ଏଆଇ ନେଉଛି ଚାକିରି

ଖବର ମିଳିଛି ଯେ, ଗତ ମେ’ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଆମେରିକାରେ ୪ ହଜାର ଲୋକଙ୍କୁ ଛଟେଇ କରାଯାଇଛି। ମୁଖ୍ୟତଃ ସ୍ବାସ୍ଥ୍ୟସେବା , ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ କ୍ଷେତ୍ର ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ତେବେ ଉପରଲିଖିତ କ୍ଷେତ୍ରରେ ଏଆଇର ପ୍ରଭାବ ସୀମିତ ରହିବ ନାହିଁ ବରଂ ଏଥିରେ ସବୁ କ୍ଷେତ୍ର ପ୍ରଭାବିତ ହେବେ ଏପରିକି ଡାକ୍ତର, ଡ୍ରାଇଭର ଏବଂ ଅନ୍ୟ ପ୍ରକାରର ବିଭିନ୍ନ ସେବା। ଏଠାରେ ମନେରଖିବାକୁ ହେବ ଯେ, ଭାରତର ଅର୍ଥନୀତି ମୁଖ୍ୟତଃ ସେବା କ୍ଷେତ୍ର ଉପରେ ନିର୍ଭରଶୀଳ।
ପୃଥିବୀରେ ଏଆଇ ବ୍ୟବହାର ଯେତିକି ବୃଦ୍ଧି ପାଇବ କର୍ମଚାରୀଙ୍କ ଚାହିଦା ସେତିକି କମିବ ଅର୍ଥାତ୍‌ ଅଧିକରୁ ଅଧିକ ଲୋକ ନିଯୁକ୍ତି ସୁଯୋଗରୁ ବଞ୍ଚତ୍ିତ ହେବେ। ସବୁଠୁ ବଡ଼ କଥା ହେଉଛି ଯଦି କେହି ଭାବୁଛନ୍ତି ଯେ, ଭାରତରେ ଅନେକ ବର୍ଷ ପରେ ଏଆଇର ପ୍ରଭାବ ଦେଖିବାକୁ ମିଳିବ, ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍‌, ବରଂ ଏହା ଖୁବ୍‌ ଶୀଘ୍ର ଆସିଯିବ। କାରଣ ଭାରତରେ କର୍ମଚାରୀଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ଦକ୍ଷ, ନିଷ୍ଠାପର ଏବଂ ଦୁର୍ନୀତିବିହୀନ ହେବା ଲକ୍ଷ୍ୟରେ ଏଆଇର ପ୍ରଚଳନ, କେହି ପସନ୍ଦ କରୁ ବା ନ କରୁ, ମନକୁ ମନ କାର୍ଯ୍ୟକାରୀ ହେବ। ଭାରତରେ ଆମେ ଦେଖିଛେ କର୍ମଚାରୀମାନେ ନିଜ କାମ ଭଲ ଭାବେ କରନ୍ତି ନାହିଁ। ସମସ୍ତେ ଚାହାନ୍ତି ଠକିବାକୁ। ଅଳ୍ପ ଅଳ୍ପ ଠକିବା, ଗୋଟିଏ ଗୋଟିଏ ଭୁଲ କରିବା ଭଳି ସେମାନଙ୍କ ମାନସିକତାକୁ ଏଆଇ ଦ୍ୱାରା ସହଜରେ ସମ୍ଭାଳିହେବ। ଏଆଇ ଯେତିକି ପ୍ରବେଶ କରିବ ତାହା ଦ୍ୱାରା ଖାମଖିଆଲ କର୍ମଚାରୀ ବଳିପଡ଼ିବା ସୁନିଶ୍ଚିତ। ତେଣୁ ଖବରକାଗଜଠାରୁ ଆରମ୍ଭକରି ସ୍ବାସ୍ଥ୍ୟସେବା, ପରିବହନ, ଫାଇନାନ୍ସ କ୍ଷେତ୍ରରେ ଏଭଳି କର୍ମଚାରୀଙ୍କ ଭୂମିକା ହ୍ରାସ ପାଇବ। ଉଦାହରଣସ୍ବରୂପ ଡାକ୍ତରମାନେ ଭାବନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ମଣିଷ ଜାତି ଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କର ଚାହିଦା ବୃଦ୍ଧିପାଇବ। କିନ୍ତୁ ବିଶ୍ୱର ସବୁ ଡାକ୍ତରୀ ବିଦ୍ୟାକୁ ଏକାଠି କରି ପ୍ରତ୍ୟେକ ରୋଗୀର ଚିକିତ୍ସା କରିପାରୁଥିବାର ସକ୍ଷମତା ରଖିଥିବା ଏଆଇ ଡାକ୍ତରଙ୍କୁ ବି ଅଦରକାରୀ କରିଦେଇପାରେ। ତାଙ୍କ ସ୍ଥାନରେ ଗବେଷକ, ବୈଜ୍ଞାନିକ ଏବଂ ବୈଷୟିକବିତ୍‌ଙ୍କ ଜ୍ଞାନକୁ ନେଇ ଡାକ୍ତରୀ ଚିକିତ୍ସା କରିବାରେ ଏଆଇ ଏବେଠାରୁ ସଫଳତା ପାଇଲାଣି। ଯେତେବେଳେ ମଣିଷର ସ୍ବାସ୍ଥ୍ୟକୁ ମଧ୍ୟ ଏଆଇ ଦ୍ୱାରା ସମ୍ଭାଳି ହେବ ସେତେବେଳେ ଅନ୍ୟ କୌଣସି ସେବା କ୍ଷେତ୍ର ବାଦ ପଡ଼ିବ ବୋଲି ଭାବିବା ବୋକାମୀ।
ବିଶ୍ୱ ଦୃଶ୍ୟପଟରେ ଏଆଇର ପ୍ରଭାବକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ,ଏହି ନୂଆ ବୈଷୟିକ ନୂତନତ୍ୱ ମାନବତା ପ୍ରତି ବିପଦ ଆଣିବାର ସମ୍ଭାବନା ଅଧିକ। ଏପରିକି ଚାଟ୍‌ଜିପିଟି ସୃଷ୍ଟି କରିଥିବା ଓପନ୍‌ଏଆଇର ବସ୍‌ ସାମ୍‌ ଅଲ୍ଟମ୍ୟାନ ଏଆଇକୁ ଏବେ ଏକ ବିପଦ ଭାବେ ଦେଖିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କଙ୍କ ସମେତ ଅନ୍ୟ କେତେଜଣ ବିଶେଷଜ୍ଞ ମଧ୍ୟ ଅତ୍ୟାଧୁନିକ ଏଆଇ ବିକାଶକୁ ୬ ମାସ ଅଟକାଇବା ଲାଗି କହିଛନ୍ତି, ଯାହା ଫଳରେ ଏହାର ସୁରକ୍ଷିତ ଅଗ୍ରଗତି ଉପରେ ନେତୃବର୍ଗ ବିଚାର କରିପାରିବେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଅତ୍ୟାଧୁନିକ ଗବେଷଣାର କାର୍ଯ୍ୟକାରିତାକୁ ବନ୍ଦ କରିବାର କ୍ଷମତା କାହା ପାଖରେ ନାହିଁ। ତେବେ ଆଶଙ୍କା ମଧ୍ୟରେ ଏଆଇର ନକାରାତ୍ମକ ପ୍ରଭାବକୁ ପ୍ରତିପାଦିତ କରିଛି ଏବେକାର ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ୍‌ କ୍ରିଷ୍ଟମାସର ମାସିକ ରିପୋର୍ଟ ଯାହା ଆମେରିକାରେ ପାଖାପାଖି ୪ ହଜାର ଲୋକ ଛଟେଇ ହୋଇଥିବା ଦର୍ଶାଇଛି। ଏହା ବ୍ୟତୀତ ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ କରିବା ଲାଗି ଅତ୍ୟାଧୁନିକ ଏଆଇ ଚାଟ୍‌ଜିପିଟିର ବହୁଳ ବ୍ୟବହାର ଶ୍ରମ ବଜାରକୁ କ୍ରମଶଃ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗଣମାଧ୍ୟମ କ୍ଷେତ୍ରରେ ଏହାର ପ୍ରଭାବ ଅତ୍ୟଧିକ ପଡ଼ିବ। ଉଦାହରଣସ୍ବରୂପ, ଆମେରିକାନ ମିଡିଆ କମ୍ପାନୀ ସିଏନ୍‌ଇଟି ଏଆଇ ବ୍ୟବହାର କରିବା ପରେ କେତେଜଣ କର୍ମଚାରୀଙ୍କ ଛଟେଇ ଆରମ୍ଭ କଲାଣି। ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଏବେ ପ୍ରାୟ ୩୦ କୋଟି ପୂର୍ଣ୍ଣକାଳୀକ କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି ଗୋଲ୍ଡମ୍ୟାନ ସାକ୍ସ ପୂର୍ବାନୁମାନ କରିଛି।
ଯେତେବେଳ ଏଆଇର ବହୁଳ ବ୍ୟବହାର ଆରମ୍ଭ ହୋଇଯିବ ସେତେବେଳେ ସମାଜ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପଡ଼ିପାରେ। କାରଣ, ଅନେକ ସୁସ୍ଥ ସବଳ ଲୋକଙ୍କ ପାଇଁ କାର୍ଯ୍ୟ କରିବାର ସମ୍ଭାବନା ରହିିବ ନାହିଁ। ଏହାଦ୍ୱାରା ଅସ୍ଥିରତା ବୃଦ୍ଧିପାଇବାର ସମ୍ଭାବନା ଦେଖାଦେଇପାରେ। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ଗୋଟିଏ ପଟେ ସେବା କ୍ଷେତ୍ରକୁ ଅତ୍ୟନ୍ତ ଉଚ୍ଚ୍‌କୁ ନେଇଯିବ, ଅନ୍ୟପଟେ ଘରୋଇ କମ୍ପାନୀ ଏବଂ ସରକାରଙ୍କୁ ଉଚ୍ଚକୋଟୀର ଲାଭଦାୟକ କରାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri