Posted inଜାତୀୟ

ମାତ୍ର ୯୦ ସେକେଣ୍ଡ୍‌ରେ ଗର୍ଭସ୍ଥ ଶିଶୁର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ବିରଳ ଅସ୍ତ୍ରୋପଚାର ହୋଇଛି। ମହିଳାଙ୍କ ଗର୍ଭରେ ବଢୁଥିବା ଗର୍ଭସ୍ଥ ଶିଶୁର ହୃଦପିଣ୍ଡ ମାତ୍ର ୯୦ ସେକେଣ୍ଡରେ ସଫଳ ଅପରେଶନ ହୋଇଛି। ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗର ଏକ ବିଶେଷଜ୍ଞ ଟିମ୍‌ ଏହି ପ୍ରକ୍ରିୟାକୁ ସଫଳ କରିଛନ୍ତି। ଏବେ ମା’ ଏବଂ ଜନ୍ମିତ ହେବାକୁ ଥିବା ଶିଶୁର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି।
ସୂଚନାଯୋଗ୍ୟ, ଦିଲ୍ଲୀ ଏମ୍ସରେ ୨୮ ବର୍ଷୀୟା ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଆସିଥିଲେ। ପରୀକ୍ଷା ସମୟରେ ଜଣାପଡିଥିଲା ମହିଳାଙ୍କ ଗର୍ଭରେ ବଢୁଥିବା ଶିଶୁଟିର ହୃତପିଣ୍ଡ ନାହିଁ। ତେଣୁ ଶିଶୁର ହୃଦପିଣ୍ଡ ଅସ୍ତ୍ରୋପଚାର କରିବାକୁ ପଡିବ, ନ ହେଲେ ଶିଶୁଟି ବିନା ହୃତପିଣ୍ଡରେ ଜନ୍ମ ନେବ। ଏନେଇ ତାଙ୍କ ମାତାପିତାଙ୍କୁ ପ୍ରଥମେ ପଚରାଯାଇଥିଲା। ସେମାନେ ରାଜି ହେବା ପରେ ଏମ୍ସସ୍ଥିତ କାର୍ଡିଓଥୋରାସିକ୍‌ ସାଇନ୍ସ ସେଣ୍ଟରରେ କରାଯାଇଥିଲା। ଏକ କ୍ଷୁଦ୍ର ଅଙ୍ଗୁର ଆକାରର ହାର୍ଟ ବେଲୁନ ଡାଏଲେସସନ୍‌ କରାଯାଇଥିଲା। ଅଲ୍‌ଟ୍ରାସାଉଣ୍ଡ୍‌ ମାଧ୍ୟମରେ ଏହି ସମସ୍ତ ପ୍ରକ୍ରିୟା ୯୦ ସେକେଣ୍ଡ ମଧ୍ୟରେ କରାଯାଇଥିଲା। ପ୍ରଥମେ ମା’ ପେଟ ଦେଇ ଏକ ଛୁଞ୍ଚି ପ୍ରବେଶ କରାଯାଇ ଏକ ବେଲୁନ କ୍ୟାଥେର୍‌ ମାଧ୍ୟମରେ ଭଲବଠାରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିଲା। ଏହାପରେ ଗର୍ଭସ୍ଥ ଶିଶୁ ହୃତପିଣ୍ଡରେ ରକ୍ତ ପ୍ରବାହ ସ୍ବାଭାବିକ ହୋଇଥିଲା। ହୃଦ୍‌ରୋଗ ଏବଂ ହୃଦ୍‌ରୋଗ ଆନାସ୍ଥେସିଆ ବିଭାଗର ଡାକ୍ତରମାନେ ଗର୍ଭସ୍ଥ ଶିଶୁର ଚିକିତ୍ସା ଉପରେ ନଜର ରଖିଛନ୍ତି। ଭ୍ରୁଣର ହୃଦୟ ଚାମ୍ବର ଭବିଷ୍ୟତରେ ସଠିକ ଭାବରେ ବିକାଶ ହେବ କି ନାହିଁ ତାହା ଦେଖାଯାଉଛି। ସମ୍ପୃକ୍ତ ମହିଳାଙ୍କ ପୂର୍ବରୁ ୩ଥର ଗର୍ଭପାତ ହୋଇସାରିଥିଲା। ଏବେ ସେ ନିଜ ଶିଶୁକୁ ହରାଇବାକୁ ଚାହୁଁ ନ ଥିଲେ। ସେଥିପାଇଁ ସେ ଅସ୍ତ୍ରୋପଚାର ପାଇଁ ରାଜି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri