ଅଗ୍ନିପଥକୁ ବିରୋଧ: ୬୦ କି.ମି. ଦୌଡ଼ିଲେ

ଉମରକୋଟ,୧୮ା୬(ସ୍ବ.ପ୍ର.): ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ରୂପ ନେଇଛି। ଏହି ଯୋଜନା ପ୍ରତ୍ୟାହାର ପାଇଁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ଦାବି ହେଉଛି। ନବରଙ୍ଗପୁର ଜିଲା ଉମରକୋଟ ସହରର ଜଣେ ଯୁବକ ଶୁକ୍ରବାର ଏହି ଯୋଜନାକୁ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସନ୍ତୋଷୀ ନଗର ଅଞ୍ଚଳର ନରେଶ ବିଶ୍ୱାସ(୨୩) ନବରଙ୍ଗପୁରରୁ ଉମରକୋଟ ୬୦ କି.ମି. ଦୂର ଦୌଡ଼ି ନିଜ ଯୋଗ୍ୟତା ପ୍ରଦର୍ଶନ କରିଛନ୍ତି। ଅଗ୍ନିପଥ ଯୋଜନା ପ୍ରତ୍ୟାହାର ସହ ଆଶାୟୀ ଯୁବତୀଯୁବକଙ୍କୁ ସେନାରେ ୧୫ ବର୍ଷ ପାଇଁ ନିଯୁକ୍ତି ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇବାକୁ ସେ ଦାବି କରିଛନ୍ତି।
ସେନାରେ ଭର୍ତ୍ତି ପାଇଁ ଆଶାୟୀଙ୍କ ସମର୍ଥନରେ ଏବଂ ଅଗ୍ନିପଥ ଯୋଜନାର ବିରୋଧରେ ସେ ୬୦ କି.ମି. ଦୌଡ଼ିଥିବା ନରେଶ କହିଛନ୍ତି। କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ ପ୍ରସ୍ତୁତ କରିଥିବା ନିୟମାବଳୀ ଆଶାୟୀଙ୍କ ମନରେ ଆଘାତ ଦେଇଛି ବୋଲି ନରେଶ କହିଛନ୍ତି। ଅବିଳମ୍ବେ ଏହାର ପ୍ରତ୍ୟାହାର ନିମନ୍ତେ ସେ ଦାବି କରିଛନ୍ତି।
ନିଜ ବିଷୟରେ ନରେଶ କହିଛନ୍ତି, ଦେଶସେବା ପାଇଁ ପ୍ରବଳ ଆଗ୍ରହ ରହିଛି। ହେଲେ ଯୁକ୍ତ ୨ ଶିକ୍ଷା ପରେ ୨ ଥର ସେନାରେ ଭର୍ତ୍ତି ପାଇଁ ପରୀକ୍ଷା ଦେଇ ବିଫଳ ହୋଇଥିଲେ। ଏବେ ବୟସ ଅତିକ୍ରାନ୍ତ ହୋଇଥିବାରୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସୁଯୋଗକୁ ସେ ଅପେକ୍ଷା କରିଛନ୍ତି। ୭ ମାସ ତଳେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ପରିବାରର ଦାୟିତ୍ୱ ତାଙ୍କ ଉପରେ। ଆର୍ଥିକ ସ୍ଥିତି ଖରାପ ଯୋଗୁ ଅଧିକ ପଢ଼ିପାରି ନାହାନ୍ତି। ରାଜ୍ୟ ସରକାର ସହାୟତା ଯୋଗାଇଲେ ଜଣେ ଆଥ୍‌ଲେଟ୍‌ ଭାବେ ରାଜ୍ୟ ପାଇଁ ଖେଳିବେ ବୋଲି ନରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: କରାଗଲା ଏୟାରଲିଫ୍ଟ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି,୩୧ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଗସ୍ତରେ ଆସିଥିବାବେଳେ ପଞ୍ଚାୟତିରାଜ ତଥା ପାନୀୟଜଳ, ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଥଣ୍ଡା କାଶରେ ପୀଡ଼ିତ ହେବା...

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି...

ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍‌ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ...

ଅକାମୀ ହେବନି ୧୫ ବର୍ଷର ପୁରୁଣା ଗାଡ଼ି

ଭୁବନେଶ୍ୱର, ୨୭-୧୧(ବ୍ୟୁରୋ):୧୫ ବର୍ଷିଆ ପୁରୁଣା ଗାଡି ଅକାମୀ ହୋଇଯିବ। ସେସବୁ ଗାଡିକୁ ରାସ୍ତାରୁ ହଟାଇ ଦିଆଯିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ବିରାମ ଲାଗିଛି।...

ମହିଳାଙ୍କ ଫଟୋକୁ ଅଶ୍ଳୀଳ ସାଙ୍ଗକୁ ଭାଇରାଲ କରି ଯୁବକ ଅଟକ

ଓଡଗାଁ, ୪|୪(ସ୍ଵ. ପ୍ର.)- ଜଣେ ମହିଳାଙ୍କ ଫଟୋକୁ ଅଶ୍ଳୀଳ କରି ହ୍ଵାଟ୍ସଆପରେ ଭାଇରାଲ କରିବା ଅଭିଯୋଗରେ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ...

ପୁଣି ଚର୍ଚ୍ଚାରେ ଶାହାଙ୍କ ଗସ୍ତ: ବିଶାଳ ସାଧାରଣ ସଭା କରିବାକୁ ଯୋଜନା କରୁଛି ଭାଜପା

ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୂର୍ବାଞ୍ଚଳ ପରିଷଦ ବୈଠକ ଚଳିତ ମାସ ଶେଷସୁଦ୍ଧା ଓଡିଶା ଲୋକସେବା ଭବନରେ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଛି। ଉକ୍ତ ବୈଠକ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା: ଅଭିଯୋଗ ଆଣିଲେ ଅଞ୍ଚଳବାସୀ

ଲୋଇସିଂହା ,୨୦।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଇସୋଲେଶନ ସେଣ୍ଟର ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏକ ପୁରୁଣା ଟାଙ୍କିକୁ ମରାମତି...

ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବେ ଡିଆଇଜି

ଅନୁଗୋଳ ଅଫିସ, ୩।୭ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ.ସାର୍ଥକ ଷଡ଼ଙ୍ଗୀ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିଛନ୍ତି। ସେ ନ୍ୟୁୟର୍କସ୍ଥିତ...

Advertisement
Archives

Model This Week