ବାୟୁସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି: ଯୁକ୍ତ ୨ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ସେନାରେ ଯୋଗଦେବାକୁ ଚାଁହୁଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ଭାରତୀୟ ବାୟୁସେନା (ଆଇଏଏଫ) ଅଗ୍ନିପଥ ଯୋଜନାରେ ଅଗ୍ନିବୀରବାୟୁ ୦୧/୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ହୋଇଥିବା ସୂଚନା ଅନୁଯାୟୀ ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ୨୦୨୫ ଜାନୁଆରୀରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯୋଗ୍ୟ ଇଛୁକ ଆଶାୟୀମାନେ ୭ ଜାନୁଆରୀରୁ ଅଫିସିଆଲ ୱେବସାଇଟ …ରେ ଆବେଦନ କରିପାରିବେ। ଆବେଦନ ପାଇଁ ୨୭ ଜାନୁଆରୀ ଶେଷ ତାରିଖ ରହିଛି।

ପରୀକ୍ଷା ଆଧାରରେ ଅଗ୍ନିବୀର ବାୟୁଙ୍କ ନିଯୁକ୍ତି ଦିଆଯିବ। ଏଥିପାଇଁ ପରୀକ୍ଷା ପ୍ରାୟତଃ ୨୨ ମାର୍ଚ୍ଚ ୨୦୨୫ ରେ ଅନୁଷ୍ଠିତ ହେବ।

୧ ଜାନୁଆରୀ ୨୦୦୫ ରୁ ୧ ଜୁଲାଇ ୨୦୦୮ ମଧ୍ୟରେ ଜନ୍ମ ହୋଇଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ (ଉଭୟ ତାରିଖ ଏଥିରେ ଅନ୍ତଭୂକ୍ତ)। ଯଦି ଜଣେ ପ୍ରାର୍ଥୀ ଚୟନ ପ୍ରକ୍ରିୟାର ସମସ୍ତ ପର୍ୟ୍ୟାୟ ଯୋଗ୍ୟତା ଅର୍ଜନ କରନ୍ତି, ନାମଲେଖା ତାରିଖ ପରି ଉଚ୍ଚ ବୟସ ସୀମା ୨୧ ବର୍ଷ ହେବା ଉଚିତ୍।

ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷା ବୋର୍ଡରୁ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ସମାନ ଯୋଗ୍ୟତା ଥିବା ଆବଶ୍ୟକ। ସମୁଦାୟରେ ସର୍ବନିମ୍ନ ୫୦% ମାର୍କ ଏବଂ ଦ୍ୱାଦଶରେ ଇଂରାଜୀରେ ୫୦% ମାର୍କ ରହିବା ଆବଶ୍ୟକ।

ଅଗ୍ନିବୀର ବାୟୁ ନିଯୁକ୍ତି ୨୦୨୫ ପାଇଁ ପ୍ରାର୍ଥୀଙ୍କୁ ୫୫୦ ଟଙ୍କା ଜିଏସଟି ଫି’ ଦେବାକୁ ପଡିବ। ପେମେଣ୍ଟ ଗେଟୱେ ମାଧ୍ୟମରେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଆବେଦନ ଶୁଳ୍କ ପ୍ରଦାନ କରାଯାଇପାରିବ।

କିପରି ଆବେଦନ କରିବେ:

୧.ସର୍ବପ୍ରଥମେ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in କୁ ଯାଆନ୍ତୁ।

୨. ମୁଖ୍ୟପୃଷ୍ଠାରେ, Agniveer Air Recruitment 2025 ପାଇଁ ଆବେଦନ ଲିଙ୍କ୍ ର ଆକ୍ଟିଭେସନ୍ ଉପରେ କ୍ଲିକ୍ କରନ୍ତୁ।

୩. ଏହା ପରେ ପ୍ରାର୍ଥୀମାନେ ମଧ୍ୟ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ।

୪. ଶେଷରେ ଆବେଦନ ଶୁଳ୍କ ଦେବା ପରେ ଆବେଦନ ଦାଖଲ କରନ୍ତୁ।

୫. ଭବିଷ୍ୟତର ଆବଶ୍ୟକତା ପାଇଁ ପ୍ରିଣ୍ଟ ଆଉଟ୍ କରିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?