କୋପ୍‌-୨୭ରେ ସହମତି, ତୈଳ-ଗ୍ୟାସ କମ୍ପାନୀ ଉପରେ ଲାଗିବ ଟିକସ…

କାଏରୋ,୯।୧୧ : ପୃଥିବୀକୁ ବଞ୍ଚାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ କୋପ୍‌-୨୭ରେ ଯୋଗଦେଇ ବିଶ୍ୱ ନେତୃବୃନ୍ଦ ଇଜିପ୍ଟର ଉପକୂଳବର୍ତ୍ତୀ ସହରରେ ଏକତ୍ରିତ ହୋଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବହୁ କ୍ଷତି ହେଲାଣି ବର୍ତ୍ତମାନ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି। ଗ୍ରୀନ ହାଉସ ଗ୍ୟାସ ଅଙ୍ଗାରକାମ୍ଳ ପାଇଁ ଦାୟୀ ବୃହତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ଉପରେ ଟିକସ ବଢ଼ାଯିବା ଜରୁରୀ। ଏନେଇ ଦାବୀ ବଢ଼ିବାରେ ଲାଗିଛି। ଏନେଇ କୋପ୍‌-୨୭ ସମ୍ମିଳନୀରେ ସହମତି ପ୍ରକାଶ ପାଇଛି।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ନର୍କର ରାଜପଥରେ ଅଛି ଏବଂ ପାଦ ଏକ୍ସଲେଟର ଉପରେ ରହିଛି। ଏନେଇ ବିଶ୍ୱସ୍ତରରେ ସହଯୋଗ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଗରିବ ଦେଶର ନେତାଙ୍କ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନର ଦାବି ଜୋରଦାର ହେବାରେ ଲାଗିଛି।
ସେମାନେ କହିଛନ୍ତି ଯେ ଯଦିଓ ଜଳବାୟୁ ପରିବର୍ତ୍ତନ ପାଇଁ ସେମାନେ ଦାୟୀ ନୁହଁନ୍ତି, ସେମାନେ ହିଁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି।

ବ୍ରାଉନ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ମଧ୍ୟ ଛୋଟ ଦ୍ୱୀପ ଦେଶମାନଙ୍କ ତରଫରୁ ବୃହତ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ଉପରେ କାର୍ବନ ଟ୍ୟାକ୍ସ ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ ଏହି କମ୍ପାନୀଗୁଡିକ ଦିନକୁ ତିନି ବିଲିୟନ ଡଲାରର ଲାଭ କରୁଛନ୍ତି। ବର୍ତ୍ତମାନ ସମୟ ଆସିଛି ଏହି କମ୍ପାନୀଗୁଡିକ ସେମାନଙ୍କର ଲାଭର କିଛି ଅଂଶ କ୍ଷତି ଏବଂ ଆର୍ଥିକ କ୍ଷତି ପାଇଁ ଦେବେ। ସେନେଗାଲର ରାଷ୍ଟ୍ରପତି ମାକି ସାଲ କହିଛନ୍ତି ଯେ ଆମେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ କାଟିବା ସପକ୍ଷରେ ଅଛୁ, କିନ୍ତୁ ଆମର ସ୍ବାର୍ଥକୁ ଅଣଦେଖା କରିବା ମୂଲ୍ୟରେ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri