ଟୁଇଟରରେ ଅଗ୍ରୱାଲ

ବିଶ୍ୱବିଖ୍ୟାତ ଆମେରିକାର ମାଇକ୍ରୋ ବ୍ଲଗିଂ ଓ ସୋସିଆଲ୍‌ ନେଟ୍‌ୱର୍କିଂ ସର୍ଭିସ ‘ଟୁଇଟର’ର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍‌ ଡୋର୍ସି ୨୯ ନଭେମ୍ବରରେ ପଦବୀରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଟୁଇଟରର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ (ସିଟିଓ) ପରାଗ ଅଗ୍ରୱାଲ ନୂଆ ସିଇଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ଅର୍ଜନ କରିଥିବା ପରାଗ ଆମେରିକାର ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏହି ବିଷୟରେ ଡକ୍ଟରେଟ୍‌ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ମାତ୍ର ୩୭ ବର୍ଷ ବୟସରେ ସେ ଏତେବଡ଼ କମ୍ପାନୀର ସିଇଓ ହେବା ନିଶ୍ଚିତ ଭାବେ ତାଙ୍କ ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଶ୍ୱ ଟେକ୍ନୋଲୋଜି କ୍ଷେତ୍ରରେ ଭାରତୀୟଙ୍କ ପ୍ରଦର୍ଶନ ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡାଲା, ଆଇବିଏମ୍‌ ସିଇଓ ଅରବିନ୍ଦ କ୍ରିଷ୍ଣା, ଆଡୋବ୍‌ ସିଇଓ ଶାନ୍ତନୁ ନାରାୟେନ୍‌ ଏବଂ ବହୁରାଷ୍ଟ୍ରୀୟ ସାଇବର ସିକ୍ୟୁରିଟି କମ୍ପାନୀ ପାଲୋ ଅଲ୍‌ଟୋ ନେଟ୍‌ଓ୍ବର୍କସର ସିଇଓ ନିକେଶ ଆରୋରାଙ୍କଠାରେ ଦେଖିବାକୁ ମିଳିଛି।
ପରାଗ ଅଗ୍ରୱାଲ ଟୁଇଟର ସିଇଓ ହେବା ପରେ ତାଙ୍କୁ ବିଶ୍ୱବ୍ୟାପୀ ଶୁଭେଚ୍ଛା ମିଳୁଛି। ସ୍ପେସ୍‌ଏକ୍ସ ସିଇଓ ଏଲନ୍‌ ମସ୍କ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ପ୍ରତିଭାଙ୍କ ଦ୍ୱାରା ଆମେରିକା ଯଥେଷ୍ଟ ଲାଭବାନ୍‌ ହେଉଛି। ମସ୍କଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ହେଲେ ଭାରତରେ ପ୍ରତିଭାକୁ ଚିହ୍ନିବାରେ ସମାଜ ଓ ସରକାର ବିଫଳ ହେଉଛନ୍ତି। କୌଣସି ନୂଆ ଉଦ୍ଭାବନ କରିବାକୁ ଚାହୁଁଥିବା ଯୁବପ୍ରତିଭାଙ୍କ ପାଇଁ ଗବେଷଣାର ସେଭଳି ସୁଯୋଗ ନାହିଁ। ଏପରି କି ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉ ନ ଥିବାରୁ ମେଧାଯୁକ୍ତ ଛାତ୍ରୀଛାତ୍ର ବିଦେଶ ପଳାଇଯିବାକୁ ପସନ୍ଦ କରୁଛନ୍ତି। କେବଳ ପ୍ରଯୁକ୍ତି ଓ ବିଜ୍ଞାନ କ୍ଷେତ୍ରରେ ଗତାନୁଗତିକ ଭାବେ ଗବେଷଣା କରାଯାଉଛି। ସମ୍ଭବତଃ ସେଇଥିପାଇଁ ଏଠାରେ ନୂଆ ଅଧ୍ୟୟନ ବା ଚିନ୍ତାଧାରା ଫଳପ୍ରସୂ ହୋଇପାରୁ ନାହିଁ। ଇଂଲିଶରେ କୁହାଯାଏ ‘ବ୍ରେନ୍‌ ଡ୍ରେନ୍‌ ବେଟର ଦ୍ୟାନ୍‌ ବ୍ରେନ୍‌ ଇନ୍‌ ଦି ଡ୍ରେନ୍‌’। ଅର୍ଥାତ୍‌ ନର୍ଦ୍ଦମାରେ ବୁଦ୍ଧି ପଡ଼ିଯିବାଠାରୁ ଭଲ ହେଉଛି ପ୍ରତିଭା ଦେଶାନ୍ତରଣ। ଉପଯୁକ୍ତ ନିଯୁକ୍ତି, ଉନ୍ନତ ଜୀବନ ଧାରଣର ମାନ, ଉଚ୍ଚସ୍ତରୀୟ ପ୍ରଯୁକ୍ତି, ସ୍ଥିର ରାଜନୈତିକ ଓ ଅର୍ଥନୈତିକ ସ୍ଥିତିର ଅଭାବ ଯୋଗୁ ଭାରତୀୟ ପ୍ରତିଭା ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ ଓ ସିଙ୍ଗାପୁର ଭଳି ରାଷ୍ଟ୍ର ପ୍ରତି ଆକର୍ଷିତ ହେଉଛନ୍ତି।
ଭାରତରେ ଉଦ୍ୟୋଗୀ ମାନସିକତାର ଅଭାବ ରହିଛି। ଏଥିପାଇଁ ଆମର ଶିକ୍ଷା ବ୍ୟବସ୍ଥା ମୁଖ୍ୟତଃ ଦାୟୀ। ଭାରତୀୟ ଶିକ୍ଷା ଲାଭ କରିଥିବା ବ୍ୟକ୍ତିର ଧୈର୍ଯ୍ୟ ବୃଦ୍ଧି ପାଇଥାଏ। ସେଥିପାଇଁ ପାଠ ପଢ଼ି ପରୀକ୍ଷାରେ ଉନ୍ନୀତ ହେବା ମାତାପିତାଙ୍କଠାରୁ ଆରମ୍ଭକରି ସମସ୍ତଙ୍କ ଚାପ ପଡ଼ିଥାଏ। ପରାଗ ଅଗ୍ରଓ୍ବାଲଙ୍କୁ ଟୁଇଟର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ସହିତ ତୁଳନା କରାଯାଇପାରିବ ନାହିଁ। ଅନ୍ୟପଟେ ଏହା ମଧ୍ୟ ହୋଇପାରେ ଯେ, ପରାଗଙ୍କ ସମୟରେ ଟୁଇଟର ଅଧିକ ଶୃଙ୍ଖଳିତ ଓ ଲାଭଦାୟକ କମ୍ପାନୀ ଭାବେ ବଢ଼ିପାରିବ। କାରଣ ଜ୍ୟାକ୍‌ଙ୍କର ଅଭିନବତ୍ୱ ଦ୍ୱାରା ଦୈନନ୍ଦିନ ବ୍ୟବସାୟିକ ଉନ୍ନତି କରିବା ହୁଏତ ସମ୍ଭାବ୍ୟ ସୀମାରେ ପହଞ୍ଚତ୍ ସାରିଥିଲା। ତାହାକୁ ଅନୁଭବ କରି ପ୍ରତିଷ୍ଠାତା ନିଜେ ପଦବୀରୁ ଦୂରେଇ ଯାଇ ଅନ୍ୟ ଏକ ଚିନ୍ତାଧାରା ଓ ଦୃଷ୍ଟିକୋଣ ପୋଷଣ କରୁଥିବା ଯୁବକଙ୍କୁ ଉତ୍ସାହିତ କଲେ। ବ୍ୟବସାୟିକ ପରିମଣ୍ଡଳରେ ଆଲୋଚନା ହେଉଛି ଯେ, ଜ୍ୟାକ୍‌ ଓହରିଯିବା ସକାଶେ କମ୍ପାନୀର ନିବେଶକମାନେ ଚାପ ପକାଇ ଆସୁଥିଲେ। ବୃହତ୍‌ ଭାରତୀୟ କମ୍ପାନୀଗୁଡ଼ିକ ଭଳି ବଡ଼ ଆମେରିକୀୟ କମ୍ପାନୀ ପାରିବାରିକ ସମ୍ପତ୍ତି ଭାବେ ରହିପାରନ୍ତି ନାହିଁ। କୁହାଯାଏ ଯେ, ଭାରତରେ ଟାଟାର କର୍ପୋରେଟ୍‌ ସଂସ୍କୃତି ସବୁଠାରୁ ଉନ୍ନତ। ସେଠାରେ ପାରିବାରିକ ହସ୍ତକ୍ଷେପ ନ ଥାଏ। ସେହି ଦାବି ମଧ୍ୟ ନିକଟ ଅତୀତରେ ଭ୍ରମ ପ୍ରମାଣିତ ହେଲା ଯେତେବେଳେ ରତନ ଟାଟାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଯୋଗୁ ସାଇରସ୍‌ ମିସ୍ତ୍ରିଙ୍କୁ ଅଧ୍ୟକ୍ଷ ପଦରୁ ବହୁ ଷଡ଼ଯନ୍ତ୍ର କରି ବିଦା କରାଗଲା। ଭାରତରେ କୌଣସି କମ୍ପାନୀକୁ କର୍ପୋରେଟ୍‌ କଲ୍‌ଚରର ପ୍ରତୀକ ଭାବେ ନିଆଯାଇପାରିବ ନାହିଁ। ସେହି ସଂସ୍କୃତିର ଅଭାବ ଯୋଗୁ ପରାଗ ଅଗ୍ରୱାଲଙ୍କ ଭଳି ପ୍ରତିଭା ନିଜ ଦେଶରେ କେବେହେଲେ ଉଧେଇ ପାରି ନ ଥାଆନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri