ଏଆଇ ନେଉଛି ଚାକିରି

ଖବର ମିଳିଛି ଯେ, ଗତ ମେ’ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଆମେରିକାରେ ୪ ହଜାର ଲୋକଙ୍କୁ ଛଟେଇ କରାଯାଇଛି। ମୁଖ୍ୟତଃ ସ୍ବାସ୍ଥ୍ୟସେବା , ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ କ୍ଷେତ୍ର ଏପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ତେବେ ଉପରଲିଖିତ କ୍ଷେତ୍ରରେ ଏଆଇର ପ୍ରଭାବ ସୀମିତ ରହିବ ନାହିଁ ବରଂ ଏଥିରେ ସବୁ କ୍ଷେତ୍ର ପ୍ରଭାବିତ ହେବେ ଏପରିକି ଡାକ୍ତର, ଡ୍ରାଇଭର ଏବଂ ଅନ୍ୟ ପ୍ରକାରର ବିଭିନ୍ନ ସେବା। ଏଠାରେ ମନେରଖିବାକୁ ହେବ ଯେ, ଭାରତର ଅର୍ଥନୀତି ମୁଖ୍ୟତଃ ସେବା କ୍ଷେତ୍ର ଉପରେ ନିର୍ଭରଶୀଳ।
ପୃଥିବୀରେ ଏଆଇ ବ୍ୟବହାର ଯେତିକି ବୃଦ୍ଧି ପାଇବ କର୍ମଚାରୀଙ୍କ ଚାହିଦା ସେତିକି କମିବ ଅର୍ଥାତ୍‌ ଅଧିକରୁ ଅଧିକ ଲୋକ ନିଯୁକ୍ତି ସୁଯୋଗରୁ ବଞ୍ଚତ୍ିତ ହେବେ। ସବୁଠୁ ବଡ଼ କଥା ହେଉଛି ଯଦି କେହି ଭାବୁଛନ୍ତି ଯେ, ଭାରତରେ ଅନେକ ବର୍ଷ ପରେ ଏଆଇର ପ୍ରଭାବ ଦେଖିବାକୁ ମିଳିବ, ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍‌, ବରଂ ଏହା ଖୁବ୍‌ ଶୀଘ୍ର ଆସିଯିବ। କାରଣ ଭାରତରେ କର୍ମଚାରୀଙ୍କଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକ ଦକ୍ଷ, ନିଷ୍ଠାପର ଏବଂ ଦୁର୍ନୀତିବିହୀନ ହେବା ଲକ୍ଷ୍ୟରେ ଏଆଇର ପ୍ରଚଳନ, କେହି ପସନ୍ଦ କରୁ ବା ନ କରୁ, ମନକୁ ମନ କାର୍ଯ୍ୟକାରୀ ହେବ। ଭାରତରେ ଆମେ ଦେଖିଛେ କର୍ମଚାରୀମାନେ ନିଜ କାମ ଭଲ ଭାବେ କରନ୍ତି ନାହିଁ। ସମସ୍ତେ ଚାହାନ୍ତି ଠକିବାକୁ। ଅଳ୍ପ ଅଳ୍ପ ଠକିବା, ଗୋଟିଏ ଗୋଟିଏ ଭୁଲ କରିବା ଭଳି ସେମାନଙ୍କ ମାନସିକତାକୁ ଏଆଇ ଦ୍ୱାରା ସହଜରେ ସମ୍ଭାଳିହେବ। ଏଆଇ ଯେତିକି ପ୍ରବେଶ କରିବ ତାହା ଦ୍ୱାରା ଖାମଖିଆଲ କର୍ମଚାରୀ ବଳିପଡ଼ିବା ସୁନିଶ୍ଚିତ। ତେଣୁ ଖବରକାଗଜଠାରୁ ଆରମ୍ଭକରି ସ୍ବାସ୍ଥ୍ୟସେବା, ପରିବହନ, ଫାଇନାନ୍ସ କ୍ଷେତ୍ରରେ ଏଭଳି କର୍ମଚାରୀଙ୍କ ଭୂମିକା ହ୍ରାସ ପାଇବ। ଉଦାହରଣସ୍ବରୂପ ଡାକ୍ତରମାନେ ଭାବନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ମଣିଷ ଜାତି ଥିବ ସେତେଦିନ ପର୍ଯ୍ୟନ୍ତ ତାଙ୍କର ଚାହିଦା ବୃଦ୍ଧିପାଇବ। କିନ୍ତୁ ବିଶ୍ୱର ସବୁ ଡାକ୍ତରୀ ବିଦ୍ୟାକୁ ଏକାଠି କରି ପ୍ରତ୍ୟେକ ରୋଗୀର ଚିକିତ୍ସା କରିପାରୁଥିବାର ସକ୍ଷମତା ରଖିଥିବା ଏଆଇ ଡାକ୍ତରଙ୍କୁ ବି ଅଦରକାରୀ କରିଦେଇପାରେ। ତାଙ୍କ ସ୍ଥାନରେ ଗବେଷକ, ବୈଜ୍ଞାନିକ ଏବଂ ବୈଷୟିକବିତ୍‌ଙ୍କ ଜ୍ଞାନକୁ ନେଇ ଡାକ୍ତରୀ ଚିକିତ୍ସା କରିବାରେ ଏଆଇ ଏବେଠାରୁ ସଫଳତା ପାଇଲାଣି। ଯେତେବେଳେ ମଣିଷର ସ୍ବାସ୍ଥ୍ୟକୁ ମଧ୍ୟ ଏଆଇ ଦ୍ୱାରା ସମ୍ଭାଳି ହେବ ସେତେବେଳେ ଅନ୍ୟ କୌଣସି ସେବା କ୍ଷେତ୍ର ବାଦ ପଡ଼ିବ ବୋଲି ଭାବିବା ବୋକାମୀ।
ବିଶ୍ୱ ଦୃଶ୍ୟପଟରେ ଏଆଇର ପ୍ରଭାବକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ,ଏହି ନୂଆ ବୈଷୟିକ ନୂତନତ୍ୱ ମାନବତା ପ୍ରତି ବିପଦ ଆଣିବାର ସମ୍ଭାବନା ଅଧିକ। ଏପରିକି ଚାଟ୍‌ଜିପିଟି ସୃଷ୍ଟି କରିଥିବା ଓପନ୍‌ଏଆଇର ବସ୍‌ ସାମ୍‌ ଅଲ୍ଟମ୍ୟାନ ଏଆଇକୁ ଏବେ ଏକ ବିପଦ ଭାବେ ଦେଖିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କଙ୍କ ସମେତ ଅନ୍ୟ କେତେଜଣ ବିଶେଷଜ୍ଞ ମଧ୍ୟ ଅତ୍ୟାଧୁନିକ ଏଆଇ ବିକାଶକୁ ୬ ମାସ ଅଟକାଇବା ଲାଗି କହିଛନ୍ତି, ଯାହା ଫଳରେ ଏହାର ସୁରକ୍ଷିତ ଅଗ୍ରଗତି ଉପରେ ନେତୃବର୍ଗ ବିଚାର କରିପାରିବେ। କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଏହି ଅତ୍ୟାଧୁନିକ ଗବେଷଣାର କାର୍ଯ୍ୟକାରିତାକୁ ବନ୍ଦ କରିବାର କ୍ଷମତା କାହା ପାଖରେ ନାହିଁ। ତେବେ ଆଶଙ୍କା ମଧ୍ୟରେ ଏଆଇର ନକାରାତ୍ମକ ପ୍ରଭାବକୁ ପ୍ରତିପାଦିତ କରିଛି ଏବେକାର ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ୍‌ କ୍ରିଷ୍ଟମାସର ମାସିକ ରିପୋର୍ଟ ଯାହା ଆମେରିକାରେ ପାଖାପାଖି ୪ ହଜାର ଲୋକ ଛଟେଇ ହୋଇଥିବା ଦର୍ଶାଇଛି। ଏହା ବ୍ୟତୀତ ସୃଜନାତ୍ମକ କାର୍ଯ୍ୟ, ପ୍ରଶାସନିକ ଓ କିରାଣି କାର୍ଯ୍ୟ କରିବା ଲାଗି ଅତ୍ୟାଧୁନିକ ଏଆଇ ଚାଟ୍‌ଜିପିଟିର ବହୁଳ ବ୍ୟବହାର ଶ୍ରମ ବଜାରକୁ କ୍ରମଶଃ ଅଧିକ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗଣମାଧ୍ୟମ କ୍ଷେତ୍ରରେ ଏହାର ପ୍ରଭାବ ଅତ୍ୟଧିକ ପଡ଼ିବ। ଉଦାହରଣସ୍ବରୂପ, ଆମେରିକାନ ମିଡିଆ କମ୍ପାନୀ ସିଏନ୍‌ଇଟି ଏଆଇ ବ୍ୟବହାର କରିବା ପରେ କେତେଜଣ କର୍ମଚାରୀଙ୍କ ଛଟେଇ ଆରମ୍ଭ କଲାଣି। ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଏବେ ପ୍ରାୟ ୩୦ କୋଟି ପୂର୍ଣ୍ଣକାଳୀକ କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି ଗୋଲ୍ଡମ୍ୟାନ ସାକ୍ସ ପୂର୍ବାନୁମାନ କରିଛି।
ଯେତେବେଳ ଏଆଇର ବହୁଳ ବ୍ୟବହାର ଆରମ୍ଭ ହୋଇଯିବ ସେତେବେଳେ ସମାଜ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପଡ଼ିପାରେ। କାରଣ, ଅନେକ ସୁସ୍ଥ ସବଳ ଲୋକଙ୍କ ପାଇଁ କାର୍ଯ୍ୟ କରିବାର ସମ୍ଭାବନା ରହିିବ ନାହିଁ। ଏହାଦ୍ୱାରା ଅସ୍ଥିରତା ବୃଦ୍ଧିପାଇବାର ସମ୍ଭାବନା ଦେଖାଦେଇପାରେ। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ଗୋଟିଏ ପଟେ ସେବା କ୍ଷେତ୍ରକୁ ଅତ୍ୟନ୍ତ ଉଚ୍ଚ୍‌କୁ ନେଇଯିବ, ଅନ୍ୟପଟେ ଘରୋଇ କମ୍ପାନୀ ଏବଂ ସରକାରଙ୍କୁ ଉଚ୍ଚକୋଟୀର ଲାଭଦାୟକ କରାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?