ଏଆଇ ପ୍ରତିଯୋଗିତା

ଡିପ୍‌ସିକ୍‌ ହେଉଛି ଚାଇନାର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଫ୍ଟଓ୍ବେର କମ୍ପାନୀ। ଜାନୁଆରୀ ୨୦ରେ ଏହା ଓପନ ଏଆଇ ମଡେଲ-୧( ଡିପ୍‌ସିକ୍‌- ଆରଓ୍ବାନ୍‌)ରିଲିଜ କରିବା ପରେ ଆମେରିକାର ଚିପ୍‌ ନିର୍ମାତା ନିଭିଡିଆ କମ୍ପାନୀର ଶେୟାର ମୂଲ୍ୟ ଅତ୍ୟଧିକ ହ୍ରାସ ପାଇଥିଲା। ଏହାସହ ଅନ୍ୟ ଟେକ୍‌ କମ୍ପାନୀଗୁଡ଼ିକର ମଧ୍ୟ ଶେୟାର ମାର୍କେଟ ମୂଲ୍ୟ କମିଯାଇଥିଲା। ଏଆଇ କ୍ଷେତ୍ରରେ ଚାଇନା ଓ ଆମେରିକା ମଧ୍ୟରେ ଶ୍ରେଷ୍ଠତା ପାଇଁ ପ୍ରତିଯୋଗିତା ଚାଲିଛି। ତେବେ ଚାଇନାର ସଫଳତାକୁ ଦୃଷ୍ଟିରେ ରଖି ଆମେରିକାର ଏଆଇ ଶିଳ୍ପର ଆମୂଳଚୂଳ ପରିବର୍ତ୍ତନ କରିବା ଦରକାର। ଆମେରିକାର ଟେକ୍‌ ଶିଳ୍ପ ଏଆଇରେ ଅତ୍ୟଧିକ ନିବେଶ କରିଥାନ୍ତି। ଗୋଲ୍ଡମ୍ୟାନ ସାକ୍ସର ଆକଳନରୁ ଜଣାପଡ଼ିଛି ଯେ, ବୃହତ୍‌ ଟେକ୍‌ ଫାର୍ମ, କର୍ପୋରେଶନ ଏବଂ ସେବାକ୍ଷେତ୍ରଗୁଡ଼ିକ ଆସନ୍ତାବର୍ଷ ଏଆଇକୁ ସହଯୋଗ କରିବା ଲାଗି ଦୀର୍ଘମିଆଦୀ ସୂତ୍ରରେ ବିଜ୍‌ନେସ୍‌ରେ ପାଖାପାଖି ୧ ଟ୍ରିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ଯୋଜନା କରିଛନ୍ତି। ତେବେ ଆମେରିକାରେ ଏଆଇର ଦୀର୍ଘମିଆଦୀ ନିବେଶ ଓ ବିକାଶର ତରିକା ଉପରେ ମୋ ସମେତ ଅନେକ ପର୍ଯ୍ୟବେକ୍ଷକ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟତଃ ସବୁ ଅଗ୍ରଣୀ କମ୍ପାନୀ ସମାନ ପ୍ରକାର ପ୍ଲେ ବୁକ୍‌ ଅନୁସରଣ କରୁଥିବାରୁ (ଯଦିଓ ମେଟା ଅଲଗା ଓପନ ସୋର୍ସ ମଡେଲ ସହିତ ନିଜକୁ ସାମାନ୍ୟ ଭିନ୍ନ କରିଛି) ଗୋଟିଏ ପ୍ରକାର ଯୋଜନା କିମ୍ବା କାର୍ଯ୍ୟ ଦ୍ୱାରା ଏମାନେ ସଫଳ ହେବା ଜଣାପଡ଼ୁଛି। ବ୍ୟତିକ୍ରମ ହେଉଛି ୟୁଏସ୍‌ ଟେକ୍‌ କମ୍ପାନୀଗୁଡ଼ିକ ଏକାକୀ ମଡେଲ ଗୁଣବତ୍ତା ବୃଦ୍ଧି କରିବାକୁ ଅଧିକ ଚାହଁୁଛନ୍ତି। କିନ୍ତୁ ମଡେଲ, ଲର୍ନି ଓ ଡାଟାବେସ୍‌ ଆକାର ବୃଦ୍ଧି କରିବା ଏଯାବତ୍‌ ପ୍ରମାଣିତ ହୋଇନାହିଁ।
ଜାନୁଆରୀ ୨୦ ପୂର୍ବରୁ, ଆମେରିକାର କମ୍ପାନୀଗୁଡ଼ିକ ଏକ କ୍ରମରେ ପରବର୍ତ୍ତୀ ଶବ୍ଦର ପୂର୍ବାନୁମାନ କରିବା ପାଇଁ ମୂଳ ମଡେଲକୁ ବୃହତ୍‌ ଡାଟା ସେଟ ଉପରେ ପ୍ରଶିକ୍ଷଣ ଦେବା ପାଇଁ ବିକଳ୍ପଗୁଡ଼ିକ ଉପରେ ବିଚାର କରିବାକୁ ଅନିଚ୍ଛୁକ ଥିଲେ। ସେମାନେ ମାନବ (କିମ୍ବା ମାନବ ପରି) କାର୍ଯ୍ୟଗୁଡ଼ିକ କରିବା ଲକ୍ଷ୍ୟରେ ବିଶେଷକରି ଚାଟ୍‌ବୋଟ ଓ ଡିଫ୍ୟୁଜନ ମଡେଲ ଉପରେ ଗୁରୁତ୍ୱ ଦେଇଥିଲେ। ଯଦିଓ ଡିପ୍‌ସିକ୍‌ର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ସମାନ, ତେବେ ଏହା ଲର୍ନିଂ ପଦ୍ଧତିକୁ ସୁଦୃଢ଼ କରିବା, ବିଶେଷଜ୍ଞ ପଦ୍ଧତିକୁ ଏକାଠି କରିବା (ଅଧିକ ପ୍ରଭାବୀ ଓ କେତେକ କ୍ଷୁଦ୍ର ମଡେଲ), ଡିଷ୍ଟିଲେଶନ ଉପରେ ଅଧିକ ନିର୍ଭର କରିଛି। ଏହା ସହ ତାର୍କିକ ବିଚାର ଶୃଙ୍ଖଳକୁ ପରିଶୋଧିତ କରିଛି। ଏହି ରଣନୀତି କମ୍‌ ଖର୍ଚ୍ଚରେ ଏକ ପ୍ରତିଯୋଗିତାମୂଳକ ମଡେଲ ସୃଷ୍ଟି କରିବାକୁ ବାଟ ଦେଖାଇଛି। ଏଥିରେ କିଛି ବିବାଦ ଥିବା ଡିପ୍‌ସିକ୍‌ ଆମକୁ କହି ନ ଥିଲେ ବି ଏହା ଆମେରିକା ଏଆଇ ଶିଳ୍ପ ମଧ୍ୟରେ ଆଲୋଚନା ହେଉଛି। ତେବେ ବିକଳ୍ପ, ଶସ୍ତା, ଅଧିକ ପ୍ରତିବଦ୍ଧ ଦୃଷ୍ଟିକୋଣକୁ ଉପେକ୍ଷା କରିବା ସତ୍ୟ ବୋଲି ମୁଁ ଓ ସିମନ୍‌ ଜନ୍‌ଶନ ନିକଟରେ ପ୍ରକାଶିତ ‘ପାଓ୍ବାର ଆଣ୍ଡ୍‌ ପ୍ରୋଗ୍ରେସ’ ପୁସ୍ତକରେ ଆକଳନ କରିଥିଲୁ। ଏହାକୁ ଆମେ ଏଆଇ ଯୁଗ ଆରମ୍ଭର ଠିକ୍‌ ପୂର୍ବରୁ ଲେଖିଥିଲୁ। ଏବେ ପ୍ରଶ୍ନ ଉଠୁଛି, ଆମେରିକା ଶିଳ୍ପର ଅଧିକ ବିପଜ୍ଜନକ ଦିଗକୁ ବୁଝିପାରୁନାହିଁ ନା ବୁଝିବାକୁ ଚେଷ୍ଟା କରୁନାହିଁ। ଉଦାହରଣ ସ୍ବରୂପ, ଆଗୁଆ ୟୁଏସ୍‌ ଟେକ୍‌ କମ୍ପାନୀଗୁଡ଼ିକ ସେମାନଙ୍କ ମଡେଲକୁ ମଣିଷକୁ ଅଧିକ ସହଯୋଗ କରିବା ଦିଗରେ ନେବାର ସୁଯୋଗ ହରାଉଛି କି? ହଁ, ଏହା କରୁଛି ବୋଲି ମୋର ଅନୁମାନ; ଯାହା ଆଗାମୀ ସମୟରେ ଜଣାପଡ଼ିବ। ପ୍ରଶ୍ନ ଉଠୁଛି, ଚାଇନା କ’ଣ ଆମେରିକାକୁ ଟପିଯାଉଛି । ଯଦି ଏହା ହେଉଥାଏ, ତେବେ ନୂତନତ୍ୱ ଆଣିବାରେ ଏକଚ୍ଛତ୍ରବାଦ, ଟପ-ଡାଉନ (ଉପରୁ ତଳ ଯାଏ କେବଳ ଏକ ଶାସକ ଗୋଷ୍ଠୀ ନିଷ୍ପତ୍ତି ନିଏ)ବ୍ୟବସ୍ଥା ବଟମ -ଅପ୍‌ (ତଳୁ ଉପର ଯାଏ ସଭିଙ୍କ ଭାଗୀଦାରିରେ ବା ସମ୍ମିଳିତ ଭାବେ ନିଷ୍ପତ୍ତି ନିଆଯାଏ) ବ୍ୟବସ୍ଥା ତୁଳନାରେ ଭଲ ପ୍ରଦର୍ଶନ କରୁଛି କି?
ମୁଁ ଏକପାଖିଆ ଭାବି ନେଇଛି ଯେ, ଏକଚ୍ଛତ୍ରବାଦ ବ୍ୟବସ୍ଥା ନୂତନତ୍ୱକୁ କ୍ଷତି କରେ। ‘ହ୍ବାଏ ନେଶନ୍ସ ଫେଲ୍‌’ରେ ମୁଁ ଏବଂ ରବିନ୍‌ସନ ଏହା ଉପରେ ମଧ୍ୟ ଯୁକ୍ତି କରିଛୁ। ତେବେ ଡିପ୍‌ସିକ୍‌ର ସଫଳତା ଏହି ଦାବିକୁ ଚ୍ୟାଲେଞ୍ଜ କରେ। ଡିପ୍‌ସିକ୍‌ ଆମେରିକାରେ(ଏପରି କି କେତେକ ୟୁରୋପୀୟ ଦେଶରେ) କିଛି ବର୍ଷ ପୂର୍ବରୁ ନିଜକୁ ମଜଭୁତ କରୁଛି। ଦଶନ୍ଧି ପୂର୍ବରୁ ଏହା ଏକ୍ସପର୍ଟ ମଡେଲଗୁଡ଼ିକର ଏକୀକରଣ ଏବଂ ଲର୍ନିଂର ସୁଦୃଢ଼ୀକରଣ ପଦ୍ଧତି ବିକାଶ କରିପାରିଥିଲା। ଅନ୍ୟପକ୍ଷରେ ଆମେରିକାର ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକ ଟ୍ରାନ୍ସଫର ମଡେଲ, ରିଜନିଂ ଥଟ୍‌ ଚେନ୍‌ ଏବଂ ଡିଷ୍ଟିଲେଶନ ଆରମ୍ଭ କରିଥିଲେ। ହେଲେ ଆମେରିକା ତୁଳନାରେ ଡିପ୍‌ସିକ୍‌ ଏହି ସମାନ ପ୍ରକାର ପଦ୍ଧତିକୁ ପ୍ରଭାବୀ ଢଙ୍ଗରେ ଏକାଠି କରି ଇଞ୍ଜିନିୟରିଂରେ ଅଧିକ ସଫଳ ହୋଇପାରିଛି। ଚାଇନାର ଫାର୍ମ ଓ ଗବେଷଣା ସଂସ୍ଥାଗୁଡ଼ିକ ସମ୍ଭାବ୍ୟ ପରିର୍ତ୍ତନଶୀଳ ପ୍ରଯୁକ୍ତି, ଉତ୍ପାଦ ଏବଂ ନିଜସ୍ବ ଦୃଷ୍ଟିକୋଣକୁ ନେଇ ଆବଶ୍ୟକ ପଦକ୍ଷେପ ନେଇପାରୁଛି କି ନାହିଁ ତାହା ଆଗକୁ ଜଣାପଡ଼ିବ। ତେବେ ଡିପ୍‌ସିକ୍‌ ସାଧାରଣତଃ ସରକାରୀ ଅର୍ଥରେ ସରକାରଙ୍କ ପାଇଁ ଟେକ୍‌ନୋଲୋଜି ସୃଷ୍ଟି କରେ। ଚାଇନା ନୂତନତ୍ୱ ବା ଆବିଷ୍କାର କ୍ଷେତ୍ରରେ ଅଧିକ ମୁକ୍ତ ବା ଗଣତାନ୍ତ୍ରିକ ସମାଜଗୁଡ଼ିକୁ ପଛରେ ପକାଇପାରିବ ବୋଲି ଗୋଟିଏ କମ୍ପାନୀର ସଫଳତାକୁ କେବେ ବି ଶେଷ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ।
ଭୂରାଜନୀତିକୁ ନେଇ ଆଉ ଏକ ପ୍ରଶ୍ନ ଉଙ୍କିମାରେ। ଡିପ୍‌ସିକ୍‌ର କାହାଣୀରୁ ଆଉ କିଛି ବୁଝାପଡ଼ୁଛି । ଆମେରିକାର ବିଶେଷଜ୍ଞ କଟକଣା ଓ ଅନ୍ୟ ପଦକ୍ଷେପ ସବୁ ଚାଇନାର ଏଆଇ ଗବେଷଣାକୁ ରୋକିବାରେ ବିଫଳ ହୋଇଛି କି? ଏହାର ଉତ୍ତର ମଧ୍ୟ ଅସ୍ପଷ୍ଟ। ଡିପ୍‌ସିକ୍‌ ଏହାର ଟ୍ୟାଲେଣ୍ଟ ମଡେଲ( ଭି୩ ଓ ଆର୍‌୧)କୁ ପୁରୁଣା ଓ କମ୍‌ କ୍ଷମତାସମ୍ପନ୍ନ ଚିପ୍‌ଗୁଡ଼ିକରେ ପ୍ରଶିକ୍ଷିତ ବା ପ୍ରସ୍ତୁତ କରୁଥିବାବେଳେ, ଏହା ଆଗକୁ ସଫଳ ହେବା ପାଇଁ ଅଧିକ ଶକ୍ତିଶାଳୀ ଚିପ୍ସ ଆବଶ୍ୟକ କରିପାରେ। ଏହା ସ୍ପଷ୍ଟ ଯେ, ଏଆଇ କ୍ଷେତ୍ରରେ ଚାଇନା ସଫଳ ହେଉଥିବାେବେଳ ଆମେରିକା ବିଫଳ ହେଉଛି। ଆମେରିକାର ଦୃଷ୍ଟିକୋଣ ଦୁର୍ବଳ ଉପଦେଶ ଉପରେ ଆଧାରିତ ଓ ତାହା ଅବ୍ୟବହାରିକ। ଯଦି ତୁମେ ବିଶ୍ୱାସ କରିବ ଯେ, ଆମେ ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ (ଏଜିଆଇ, ଏକ ମଡେଲ ଯାହା ମଣିଷର ଯେକୌଣସି ମସ୍ତିଷ୍କ କାର୍ଯ୍ୟ ସହ ସମାନ) ଦିଗରେ ଆଗକୁ ବଢୁଛୁ ଏବଂ ଯିଏ ପ୍ରଥମେ ଏଜିଆଇ ପାଇବ ତାହାର ଏକ ବଡ଼ ଭୂରାଜନୈତିକ ଲାଭ ହେବ, ତେବେ ଏଭଳି ରଣନୀତିର ଗୁରୁତ୍ୱ ରହିଛି ବୋଲି କୁହାଯାଇପାରେ। କିନ୍ତୁ ଏଭଳି ଆକଳନ ଉପରେ କୌଣସି ନିଶ୍ଚିତତା ନାହିଁ। କାରଣ ଆମେ ଅନେକ କ୍ଷେତ୍ରରେ ଚାଇନା ସହ ସଫଳ ଭାଗୀଦାରିକୁ ବିରୋଧ କରିଛୁ।
ଡିପ୍‌ସିକ୍‌ ମଧ୍ୟ ଆମେରିକୀୟ କମ୍ପାନୀ ଭଳି ଏଜିଆଇ ବିକାଶ କରିବାକୁ ଆଶା ବାନ୍ଧିଛି। ଏହାସହ ପ୍ରଶିକ୍ଷଣ ପାଇଁ ଏକ ଶସ୍ତା ମଡେଲ ସୃଷ୍ଟି କରିବାକୁ ଚାହୁଁଛି, ଯାହା ବିରାଟ ପରିବର୍ତ୍ତନ ଆଣିପାରେ। କିନ୍ତୁ ଜଣାଶୁଣା ପଦ୍ଧିଗୁଡ଼ିକରେ ବିକାଶ ପାଇଁ ଖର୍ଚ୍ଚକାଟ କରିବା ଦ୍ୱାରା ଆମେ ଆଗାମୀ କିଛି ବର୍ଷ ମଧ୍ୟରେ ଏଜିଆଇ ପାଇବାରେ ସକ୍ଷମ ହୋଇପାରିବା ନାହିଁ। ନିକଟରେଏଜିଆଇ ହାସଲ କରିପାରିବା କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଡିପ୍‌ସିକ୍‌ କିଭଳି ତାହାର ମଡେଲ ବିକାଶ କରିଛି ତାହା ଯଦି ଆମେ ଜାଣିବା ନାହିଁ କିମ୍ବା ଏଆଇ ଶିଳ୍ପର ଭବିଷ୍ୟତ ଲାଗି ଏହାର ସଫଳତାର ମାନେ କ’ଣ ବୋଲି ଆମେ ବୁଝିବା ନାହିଁ, ତେବେ ଗୋଟିଏ ବିଷୟ ସ୍ପଷ୍ଟ ଯେ,ଏଆଇ କ୍ଷେତ୍ର୍ରରେ ହଠାତ୍‌ ଚାଇନାର ଶକ୍ତିବୃଦ୍ଧି ଆମେରିକୀୟ ଟେକ୍‌ ଇଣ୍ଡଷ୍ଟ୍ରିର ଗୁରୁତ୍ୱକୁ କମାଇଦେବ। ଏହାସହ ତାହାର ସଫଳତା ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେବାର ସମ୍ଭାବନା ଦେଖାଦେଇଛି।

ଡାରୋନ ଆକେମୋଗ୍ଲୁ
ଅର୍ଥନୀତି ନୋବେଲ ବିଜେତା (୨୦୨୪) ତଥା ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରଫେସର ଅଫ୍‌ ଇକୋନୋମିକ୍ସ (ଏମ୍‌ଆଇଟି)


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri