Posted inଜାତୀୟ

ଗୋବରରୁ ଚପଲ ତିଆରି କରି ଚର୍ଚ୍ଚାରେ ଏହି ବ୍ୟକ୍ତି

ଅଧିକାଂଶ ଲୋକ ଗାଈ ଗୋବର ନା ଶୁଣିବା ପରେ ନାକ ଟେକିବା ଆରମ୍ଭ କରନ୍ତି। କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର ଉପରେ ଗବେଷଣା କରୁନାହାଁନ୍ତି, ବରଂ ଗୋବରରୁ ଏପରି ଉତ୍ପାଦ ମଧ୍ୟ ତିଆରି କରୁଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଅହମ୍ମଦାବାଦ ନିବାସୀ ଦିବ୍ୟକାନ୍ତ ଦୁବେ ଗତ ୮-୧୦ ବର୍ଷ ଧରି ଗାଈ ଗୋବର ଉପରେ କାମ କରୁଛନ୍ତି। ୫୫ ବର୍ଷୀୟ ଦୁବେ କେବଳ ଦଶମ ପାସ କରିଛନ୍ତି। ସେ ପେଶାରେ ଜଶେ ଚିତ୍ରକର। ସାଇନ ବୋର୍ଡ ରଙ୍ଗ ଏବଂ ମୂର୍ତ୍ତି ତିଆରି କରି ସେ ଟଙ୍କା ରୋଜଗାର କରନ୍ତି, କିନ୍ତୁ ସେ ଗୋବରରୁ ଅନେକ ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ନିକଟରେ ସେ ଗୋବରରେ ଏକ ଚପଲ ତିଆରି କରିଛନ୍ତି। ଏହି ଚପଲ ମଜଭୁତ ଏବଂ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଲୋକେ ଏହି ଚପଲମାନଙ୍କୁ ବହୁତ ପସନ୍ଦ କରୁଛନ୍ତି। ଦୁବେ କହିଛନ୍ତି ଯେ ଗୋବରରୁ ପ୍ରସ୍ତୁତ ଚପଲ ସ୍ବାସ୍ଥ୍ୟ ଦୃଷ୍ଟିରୁ ବହୁତ ଭଲ। ପୁରାତନ କାଳରେ ଲୋକମାନେ ଗୋବର ଲିପା ଘରେ ଖାଲି ପାଦରେ ରହୁଥିଲେ। ଯାହା ଫଳରେ ସ୍ବାସ୍ଥ୍ୟ ଭଲ ରହୁଥିଲା। ଏବେ ସେପରି ଘର ନ ଥିବାରୁ ଗୋବରରୁ ପ୍ରସ୍ତୁତ ଚପଲ ପିନ୍ଧିଲେ ଶରୀର ସୁସ୍ଥ ରହିବ ବୋଲି ଦୁବେ କହିଛନ୍ତି। ଏଥିସହ, ଯଦି ଏହି ଚପଲଗୁଡିକ ଅଧ ଘଣ୍ଟା ପାଣିରେ ରଖାଯାଏ, ତେବେ ସେଗୁଡ଼ିକ ଖରାପ ହୁଏ ନାହିଁ କିମ୍ବା ଭାଙ୍ଗେ ନାହିଁ ବୋଲି ସେ କହିଛନ୍ତି। ଚପଲଙ୍କ ବ୍ୟତୀତ ଦିବ୍ୟକାନ୍ତ ଗୋବରର ମୂର୍ତ୍ତି ତିଆରି କରିଛନ୍ତି। ଗଣେଶ, ରାଧା କୃଷ୍ଣ, ସରସ୍ବତୀ, ରାମ ସୀତା ଇତ୍ୟାଦି ମୂର୍ତ୍ତି ତିଆରି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ, ୧୧ ଗୁରୁତର

ତିରୁପୁର,୬।୧୦: ତାମିଲନୁଡୁର ତିରୁପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୩ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ମା’ଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ମୁହଁ ଲଗାଇ ଅକ୍ସିଜେନ ଦେଲେ ଝିଅ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨।୫: ଉତ୍ତରପ୍ରଦେଶରେ ଅକ୍ସିଜେନ ଅଭାବ ନେଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥିତିରେ ବହରାଇଚ ଜିଲା ହସ୍ପିଟାଲରୁ ଏକ ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ...

ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ଶହୀଦ

ରାଞ୍ଚି, ୧୫।୮: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ...

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ...

କାହିଁକି ସୁନାର କଇଁଚିରେ ପ୍ରଥମ ଗ୍ରାହକଙ୍କ କେଶ କାଟିଲେ ସେଲୁନ ମାଲିକ

ମୁମ୍ବାଇ,୩୦।୬: କରୋନା ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ୩ମାସ ପରେ ମହାରାଷ୍ଟ୍ରରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ସରକାରଙ୍କ ଅନୁମତି ପରେ...

ସଂସଦରେ ସହଜରେ ପାରିତ ହୋଇପାରେ ଦିଲ୍ଲୀ ଅଧ୍ୟାଦେଶ, ଏନଡିଏକୁ ସମର୍ଥନ କରିବେ ଜଗନ ମୋହନ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଅଣାଯାଇଥିବା ‘ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ, ୨୦୨୩ ଉଭୟ ସଂସଦ ଦ୍ୱାରା...

ଭାଜପା ଅପାଠୁଆଙ୍କ ଦଳ, ସିସୋଡିଆଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଅପାଠୁଆଙ୍କ ଦଳ...

ଅର୍ପିତାଙ୍କ ଘରୁ ୪ ବିଳାସପୂର୍ଣ୍ଣ କାର୍‌ ଗାଏବ

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ ଚାଲିଛି। ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ...

Advertisement
Archives

Model This Week