ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଗୋପାଳ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚକରି ସ୍କୁଲରେ ରଙ୍ଗ ଦେଇଛନ୍ତି, ଏହାସହ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହା ବ୍ୟତୀତ ସ୍କୁଲରେ ଏକ ଲାଇବ୍ରେରି ଓ ବଗିଚା କରିପାରିଛନ୍ତି। ଏହି ଲାଇବ୍ରେରିରେ ୨୦୦୦ରୁ ଅଧିକ ବହି ରହିଛି। ଏସବୁ କାର୍ଯ୍ୟ ପାଇଁ ସେ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମୋହନପୁର ଡ୍ୟାମ୍‌ ନିର୍ମାଣ ସମୟରେ ବିସ୍ଥାପିତଙ୍କ ପାଇଁ ମୋହପୁର କଲୋନୀ କରାଯାଇ ସେଠାରେ ଏହି ସ୍କୁଲ ଖୋଲାଯାଇଥିଲା। ହେଲେ ସ୍କୁଲର ରକ୍ଷଣାବେକ୍ଷଣ ପ୍ରତି କାହାରି ଦୃଷ୍ଟି ନଥିଲା। ସେ ସମୟରେ ସେହି ସ୍କୁଲରେ ମାତ୍ର ୨୩ ଜଣ ପିଲା ପଢୁଥିଲେ। ୨୦୧୮ରେ ଗୋପାଳ ଭାଲଓ୍ବାଲ ସ୍କୁଲରେ ଶିକ୍ଷକ ଭାବେ ଯୋଗ ଦେବା ପରେ ତାହାର ଅବସ୍ଥାରେ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା। ସ୍କୁଲକୁ ଆକର୍ଷଣୀୟ କରାଯିବା ପରେ ଏବେ ସେଠାରେ ୧୦୦ରୁ ଅଧିକ ପିଲା ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଉତ୍କଳ ଭାରତୀ’ କୁନ୍ତଳା କୁମାରୀ

ଓଡ଼ିଶାରେ ସ୍ବାଧୀନତା କାଳରେ ଯେଉଁ କେତେଜଣ ନାରୀକବି, ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରୁ ମହୀୟସୀ ମହିଳା କୁନ୍ତଳା କୁମାରୀ ସାବତ ଅନ୍ୟତମ। ସେ ଜଣେ...

ଜନଗଣନା ଅର୍ଥନୈତିକ ଓ ବୃତ୍ତିଭିତ୍ତିକ ହେଉ

ଆମ ଦେଶରେ ଶେଷ ଜନଗଣନା ୨୦୧୧ ମସିହାରେ ହୋଇଥିଲେ ବି ୨୦୨୧ ମସିହାରେ କରୋନା ସଂକ୍ରମଣ ପାଇଁ ଦଶ ବାର୍ଷିକ ଜନଗଣନା ହୋଇ ନ ଥିଲା।...

ପରିବର୍ତ୍ତନର ସଙ୍କେତ

ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରାମର୍ଶଦାତା ଭାବେ କ୍ୟାବିନେଟ...

ରିହାତି ଦୌଡ଼

ଆଜି ଯେତେବେଳେ ଆମେ ଏକ ଦକ୍ଷ ଭାରତ ଗଠନ କରିବାକୁ ଚେଷ୍ଟା କରୁଛନ୍ତି , ସେତେବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ। ହେଲେ...

ନକଲି ଆଦର, ଅସଲି ହତାଦର

ଆଜିକାଲି ଅସଲି ଅପେକ୍ଷା ନକଲିର ଚାହିଦା ଦ୍ରୁତଗତିରେ ବଢ଼ିଚାଲିଛି। ଏଇ ଯେମିତି ବିରାଟ କୋଠା କରି ବଗିଚା ପାଇଁ ଜାଗା ଅଭାବରୁ ପ୍ଲାଷ୍ଟିକ ବା କାଗଜ...

ଏଆଇ ପ୍ରତିଯୋଗିତା

ଡିପ୍‌ସିକ୍‌ ହେଉଛି ଚାଇନାର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଫ୍ଟଓ୍ବେର କମ୍ପାନୀ। ଜାନୁଆରୀ ୨୦ରେ ଏହା ଓପନ ଏଆଇ ମଡେଲ-୧( ଡିପ୍‌ସିକ୍‌- ଆରଓ୍ବାନ୍‌)ରିଲିଜ କରିବା ପରେ...

ଶକ୍ତିର ମେଳା

କୁମ୍ଭମେଳା ହିନ୍ଦୁଧର୍ମର ଏକ ବିଶେଷ ଦିଗକୁ ପ୍ରକାଶ କରେ, ଯାହା ସମ୍ପର୍କରେ ପ୍ରାୟତଃ ଆଲୋଚନା କରାଯାଏ ନାହିଁ। ଏହା କୌଣସି ମନ୍ଦିର, ଦେବତା, ଭକ୍ତି, ଗୀତ...

ଅହଂକାର ଅନୁଚିନ୍ତା

ବୁଝିଲ ବନ୍ଧୁ, ଆମ ଅହଂକାର ଯୋଗୁ ଆମେ ନିଜେ ବହୁ ଅଶାନ୍ତି ଭୋଗିବା ସହ ଅନ୍ୟମାନଙ୍କ ଭିତରେ ମଧ୍ୟ ଅପ୍ରୀତିକର ବାତାବରଣ ସୃଷ୍ଟିକରି ଜୀବନଟାକୁ କଳୁଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri