Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ, ତାଙ୍କୁ ଆଶୀର୍ବାଦ ମିଳିବ: ରବର୍ଟ ଭଦ୍ରା

ଅହମଦନଗର,୩୧ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମି ତଥା ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁଳନା ସାଇବାବାଙ୍କ ସହ କରିଛନ୍ତି । ଏହାସହ ଭାରତ ଯୋଡୋ ଯାତ୍ରାର ଖୋଲା ଖୋଲି ପ୍ରଶଂସା କରିଛନ୍ତି । ରବର୍ଟ ଭଦ୍ରା କହିଛନ୍ତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପରେ ଦେଶରେ ପରିବର୍ତ୍ତନ ଦେଖିବାକୁ ମିଳିବ । କାରଣ ଏହି ଯାତ୍ରାରେ ହଜାର ହଜାର ଲୋକ ଯୋଡି ହେଉଥବା ବେଳେ ତାଙ୍କୁ(ରାହୁଲ) ଭବିଷ୍ୟତର ଆଶା ଭାବେ ଦେଖୁଛନ୍ତି ।
ସୂଚନାଯୋଗ୍ୟ, ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ମହାରାଷ୍ଟ୍ରର ଅହମଦନଗର ଜିଲାର ଶିରିଡି ସହରରେ ଥିବା ପ୍ରସିଦ୍ଧ ସାଇବାବାଙ୍କ ମନ୍ଦିର ଦର୍ଶନ ଓ ପୂଜା ପାଇଁ ପହଞ୍ଚିଥିଲେ । ସେଠାରେ ସେ କହିଥିଲେ ରାହୁଲ ଗାନ୍ଧୀଙ୍କ ଭାବନା ଆଧ୍ୟାତ୍ମିକ ନେତା(ସାଇବାବା)ଙ୍କ ଭଳି, ଯିଏ ଏକତାର ପ୍ରଚାର କରିଥିଲେ । ଭଦ୍ରା ଆହୁରି ମଧ୍ୟ କହିଥିଲେ, ବର୍ତ୍ତମାନ ଦେଶ ସଙ୍କଟର ସାମ୍ନା କରୁଛି, ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ । ଆଶା କରୁଛୁ ତାଙ୍କୁ ସାଇବାବାଙ୍କ ଆଶୀର୍ବାଦ ମିଳିବ । ଭାରତ ଯୋଡୋ ଯାତ୍ରାକୁ ନେଇ ଭଦ୍ରା କହିଛନ୍ତି, ରାହୁଲ ବହୁ ସ୍ଥାନ ଯାଉଛନ୍ତି ବହୁ ଲୋକଙ୍କ ସହ ମିଶୁଛନ୍ତି । ଏହାଦ୍ୱାରା ଭବିଷ୍ୟତରେ ପରିବର୍ତ୍ତନ ଆସିବ । କାରଣ ରାହୁଲ ଗାନ୍ଧୀ ଜନତାଙ୍କ ପାଇଁ ନୂଆ ଆଶା ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri