‘କୃଷି ଯନ୍ତ୍ରପାତି ମେଳା କୃଷି ପ୍ରତି କୃଷକଙ୍କୁ ଆକୃଷ୍ଟ କରିବ’

ପାରଳାଖେମୁଣ୍ଡି,୧୩ା୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଷ୍ଟାଡିୟମରେ ୩ ଦିନ ଧରି ଚାଲିଥିବା ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସୋମବାର ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାର ଆବଶ୍ୟକତା ଓ କୃଷକଙ୍କୁ ରିହାତି ଦରରେ ମିଳୁଥିବା ବିଭନ୍ନ କୃଷି ଯନ୍ତ୍ରପାତି ସମ୍ପର୍କରେ ଚାଷୀଙ୍କୁ ସଚେତନ କରିଥିଲେ। ମେଳାରେ ୫୦ଟି ଷ୍ଟଲ ଖୋଲାଯାଇଥିଲା। ପ୍ରତ୍ୟେକ ସାରେ ପ୍ରଶାସନ ପକ୍ଷରୁ ବିଭନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା । ମେଳାରେ ୩ ଦିନରେ ପ୍ରାୟ ୮୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଜିଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଏଭଳି କାର୍ଯ୍ୟକ୍ରମ ବ୍ଲକ, ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ହେବା ଆବଶ୍ୟକ ବୋଲି ଏମ୍‌ପି ସାହୁ କହିଥିଲେ। ଏହାଦ୍ୱାରା ଚାଷ ପ୍ରତି ଯେଉଁମାନେ ବିମୁଖ ହେଉଛନ୍ତି ସେମାନେ ପୁଣି କୃଷି ପ୍ରତି ଆଗ୍ରହ ରଖିବେ ଓ ନୂତନ ଯନ୍ତ୍ରପାତି ସାହାଯ୍ୟରେ ସୁବିଧାରେ ଅଧିକ ଉତ୍ପାଦନ କରିପାରିବେ ବୋଲି ମତ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଗରକୁ ପିଟି ମାରିଦେଲେ, କୂଅରୁ କୁଟୁରା ଉଦ୍ଧାର

ଆର,ଉଦୟଗିରି,୧୬ା୬(ଡି.ଏନ୍‌.ଏ.)- ଆର୍‌.ଉଦୟଗିରି ଅଞ୍ଚଳରେ ଲୋକେ ଏକ ଅଜଗରକୁ ମାରି ଦେଇଥିବାବେଳେ ଚନ୍ଦ୍ରଗିରି ଅଞ୍ଚଳରେ ଏକ କୁଟୁରା ଶାବକକୁ ଲୋକେ କୂଅରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର...

ପ୍ରତାରଣାରେ ବୁଝିଲାନି ମନ ଜୀବନ ନେଇଗଲେ

ଦେଓଗାଁ,୨୬ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଅପାମରା ଗାଁର ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା ଦେବାପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

୫୩ ନଂ. ଜାତୀୟ ରାଜପଥରେ ଗର୍ତ୍ତ

ସରଣ୍ଡା, ୨।୭(ଡି.ଏନ୍‌.ଏ.)- ବରଗଡ-ସମ୍ବଲପୁର ୫୩ନଂ ଜାତୀୟ ରାଜପଥର ସରଣ୍ଡା ମନ୍ଦିର ଛକ ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ୨ ଫୁଟ...

ବେଆଇନ କଳାପଥର ଖନନର ତଦନ୍ତ କରିବ ଭିଜିଲାନ୍ସ

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବେଆଇନ କଳାପଥର ଖନନର ତଦନ୍ତ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।...

ନିୟମ ମାନୁନାହାନ୍ତି କର୍ମଚାରୀ: ପୌର କାର୍ଯ୍ୟାଳୟକୁ ନେଇ ବଢ଼ୁଛି ଅଭିଯୋଗ

ଅନୁଗୋଳ ଅଫିସ, ୨୨।୧ – ଅନୁଗୋଳ ପୌରପାଳିକାର କେତେଜଣ କର୍ମଚାରୀ ଅନେକ ସମୟରେ ନିଜ ସିଟ୍‌ରେ ରହୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ବିଭିନ୍ନ...

ଜୁନାଗଡବାସୀ ସାମୂହିକଭାବେ ଗାଇଲେ ବନ୍ଦେ ଉତ୍କଳ ଜନନୀ

ଜୁନାଗଡ,୩୦।୫(ଡି.ଏନ୍‌.ଏ)-କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଶନିବାର କଳାହାଣ୍ଡି ଜିଲା ଜୁନାଗଡ ସହର ନୂଆବସ୍‌ଷ୍ଟାଣ୍ଡଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର...

ଓଡ଼ିଶାରେ ଚତୁର୍ଥ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୩୧।୩(ବ୍ୟୁରୋ)-ଓଡ଼ିଶାରେ ମଙ୍ଗଳବାର ରାତିରେ ରାଜ୍ୟର ଚତୁର୍ଥ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି। ଏହି ସଂକ୍ରମିତ ବ୍ୟକ୍ତି ଜଣେ ୨୯ ବର୍ଷୀୟ ଯୁବକ। ଭଦ୍ରକ ଜିଲାରୁ ଆସୁଥିବା...

୧୦ ଲକ୍ଷର ରାସ୍ତା ୧୦ଦିନ ଗଲାନାହିଁ

ଯାଜପୁର ଅଫିସ,୧୪ା୧: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ଗତ ପ୍ରାୟ ୫ ବର୍ଷ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମହାଦୁର୍ନୀତି ହେଉଥିବା...

Advertisement
Archives

Model This Week