ଜୀବନ ନେଉଛି ‘ଅଗ୍ନିପଥ’

ନୂଆଦିଲ୍ଲୀ/ହାଇଦ୍ରାବାଦ/ଭୁବନେଶ୍ୱର(ବ୍ୟୁରୋ),୧୮ା୬: ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ତିନି ସଶସ୍ତ୍ର ବାହିନୀରେ ଏହି ସ୍ବଳ୍ପକାଳୀନ ନିଯୁକ୍ତିକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଆଶାୟୀମାନେ ନିଯୁକ୍ତି ଆଶା ଛାଡ଼ି ଆଇନକୁ ହାତକୁ ନେବାକୁ ବାଧ୍ୟ ହେଉଛନ୍ତି। ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ତେଲଙ୍ଗାନା, ଉତ୍ତରାଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ବିକ୍ଷୋଭକାରୀ ରାସ୍ତା ଅବରୋଧରୁ ନେଇ ରେଳ ଧାରଣା ଓ ଷ୍ଟେଶନଗୁଡ଼ିକରେ ଭଙ୍ଗାରୁଜା, ଅଫିସ ପୋଡ଼ି ଓ ଟ୍ରେନ୍‌ ଜାଳିବା ଭଳି ଚରମ ପଦକ୍ଷେପ ନେଉଛନ୍ତି। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବଳ ପ୍ରୟୋଗ କରୁଛି। ଏହି କ୍ରମରେ ତେଲଙ୍ଗାନାର ସିକନ୍ଦରାବାଦରେ ବିକ୍ଷୋଭ ବେଳେ ପୋଲିସ ଗୁଳିରେ ଜଣେ ୧୯ ବର୍ଷୀୟ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ସବୁଠୁ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଓଡ଼ିଶାର ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଟେଣ୍ଟେଇ ଗ୍ରାମରେ, ଯେଉଁଠି ଧନଞ୍ଜୟ ମହାନ୍ତି ନାମକ ଜଣେ ଆଶାୟୀ ଲିଖିତ ପରୀକ୍ଷାରୁ ବଞ୍ଚତ୍ତ ହେବା ପରେ ବୁଧବାର ରାତିରେ ଆମତ୍ହତ୍ୟା କରିଛନ୍ତି। ଅଗ୍ନିପଥ ନିଅଁା ବ୍ୟାପିବାରେ ଲାଗିଥିବାବେଳେ କେନ୍ଦ୍ର ସରକାର ୩ କୃଷି ଆଇନ ଭଳି ଏହି ବିବାଦୀୟ ଯୋଜନାକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ଜୋର୍‌ ଧରିଛି। ତମାମ ବିକ୍ଷୋଭ ଓ ହିଂସା ପରେ ସରକାର ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ସର୍ବୋଚ୍ଚ ବୟସ ସୀମା ୨୩କୁ ବୃଦ୍ଧି କରିଛନ୍ତି। ଏଥିସହ ଆସନ୍ତା ୨୪ରେ ଅଗ୍ନିପଥ ସ୍କିମ୍‌ରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ତେଣୁ ଆଗକୁ ସ୍ଥିତି ଆହୁରି ଅଣାୟତ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।
କେନ୍ଦ୍ର ସରକାର ସୈନ୍ୟ ବାହିନୀରେ ଠିକା ନିଯୁକ୍ତି ପାଇଁ ଅଗ୍ନିପଥ ସ୍କିମ୍‌ ନାମରେ ଏକ ନୂଆ ଯୋଜନା ଗଢ଼ିଛନ୍ତି। ଏହି ଯୋଜନାରେ ୪୬,୦୦୦ ଯବାନ, ନାବିକ ଓ ଏୟାରମ୍ୟାନ୍‌ଙ୍କୁ ନିଯୁକ୍ତି ଦିଆଯିବ। ୪ ବର୍ଷ ପରେ ସେମାନଙ୍କ ମଧ୍ୟରୁ ୨୫%ଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଓ ଅବଶିଷ୍ଟ ୭୫%ଙ୍କୁ ଛଟେଇ କରାଯିବ। ଜୁନ୍‌ ୧୪ରେ କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ମଞ୍ଜୁରୀ ଦେବା ପରେ ବର୍ଷ ବର୍ଷ ଧରି ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତି ଚଳାଇଥିବା ଯୁବତୀଯୁବକମାନେ ନିଯୁକ୍ତିରୁ ବଞ୍ଚତ୍ତ ହେବା ଆଶଙ୍କାରେ ହତାଶ ହୋଇଯାଇଛନ୍ତି। ପୂର୍ବରୁ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଲିଖିତ ପରୀକ୍ଷାକୁ ଅପେକ୍ଷା କରିଥିବା ଆଶାୟୀମାନେ ନୂଆ ସୁଯୋଗ ନ ପାଇବାରୁ ଏହି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଦାବି କରୁଛନ୍ତି। ଗୁରୁବାର ବିହାରର ଗୋପାଳଗଞ୍ଜ ସମେତ ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ଟ୍ରେନ୍‌ରେ ନିଅଁା ଲଗାଇଦେଇଥିଲେ। ସେନାରେ ନୂଆ ନିଯୁକ୍ତି ନୀତି ପ୍ରତିବାଦରେ ଶୁକ୍ରବାର ତୃତୀୟ ଦିନ ଧରି ଦେଶବ୍ୟାପୀ ଅନୁରୂପ ହିଂସା ଦେଖିବାକୁ ମିଳିଛି। ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେଶନରେ ପୂର୍ବାହ୍ନ ୯ଟାରେ ପ୍ରାୟ ୨୦୦୦ ବିକ୍ଷୋଭକାରୀ ଏକତ୍ରିତ ହୋଇ ୩ଟି ଟ୍ରେନ୍‌ (ଇଷ୍ଟ କୋଷ୍ଟ୍‌ ଏକ୍ସପ୍ରେସ୍‌, ରାଜକୋଟ୍‌ ଏକ୍ସପ୍ରେସ୍‌ ଓ ଅଜନ୍ତା ଏକ୍ସପ୍ରେସ୍‌)ରେ ନିଅଁା ଲଗାଇ ଦେଇଥିଲେ। ଏପରି କି ଯାତ୍ରୀମାନଙ୍କୁ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଥିଲେ। ଫଳରେ ପୋଲିସ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯାଇ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିମାଡ଼ରେ ଓ୍ବାରଙ୍ଗଲର ଜଣେ ୧୯ ବର୍ଷୀୟ ଆଶାୟୀଙ୍କ ଜୀବନ ଚାଲିଯାଇଛି। ଏଥିରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ୭୧ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ବିକ୍ଷୋଭକାରୀମାନେ ରେଳ ଟ୍ରାକ୍‌ ଉପରେ ଧାରଣା ଦେଇଛନ୍ତି।
ବିହାରରେ ଭାଜପା ନେତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ରେଣୁକା ଦେବୀଙ୍କୁ ବିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି। ସମସ୍ତିପୁରରେ ଜମ୍ମୁତାଓ୍ବି ଏକ୍ସପ୍ରେସ୍‌ରେ ମଧ୍ୟ ନିଅଁା ଲଗାଇବା ସହ ଲଖିସରାଇ ଜିଲା ଭାଜପା ଅଫିସ ଜାଳି ଦେଇଛନ୍ତି। ନାଳନ୍ଦାର ଇସ୍‌ଲାମପୁର ଷ୍ଟେଶନରେ ଇସ୍‌ଲାମ୍‌ପୁର-ହାଟିଆ ଏକ୍ସପ୍ରେସ୍‌ର ୩ଟି ଏସି କୋଚ୍‌ ସମେତ ଅନ୍ୟ କେତେକ ବଗି ଜଳିପୋଡ଼ି ଛାରଖାର ହୋଇଯାଇଛି। ଉତ୍ତର ପ୍ରଦେଶର ବାଲିଆ ଷ୍ଟେଶନରେ ବିକ୍ଷୋଭକାରୀମାନେ ଏକ ଟ୍ରେନ୍‌ରେ ନିଅଁା ଲଗାଇ ଭଙ୍ଗାରୁଜା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ଆସନ ବାରାଣସୀ ସମେତ ଫିରୋଜାବାଦ, ଉନ୍ନାଓ, ଦେଓରିଆ ଓ ଅମେଠିରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଆଲିଗଡ଼ରେ ଜଣେ ଭାଜପା ନେତାଙ୍କ କାର୍‌କୁ ଜାଳିଦିଆଯାଇଛି। ବୁଧବାରଠାରୁ ଅଦ୍ୟାବଧି ମୋଟ ୧୨ଟି ଟ୍ରେନ୍‌ରେ ନିଅଁା ଲଗାଯାଇଥିବାବେଳେ ୩୦୦ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଏଥିସହ ମୋଟ ୨୧୪ ଟ୍ରେନ୍‌କୁ ବାତିଲ କରାଯାଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୋଟାମୋଟି ଭାବେ ଦେଶର ବିଭିନ୍ନ ସହରରେ ସମାନ ଚିତ୍ର ଦେଖିବାକୁ ମିଳିଛି। ପୋଲିସ କେଉଁଠି ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଲାଠିଚାର୍ଜ ଓ ଲୁହବୁହା ବାଷ୍ପ ପ୍ରୟୋଗ କରୁଛି ତ ପୁଣି କେଉଁଠି ଶତାଧିକ ଲୋକଙ୍କୁ ଗିରଫ କରୁଛି। କିନ୍ତୁ ପୋଲିସର ଗୁଳି ଚାଳନାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଇତିମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଦେଶର ଯୁବପିଢ଼ିଙ୍କ ବୃହତ୍‌ ସ୍ବାର୍ଥରେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏହି ସ୍କିମ୍‌ ଭାରତୀୟ ସେନାର ମନୋବଳକୁ ଦୁର୍ବଳ କରିଦେବ ବୋଲି ମାନ୍‌ ସମାଲୋଚନା କରିଛନ୍ତି। ହରିୟାଣାରେ କୃଷକ ସଙ୍ଗଠନ ଓ ଖାପ୍‌ ପଞ୍ଚାୟତଗୁଡ଼ିକ ବିକ୍ଷୋଭରେ ସାମିଲ ହୋଇ କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଛନ୍ତି। ବିକ୍ଷୋଭକାରୀମାନେ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ର ରୋହତକ୍‌, ନର୍ନୁଆଲ, ଫରିଦାବାଦ, ରଓ୍ବୋରି, ଦାଦ୍ରି ଓ ଗୁରୁଗ୍ରାମ ଅଞ୍ଚଳରେ ହଙ୍ଗାମା କରିବାରୁ ହିଂସା ଆଶଙ୍କାରେ ୧୪୪ ଧାରା ଜାରି କରାଯାଇଛି। ଭାରତୀୟ କିଷାନ୍‌ ୟୁନିୟନ୍‌ (ବିକେୟୁ) ନେତା ଗୁର୍‌ନାମ ସିଂ ଚାଧୁନି ରୋହତକ୍‌ ଭାଜପା ଅଫିସ ଆଗରେ ଧାରଣାରେ ବସିଛନ୍ତି। କେନ୍ଦ୍ର ସରକାର କୃଷି ଆଇନ ଆଣି ଚାଷୀମାନଙ୍କୁ ଯେପରି ଠକୁଥିଲେ ସମାନ ଧାରାରେ ଅଗ୍ନିପଥ ଯୋଜନା କରିଛନ୍ତି। ଏହାକୁ କୃଷି ଆଇନ ଉଚ୍ଛେଦ ଭଳି ପ୍ରତ୍ୟାହାର କରାଯାଉ ବୋଲି ରାଷ୍ଟ୍ରୀୟ କିଷାନ ମଞ୍ଚ ଦାବି କରିଛି।
ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ସହଯୋଗୀ ଭାଜପା ମଧ୍ୟରେ ଅଗ୍ନିପଥକୁ ନେଇ ବାକ୍‌ଯୁଦ୍ଧ ଓ ଦୋଷ ଲଦାଲଦି ହୋଇଛି। ରାଜ୍ୟ ଭାଜପା ସଭାପତି ସଞ୍ଜ ଜୟସ୍ବାଲ କହିଛନ୍ତି, ନୀତୀଶ ସରକାର ବିକ୍ଷୋଭକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏନେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ କହିଛନ୍ତି, ଅଗ୍ନିପଥ ସ୍କିମ୍‌ ବିରୋଧରେ ସାରା ଦେଶରେ ଅସନ୍ତୋଷ ସୃଷ୍ଟି ହେଲାଣି। ବ୍ୟାପକ ହିଂସା, ଜଳାପୋଡ଼ା ଓ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଯୋଜନା ଉପରେ ପୁନର୍ବିଚାର କରନ୍ତୁ। କାରଣ ଏହା ଯୁବପିଢ଼ିଙ୍କ ଭବିଷ୍ୟତକୁ ପ୍ରଭାବିତ କରିପାରେ। ୟୁପିର ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବିକ୍ଷୋଭକାରୀଙ୍କୁ ସମର୍ଥନ କରିବା ସହ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବାମଦଳଗୁଡ଼ିକ କହିଛନ୍ତି, କେନ୍ଦ୍ରର ଏହି ଯୋଜନା ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି କରାଯାଇ ନାହିଁ, ବରଂ ଏହାଦ୍ୱାରା ଭାରତର ସାର୍ବଭୌମତ୍ୱ ଓ ନିରାପତ୍ତା ବିପନ୍ନ ହେବ। ସେନାରୁ ଅବସର ନେବାକୁ ଥିବା ଅଗ୍ନିବୀରଙ୍କୁ ପେନ୍‌ସନ ମିଳିବ ନାହିଁ। ଲକ୍ଷ ଲକ୍ଷ ପଦବୀ ଖାଲି ପଡ଼ିଛି। ସେଗୁଡ଼ିକୁ ତୁରନ୍ତ ପୂରଣ କରାଯାଉ ବୋଲି ସିପିଆଇଏମ୍‌ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?