Posted inଜାତୀୟ

ଗୁଜରାଟରେ ନିର୍ମାଣ ହେବ ବାୟୁସେନାର ପରିବହନ ବିମାନ

ଭଦୋଦରା, ୩୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ଭଦୋଦରାରେ ଏୟାରବସ୍‌, ଟାଟା କନର୍ସୋଟିୟମ ଅଫ୍‌ ଟାଟା ଆଡଭାନ୍ସଡ ସିଷ୍ଟମ ଲିଃ (ଟିଏଏସ୍‌ଏଲ୍‌) ଏବଂ ଟିଏଏସ୍‌ଏଲ୍‌ ନେତୃତ୍ୱରେ ଟାଟା କନ୍ସଲ୍‌ଟାଣ୍ଟ ସର୍ଭିସ୍‌ (ଟିସିଏସ୍‌)ର ମିଳିତ ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି। ଏଥିରେ ଦେଶର ପ୍ରଥମ ସାମରିକ ପରିବହନ ଏୟାରକ୍ରାଫ୍ଟ ସି-୨୯୫ ଉତ୍ପାଦନ ୟୁନିଟ୍‌ ମଧ୍ୟ ରହିଛି। ପ୍ରଥମ କରି ୟୁରୋପ ବାହାରେ ଏବଂ କୌଣସି ଘରୋଇ କମ୍ପାନୀ ଦ୍ୱାରା ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ ହେବାକୁ ଯାଉଛି। ଏହି ପ୍ରୋଜେକ୍ଟ ପାଇଁ ୨୧,୯୩୫ କୋଟି ଟଙ୍କା ବଜେଟ ରହିଛି।

ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଉତ୍ପାଦନ କେବଳ ଦେଶର ବାୟୁସେନାର ଶକ୍ତି ବୃଦ୍ଧି କରିବ ନାହିଁ, ଏହି ବିମାନ ନିର୍ମାଣର ଏକ ନୂଆ ଇକୋସିଷ୍ଟମ ସୃଷ୍ଟି କରିବ। ଖୁବଶୀଘ୍ର ଭାରତ ଯାତ୍ରୀବାହୀ ବିମାନ ମଧ୍ୟ ନିର୍ମାଣ କରିବ ଯେଉଁଥିରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଟ୍ୟାଗ୍‌ ରହିବ। ଏବେ ଭାରତ ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି କରୁଛି। ଆସନ୍ତା ୧୦ରୁ ୧୫ ବର୍ଷରେ ଭାରତ ୨ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଏବଂ କାର୍ଗୋ ଏୟାରକ୍ରାଫ୍ଟ ଆବଶ୍ୟକ କରିବ। ଆମେ କେତେ ଦ୍ରୁତଗତିରେ ବିକାଶ କରୁଛୁ ତାହା ଏଥିରୁ ପ୍ରତିଫଳିତ ହେଉଛି ବୋଲି ମୋଦି କହିଥିଲେ। ଉକ୍ତ ପ୍ରୋଜେକ୍ଟରେ ୭ ରାଜ୍ୟର ଶହେରୁ ଅଧିକ ଅଣୁ, କ୍ଷୁଦ୍ର ଏବ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଯୋଡ଼ିହେବେ। ୨୦୨୬ ସେପ୍ଟେମ୍ବରରେ ଭାରତରେ ପ୍ରଥମ ବିମାନ ନିର୍ମାଣ ଶେଷ ହୋଇସାରିଥିବ ବୋଲି କୁହାଯାଇଛି। ୨୦୩୧ ଅଗଷ୍ଟ ସୁଦ୍ଧା ଆଉ ୩୯ଟି ନିର୍ମାଣ ସରିବ। ପ୍ରତିବର୍ଷ ଏହି ୟୁନିଟ୍‌ରୁ ୮ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ସି-୨୯୫ର ବିଶେଷତ୍ୱ

ସ୍ପେନ୍‌ର କନ୍‌ଷ୍ଟ୍ରକିଓନେସ୍‌ ଏରୋନଟିକ୍ସ ଏସ୍‌ଏ କମ୍ପାନୀ ପ୍ରଥମେ ସି-୨୯୫ ବିମାନ ନିର୍ମାଣ କରିଥିଲା। ଏହି କମ୍ପାନୀ ଏବେ ଏୟାରବସ୍‌ର ଅଂଶ ଏବଂ ସ୍ପେନ୍‌ରେ ଥିବା ଏୟାରବସ୍‌ ପ୍ଲାଣ୍ଟ୍‌ରେ ସି-୨୯୫ ବିମାନ ନିର୍ମାଣ ହେଉଛି। ୨୦୨୧ ସେପ୍ଟେମ୍ବରରେ ଭାରତ ଏୟାରବସ୍‌ ଡିଫେନ୍ସ ଏବଂ ସ୍ପେସ୍‌ ସହ ୨୧,୯୩୫ କୋଟି ଟଙ୍କାରେ ୫୬ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଚୁକ୍ତି କରିଥିଲା। ସି-୨୯୫ ବିମାନକୁ ଆଉ ୩୪ଟି ଦେଶ ମଧ୍ୟ ବ୍ୟବହାର କରିଥାନ୍ତି। ଏହି ଏୟାରକ୍ରାଫ୍ଟ ଘଣ୍ଟାପ୍ରତି ୪୮୦ କିଲୋମିଟର ବେଗରେ ଉଡ଼ିପାରିବ। ଏଥିରେ ଏକସଙ୍ଗରେ ୭୧ ଯାତ୍ରୀ କିମ୍ବା ୪୪ ପାରାଟ୍ରୁପର୍ସ କିମ୍ବା ୨୪ ସ୍କେଚର୍ସ ଯାଇପାରିବେ। ଏହା ୫ରୁ ୧୦ ଟନ୍‌ ଓଜନ ପରିବହନ କରିପାରିବ। ଏହା ଶର୍ଟ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ମଧ୍ୟ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?