୟ ରେଲଓ୍ବେ ଯାତ୍ରୀଙ୍କୁ ଆଶ୍ୱସ୍ତ କରି ପ୍ରିମିୟମ ହମ୍‌ସଫର ଏକ୍ସପ୍ରେସରୁ ଫ୍ଲେକ୍ସିଫେୟାର ଭଡ଼ା ଯୋଜନାକୁ ହଟାଇ ଦେଇଛି। ଏଥିସହିତ ଏହି ଗାଡ଼ିରେ ସ୍ଲିପର କୋଚ୍‌...

ବିଓଆଇ ଅଫିସର୍ସ ଆସୋସିଏଶନ ପକ୍ଷରୁ ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏଶନ ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଷତିଗ୍ରସ୍ତଙ୍କୁ ତାର୍ପୋଲିନ, ମଶାରୀ, ସୋଲାର...

Coronavirus Update


Archives

Model This Week

Why Dharitri