Posted inଜାତୀୟ

ତିସ୍ତାଙ୍କୁ ୩୦ ଲକ୍ଷ ଦେଇଥିଲେ ଅହମ୍ମଦ ପଟେଲ, ଗୁଜରାଟ ସରକାରଙ୍କୁ ଅସ୍ଥିର କରିବା ଥିଲା ଉଦ୍ଦେଶ୍ୟ…

ଅହମଦାବାଦ,୧୫।୬ : ତିସ୍ତା ସେଟାଲଭାଡର ଜାମିନ ଆବେଦନକୁ ବିରୋଧ କରି ଗୁଜରାଟ ସରକାର ହାଇକୋର୍ଟଙ୍କୁ କହିଛନ୍ତି ସେ ଜଣେ ରାଜନେତାଙ୍କ ପାଇଁ ସାଧନ ଭାବରେ କାର୍ଯ୍ୟ କରୁଥିଲେ। ସରକାର କରିଛନ୍ତି ଯଦି ତିସ୍ତା ସେଟାଲଭାଡ ଜାମିନ ପାଆନ୍ତି, ତେବେ ସେ ପ୍ରମାଣ ନଷ୍ଟ କରିାକୁ ଉଦ୍ୟମ କରିବେ। ଗୁଜରାଟ ସରକାରଙ୍କ ଓକିଲ ମିତେଶ ଅମିନ କହିଛନ୍ତି ପ୍ରମାଣକୁ ବଦଳାଇବା ଏବଂ ଏହା ଆଧାରରେ ପ୍ରଚାର ଚଳାଇବା ପାଇଁ ତିସ୍ତାଙ୍କ ବିରୋଧରେ ମାମଲା ମଧ୍ୟ ଚାଲିଛି। ସେ ଦାବି କରିଛନ୍ତି କଂଗ୍ରେସର ସ୍ବର୍ଗତ ନେତା ଅହମ୍ମଦ ପଟେଲଙ୍କଠାରୁ ତିସ୍ତାଙ୍କୁ ୩୦ ଲକ୍ଷ ଟଙ୍କା ମିଳିଥିଲା।

ସେତେବେଳର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଅସ୍ଥିର କରିବା ପାଇଁ ୨୦୦୨ ଗୋଧ୍ରା ଦଙ୍ଗା ପରେ ଏହି ଟଙ୍କା ତିସ୍ତାଙ୍କୁ ଦିଆଯାଇଥିଲା। ୨୦୦୨ ଦଙ୍ଗା ପରେ ତିସ୍ତା ନରେନ୍ଦ୍ର ମୋଦି ଏବଂ ଅନ୍ୟମାନଙ୍କୁ ଜଡିତ କରିବା ପାଇଁ ଏକ ପ୍ରଚାର ଚଳାଇଥିବା ଅଭିଯୋଗ ହୋଇଛି।

ମିତେଶ ଅମିନ କହିଛନ୍ତି ଗୁଜରାଟରେ ସରକାର ଅସ୍ଥିର କରିବା ପାଇଁ ପୋଲିସ ଅଧିକାରୀ ଆର.ବି ଶ୍ରୀକୁମାର ଏବଂ ସଞ୍ଜୀବ ଭଟଙ୍କ ସହ ତିସ୍ତା ଷଡଯନ୍ତ୍ର କରିଥିଲେ। ଏଥିପାଇଁ ପ୍ରଚାର ଚାଲିଥିଲା।
ସରକାର ଗଠନ କରିଥିବା ଏସଆଇଟିର ଦାବିକୁ କୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏସଆଇଟି କହିଛି ଅନୁସନ୍ଧାନରେ ପ୍ରମାଣ ମିଳିଛି। ଯେଉଁଥିରେ ଦର୍ଶାଯାଇଛି ତିସ୍ତାଙ୍କୁ ଏକ ରାଜନୈତିକ ଦଳର ନେତାଙ୍କଠାରୁ ଆର୍ଥିକ ସହାୟତା ମିଳିଛି। ଏହାପୂର୍ବରୁ, ସମାନ ଆଧାରରେ ସେସନ କୋର୍ଟରେ ଜାମିନକୁ ସରକାର ବିରୋଧ କରିଥିଲେ। ଓକିଲ ଏହି ମାମଲାର ଅନ୍ୟତମ ସାକ୍ଷୀ ରାଇସ ଖାନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ରାଇସ ଖାନ ଏହି ଷଡଯନ୍ତ୍ରର ଏକ ଅଂଶ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri