ମତ୍ସ୍ୟ ଚାଷ ପ୍ରତି ଆଗ୍ରହ ବୃଦ୍ଧି ଲକ୍ଷ୍ୟ: ମାଛ ବଞ୍ଚାଇବାର ଉପାୟ ଶିଖିଲେ ଚାଷୀ

ଦାରିଙ୍ଗବାଡି, ୯।୧୦ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବିଭିନ୍ନ ଚାଷ ସମ୍ପର୍କରେ ଚାଷୀର ଅନୁଭୂତି ରହିଥିଲେ ମଧ୍ୟ ମତ୍ସ ଚାଷୀଙ୍କ ଦକ୍ଷତା ବା ଅନୁଭୂତି ନ ଥିବାରୁ ଚାଷୀ ଏହି ଚାଷ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଏହି ଚାଷ କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରନ୍ତି ନାହିଁ ଏହାକୁ ସଶକ୍ତ କରିବା ଓ ଚାଷ ସମ୍ପର୍କରେ ଚାଷୀଙ୍କୁ ଶିକ୍ଷା ପ୍ରଦାନ କରାଗଲେ ନିହାତି ଏହି ଚାଷ କରିବାକୁ ମାଛ ଚାଷୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ ଏବଂ ଏହିଚାଷ ବୃଦ୍ଧି ହୋଇପାରିବ। ଏହାକୁ ଲୋକାଭିମୁଖୀ କରିବାକୁ ସ୍ଥାନୀୟ ଜାଗୃତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ସଭାଗୃହ ପରିସର ମଧ୍ୟରେ କୃଷି ଉତ୍ପାଦକ କ୍ଲଷ୍ଟର ପ୍ରକଳ୍ପ ମାଧ୍ୟମରେ ମିଶନ ଶକ୍ତି ମହିଳାମାନଙ୍କୁ ଏବଂ ଅନ୍ୟ ଚାଷୀଙ୍କୁ ମାଛ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ଏହାକୁ ଅନୁଷ୍ଠାନର କ୍ଲଷ୍ଟରର କାର୍ଯ୍ୟକ୍ରମ ଅଧିକାରୀ ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିବିରର ପ୍ରାୟ ୩୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ଉନ୍ନତ ମାନର ମାଛ ଚାଷ କରିବାକୁ ତାଲିମ ପ୍ରଦାନ କରାଯାଇଛି। ଏଥିପାଇଁ ଉନ୍ନତ ମାନର ଚାଷ ପାଇଁ ଆବଶ୍ୟକ। ପୋଖରୀଚୟନ ସହ ପୋଖରୀର ବିଶୁଦ୍ଧ କାରଣ, ଯାଆଁଳା ଚୟନ, ସେମାନଙ୍କୁ ଖାଦ୍ୟ ପ୍ରଦାନ, ମାଛ ରୋଗ ଚିହ୍ନଟ ଓ ନିରାକାରଣ, ସେମାନଙ୍କୁ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ ପ୍ରଦାନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ସେହିପରି କେଉଁ କିସମର ମାଛ କୁ ଚୟନ କରାଯିବ ବିଶେଷ କରି ରୋହି, ଭାକୁର, ମିରିକାଲି କିସମ ମାଛ ଚାଷ କରିବାକୁ ଓ ସେମାନଙ୍କୁ କିଭକି ବଞ୍ଚିବ ସେନେଇ ସମ୍ପୂର୍ଣ୍ଣ ତାଲିମ ଦିଆଯାଇଥିଲା। ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଚାଷୀଙ୍କୁ ମତ୍ସ ଚାଷୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଦେବଗଡ଼ ଜିଲାରୁ ଆସିଥିବା ମିଶନଶକ୍ତିର ମହିଳାମାନେ ମଧ୍ୟ ଏହି ତାଲିମରେ ଯୋଗଦାନ କରିଥିଲେ।

ଏଥିରେ ତାଲିମଦାତା ଭାବେ ସଞ୍ଜୀବ ବେହେରା ତାଲିମ ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏଗ୍ରିକଲଚର ଏକ୍ସପର୍ଟ ଚନ୍ଦନ ଦିଗାଲ,ଆଞ୍ଚଳିକ ସଂଯୋଜକ ଆନନ୍ଦ ଦିଗାଲ, ପ୍ରବୀଣ ମହାପାତ୍ର, ତପସ୍ବିନୀ ପ୍ରଧାନ, ସଞ୍ଜୟ ପ୍ରଧାନ, ପ୍ରମୋଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ।

 

Dharitri — Odisha’s Most Trusted Odia Newspaper

 


Enter your email to get our daily news in your inbox.

All Right Reserved By Dharitri.Com

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri