ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା ବିନା ସଶକ୍ତ ନାଗରିକ ହେବା ଅସମ୍ଭବ; ତାହା ମଧ୍ୟ ସେ ହୃଦୟଙ୍ଗମ କରିଛନ୍ତି । ପଞ୍ଜାବ ଭଟିଣ୍ଡା ନିକଟବର୍ତ୍ତୀ ନାନ୍‌ଥାନ ଅଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସୁଖପାଲ ସ୍କୁଲ୍‌ ଦାୟିତ୍ୱ ସମ୍ଭାଳିବା ସହ ରାସ୍ତା କଡ଼ରେ ରହୁଥିବା ପିଲାମାନଙ୍କ ପାଇଁ ଫୁଟ୍‌ପାଥ୍‌ ସ୍କୁଲ ଖୋଲିଛନ୍ତି। ରାସ୍ତାକଡ଼ରେ ରହି ଭିକ୍ଷା ମାଗୁଥିବା ଓ କେବେ ବି ସ୍କୁଲ ଦେଖି ନ ଥିବା ପିଲାମାନଙ୍କୁ ସୁଖପାଲ ଭଟିଣ୍ଡାର ଏକ ଛକରେ ପଢାଉଛନ୍ତି। ଜୁଲାଇ ୨୦୨୨ରେ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ଅନୁମତି ନେଇ ସେ ପିଲାଙ୍କୁ ପଢାଇବା ଆରମ୍ଭ କରିଥିଲେ। ସ୍କୁଲରୁ ଫେରିବା ପରେ ପ୍ରତିଦିନ ଅପରାହ୍ନରେ ତାଙ୍କ ସ୍ତ୍ରୀ ସିନ୍ଦରପାଲ କୌର ସିଦ୍ଧୁଙ୍କ ସହ ସୁଖପାଲ ପିଲାମାନଙ୍କୁ ପଢ଼ାଉଛନ୍ତି। ଫୁଟପାଥ ସ୍କୁଲ ଆରମ୍ଭ କରିବାବେଳେ ପ୍ରଥମେ ୫ ଜଣ ପିଲା ଆସିଥିଲେ। ସେମାନଙ୍କୁ ଏହି ଦମ୍ପତି ପଢାଇବା ଆରମ୍ଭ କରିଥିଲେ। ପରେ ଜଣେ ପରେ ଜଣେ ପିଲା ସେମାନଙ୍କ ସହ ସ୍କୁଲ ଆସିଲେ ଏବଂ ଏବେ ୨୨ ଜଣ ଆସୁଛନ୍ତି। କେବଳ ଏତିକି ନୁହେଁ ସୁଖପାଲ ତାଙ୍କ ସରକାରୀ ସ୍କୁଲରେ ପିଲାମାନଙ୍କ ପାଇଁ ଉଚ୍ଚମାନର ଘରୋଇ ବିଦ୍ୟାଳୟର ଭଳି ଏସିଠାରୁ ଆରମ୍ଭ କରି ଅନ୍ୟ ସୁବିଧା କରିଛନ୍ତି। ଏଥିପାଇଁ ସବୁ ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସୁଖପାଲଙ୍କ ଏହି କାର୍ଯ୍ୟରେ ଅନୁପ୍ରଣିତ ହୋଇ ତାଙ୍କ ସାଥୀ ଶିକ୍ଷକମାନେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri